Advertisment

ଭୀମସାରରେ ଦୁଇ ଛାତ୍ର ଗୋଷ୍ଠୀ ଗଣ୍ଡଗୋଳ ଘଟଣା: ଥାନାରେ ମାମଲା ରୁଜୁ

କେଉଁ କାରଣ ପାଇଁ ଦୁଇ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିଲା ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ।

ଅଦ୍ୟତନ ହୋଇଛି
medical student

medical student

Advertisment

ବୁର୍ଲା ଭୀମସାରରେ ଦୁଇ ମେଡ଼ିକାଲ୍ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟଣାରେ ବୁର୍ଲା ଥାନାରେ ମାମଲା ରୁଜୁ ହୋଇଛି। ଭୀମସାର ଡିନ୍‌ଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରିଛି ପୁଲିସ। ଗତକାଲି ବିଳମ୍ବିତ ରାତିରେ ଭୀମସାର ଡିନ୍‌ ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହା ପରେ ପୁଲିସ ମାମଲା ରୁଜୁ କରି ଭୀମସାର କିଛି ଛାତ୍ରଙ୍କୁ ପଚରାଉଚରା କରିଥିବା ଜଣାପଡ଼ିଛି। ଗତକାଲି ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା।

Advertisment

ମିଳିଥିବା ସୂଚନା ଅନୁସାରେ, ବୁର୍ଲା ଭୀମସାର୍‌ରେ ଆନ୍ତଃ ମେଡିକାଲ କଲେଜ କ୍ରୀଡ଼ା ଓ ସାଂସ୍କୃତିକ ଉତ୍ସବ (ୟୁଫୋରିଆ) ଆୟୋଜନ ହେଉଛି। ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ୟୁଫୋରିଆ ଚାଲିବାର ଥିଲା। ତା’ପୂର୍ବରୁ ଆୟୋଜନ ହେବାକୁ ଥିବା କ୍ରୀଡ଼ାରେ ଭାଗ ନେବା ପାଇଁ ପ୍ରଥମ ବ୍ୟାଚ୍‌ରେ ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲ୍‌ରୁ ୭୦ ଛାତ୍ର ଏକ ବସ୍‌ରେ ବୁର୍ଲା ଯାଇଥିଲେ। ବସ୍‌ଟି ସେଠାରେ ପହଞ୍ଚିବା ପରେ ଭୀମସାର୍‌ ମେଡ଼ିକାଲ୍‌ କଲେଜର ଛାତ୍ରଛାତ୍ରୀମାନେ ୱେଲ୍‌କମ୍ ନାଁରେ ବସ୍‌ ଉପରକୁ ଫାୟାର ଏକ୍ସଟିଂଗୁଇସ ଫିଙ୍ଗିଥିଲେ। ଫାୟାର ଏକ୍ସଟିଂଗୁଇସଟି ବସ୍‌ ଭିତରେ ପଡ଼ି ଗ୍ୟାସ୍‌ ନିର୍ଗତ ହୋଇଥିଲା। ଫାୟାର ଏକ୍ସଟିଂଗୁଇସରୁ ନିର୍ଗତ ଗ୍ୟାସ୍‌ ସଂସ୍ପର୍ଶରେ ଆସି ୫ଜଣ ଛାତ୍ର ଅସୁସ୍ଥ ହୋଇପଡ଼ିଥିଲେ। ଏହାକୁ ନେଇ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ବୁର୍ଲା ପୁଲିସ ପହଞ୍ଚିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

କେଉଁ କାରଣ ପାଇଁ ଦୁଇ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିଲା ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ। ପୁଲିସ ଉଭୟ ଗୋଷ୍ଠୀର ଛାତ୍ରଛାତ୍ରୀଙ୍କୁ ଡାକି ପଚରାଉଚରା କରୁଛି।

Advertisment
MKCG VIMSAR Sambalpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe