/odisha-reporter/media/post_attachments/uploads/2021/06/6hm.jpg)
6hm
ବିନିକା(ଓଡ଼ିଶା ରିପୋର୍ଟର): ହାଇୱା ଗାଡି ଧକ୍କାରେ ୩ ମୃତ I ଏମିତି ଏକ ଦୁଃଖଦ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅରିଗାଁରେ I ଆଜି ଅପରାହ୍ନ ୫ଟାରେ ଗୋଡ଼ଭଗା ପଟରୁ ଦ୍ରୁତ ଗତିରେ ଆସୁଥିବା ହାଇୱା ଗାଡି (OD15-D-0822) ଅରିଗାଁର ମୁଖ୍ୟରାସ୍ତା କଡରେ ଛିଡା ହୋଇଥିବା ଦୁଇଟି ବାଇକରେ ଚାରିଜଣଙ୍କୁ ଧକ୍କା ଦେଇଥିଲା I
Advertisment
ଫଳରେ ଘଟଣା ସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଗୁରୁତର ହୋଇଥିଲେ I ତେବେ ମେଡିକାଲରେ ଆଉ ଜଣକର ମୃତ୍ୟୁ ଘଟିଛି। ହାଇୱା ଗାଡିର ଡ୍ରାଇଭର ଖସି ଯାଉଥିବା ବେଳେ ଗ୍ରାମବାସୀ ତାଙ୍କୁ କାବୁ କରିଥିଲେ I ମୃତ ଓ ଗୁରୁତର ବ୍ୟକ୍ତିଙ୍କ ବର୍ତ୍ତମାନ ପର୍ଯ୍ୟନ୍ତ ପରିଚୟ ମିଳିପାରିନାହିଁ I
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
