Advertisment

ଆଷାଢ଼ରେ ବୈଶାଖର ତାତି; ରେକର୍ଡ କଲା ସମ୍ବଲପୁର ଖରା

୧୯୯୮ ମସିହାରେ ତାତିରେ ସର୍ବକାଳୀନ ରେକର୍ଡ କରିଥିଲା ସମ୍ୱଲପୁର। ସେହି ବର୍ଷ ତାପମାତ୍ରା ୪୭.୪ ଡିଗ୍ରୀ ରେକର୍ଡ କରାଯାଇଥିଲା। ଯେଉଁଥିପାଇଁ ସନ୍‌ଷ୍ଟ୍ରୋକ୍‌ରେ ଅନେକ ଲୋକଙ୍କ ଜୀବନ ଯାଇଥିଲା।

ଅଦ୍ୟତନ ହୋଇଛି
Heat Wave

Heat Wave

Advertisment

ଆଷାଢ଼ରେ ବୈଶାଖର ତାତି। ବର୍ଷା ବଦଳରେ ଶିଝୁଛି ଓଡ଼ିଶା। ପଶ୍ଚିମ ଓଡ଼ିଶାର ସମ୍ୱଲପୁର ପାଲଟିଛି ତତଲା ତାୱା। ଆଜି ଏଠାରେ ଦ୍ୱିତୀୟ ସର୍ବକାଳୀନ ତାପମାତ୍ରା ରେକର୍ଡ କରାଯାଇଛି। ସମ୍ୱଲପୁରରେ ତାପମାତ୍ରା ୪୬.୧ ଡିଗ୍ରୀ ରେକର୍ଡ କରାଯାଉଛି। ଏହା ପୂର୍ବରୁ ଅର୍ଥାତ ୧୯୯୮ ମସିହାରେ ତାତିରେ ସର୍ବକାଳୀନ ରେକର୍ଡ କରାରିଥିଲା ସମ୍ୱଲପୁର। ସେହି ବର୍ଷ ତାପମାତ୍ରା ୪୭.୪ ଡିଗ୍ରୀ ରେକର୍ଡ କରାଯାଇଥିଲା। ଯେଉଁଥିପାଇଁ ସନ୍‌ଷ୍ଟ୍ରୋକ୍‌ରେ ଅନେକ ଲୋକଙ୍କ ଜୀବନ ଯାଇଥିଲା। ୧୯୯୮ ପରଠାରୁ ଏପରି ତାତି କେବେ ହେଲେ ସମ୍ବଲପୁରରେ ଦେଖାଯାଇ ନଥିଲା। ହେଲେ ବର୍ଷ ୨୦୨୩ର ଜୁନ ୧୨ରେ ଏହି ରେକର୍ଡ ଭାଙ୍ଗିଛି। 

Advertisment

୨୦୨୨ ମସିହାରେ ସମ୍ୱଲପୁରର ସର୍ବୋଚ୍ଚ ତାପମାତ୍ରା ୪୪.୭ ଡିଗ୍ରୀ, ୨୦୨୧ ମସିହାରେ ୩୯.୬ ଡିଗ୍ରୀ, ୨୦୨୦ ମସିହାରେ ୩୯.୧ ଡିଗ୍ରୀ, ୨୦୧୯ ମସିହାରେ ୪୫.୬ ଡିଗ୍ରୀ, ୨୦୧୮ ମସିହାରେ ୪୦.୨ ଡିଗ୍ରୀ, ୨୦୧୭ ମସିହାରେ ୪୩.୪ ଡିଗ୍ରୀ, ୨୦୧୬ ମସିହାରେ ୪୩.୧ ଡିଗ୍ରୀ, ୨୦୧୫ ମସିହାରେ ୪୨.୯ ଡିଗ୍ରୀ, ୨୦୧୪ ମସିହାରେ ୪୪.୪ ଡିଗ୍ରୀ ଓ ୨୦୧୩ ମସିହାରେ ସର୍ବାଧିକ ତାପମାତ୍ରା ୪୨.୪ ଡିଗ୍ରୀ ରେକର୍ଡ କରାଯାଇଥିଲା।

ଅନ୍ୟପକ୍ଷରେ ଆଜି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ ହୀରାକୁଦର ତାପମାତ୍ରା ୪୫.୬ ଡିଗ୍ରୀ, ସୋନପୁରରେ ୪୫.୦ ଡିଗ୍ରୀ, ବରଗଡ଼ରେ ୪୪.୯ ଡିଗ୍ରୀ, ଭୁବନେଶ୍ୱରରେ ୪୪.୩ ଡିଗ୍ରୀ, ବଲାଙ୍ଗିରରେ ୪୪.୦ ଡିଗ୍ରୀ, ବୌଦ୍ଧରେ ୪୪.୦ ଡିଗ୍ରୀ, ଟିଟିଲାଗଡ଼ରେ ୪୪.୦ ଡିଗ୍ରୀ, ନୟାଗଡ଼ରେ ୪୪.୦ ଡିଗ୍ରୀ, ତାଳଚେରରେ ୪୪.୦ ଡିଗ୍ରୀ, ଅନୁଗୋଳରେ ୪୩.୯ ଡିଗ୍ରୀ, ଝାରସୁଗୁଡ଼ାରେ ୪୩.୪ ଡିଗ୍ରୀ, ରାଉରକେଲାରେ ୪୩.୨ ଡିଗ୍ରୀ, ଢେଙ୍କାନାଳରେ ୪୩.୨ ଡିଗ୍ରୀ, କଟକରେ ୪୩.୨ ଡିଗ୍ରୀ, ନୂଆପଡ଼ାରେ ୪୩.୨ ଡିଗ୍ରୀ, ସୁନ୍ଦରଗଡ଼ରେ ୪୨.୭ ଡିଗ୍ରୀ, ଜଗତସିଂହପୁରରେ ୪୨.୫ ଡିଗ୍ରୀ, ଖୋର୍ଦ୍ଧାରେ ୪୨.୫ ଡିଗ୍ରୀ ଓ କେନ୍ଦ୍ରାପଡ଼ାରେ ତାପମାତ୍ରା ୪୧.୮ ଡିଗ୍ରୀ ରେକର୍ଡ କରାଯାଇଛି।

Advertisment

ସେହିପରି ଫୁଲବାଣୀରେ ୪୧.୫ ଡିଗ୍ରୀ, ଭଦ୍ରକରେ ୪୧.୫ ଡିଗ୍ରୀ, ରାୟଗଡ଼ାରେ ୪୧.୫ ଡିଗ୍ରୀ, ଭବାନୀପାଟଣାରେ ୪୧.୦ ଡିଗ୍ରୀ, ମାଲକାନଗିରିରେ ୪୧.୦ ଡିଗ୍ରୀ, କେନ୍ଦୁଝରରେ ୪୦.୮ ଡିଗ୍ରୀ, ଦେବଗଡ଼ରେ ୪୦.୨ ଡିଗ୍ରୀ, ବାରିପଦାରେ ୪୦.୨ ଡିଗ୍ରୀ, ପାରଳାଖେମୁଣ୍ଡିରେ ୪୦.୦ ଡିଗ୍ରୀ, ଚାନ୍ଦବାଲିରେ ୪୦.୦ ଡିଗ୍ରୀ, ଛତ୍ରପୁରରେ ୪୦.୦ ଡିଗ୍ରୀ, ନବରଙ୍ଗପୁରରେ ୩୯.୫ ଡିଗ୍ରୀ, ବାଲେଶ୍ୱରରେ ୩୮.୨, କୋରାପୁଟରେ ୩୮.୨ ଡିଗ୍ରୀ, ପୁରୀରେ ୩୭.୦ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୩୭.୦ ଡିଗ୍ରୀ, ପାରାଦୀପରେ ୩୫.୮ ଡିଗ୍ରୀ ଓ ଗୋପାଳପୁରରେ ତାପମାତ୍ରା ୩୫.୨ ଡିଗ୍ରୀ ରେକର୍ଡ କରାଯାଇଛି।

ପ୍ରବଳ ଗ୍ରୀଷ୍ମପ୍ରବାହ ଦୃଷ୍ଟିରୁ ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଆଜିକୁ ୧୫ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣଂ ଥିଲା ବେଳେ ଆସନ୍ତାକାଲି ପାଇଁ ୬ଟି ଜିଲ୍ଲାକୁ ଅରେଞ୍ଜ ଓ ୧୪ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ପାଣିପାଗ ବିଭାଗର ପୂର୍ବାନୁମାନରୁ ୧୬ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମପ୍ରବାହ ସ୍ଥିତି ଲାଗି ରହିବାକୁ ଥିବାରୁ ଏଥର ପ୍ରଚଣ୍ଡ ଖରାରେ ପୂରା ମାଡ଼ ଖାଇଯିବ ଗଣପର୍ବ ଭାବେ ପରିଚିତ ତିନିଦିନିଆ ରଜପର୍ବ।

Heat Wave Heat Wave In Odisha Weather Report
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe