3-member team of Bar Council
ଗତ ଡିସେମ୍ବର ୧୨ ତାରିଖ ଦିନ ସମ୍ବଲପୁର ଜିଲ୍ଲା ଜଜ୍ଙ୍କ ପ୍ରକୋଷ୍ଠରେ ଘଟି ଯାଇଥିବା ଭଙ୍ଗାରୁଜା ମାମଲା ସମ୍ପର୍କରେ ଅନୁଧ୍ୟାନ ପାଇଁ ଆଜି ସମ୍ବଲପୁରରେ ପହଞ୍ଚିଲେ ବାରକାଉନସିଲ ଅଫ୍ ଇଣ୍ଡିଆ(ବିସିଆଇ)ର ୩ ଜଣିଆ ପ୍ରତିନିଧି ମଣ୍ଡଳୀ। ପ୍ରଥମେ ସେମାନେ ଜିଲ୍ଲା ଦୌରା ଜଜଙ୍କୁ ସାକ୍ଷାତ କରିଥିଲେ। ପରେ ଜିଲ୍ଲା ଓକିଲ ସଂଘ, ଜିଲ୍ଲାପାଳ ଓ ଉତ୍ତରାଞ୍ଚଳ ପୋଲିସ ଆଇ.ଜି.ଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି।
Advertisment
ଏହି ଟିମରେ ବାର କାଉନସିଲ ଅଫ ଇଣ୍ଡିଆର ପ୍ରତିନିଧି ସ୍ୱରୁପ ମାନସ ମହାପାତ୍ର, ଦେବୀ ପ୍ରସାଦ ଧଳ ଓ ୱାଇ ଦାସ ରହିଛନ୍ତି। ତେବେ ଏ ନେଇ କୌଣସି ପ୍ରତିକ୍ରିୟା ଦେବାକୁ ଟିମ୍ର ସଦସ୍ୟମାନେ ମନା କରିଛନ୍ତି।
ତେବେ ବାର କାଉନସିଲ ଅଫ ଇଣ୍ଡିଆର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଓ ବାର କାଉନସିଲ ଅଫ ଇଣ୍ଡିଆକୁ ସେମାନେ ରିପୋର୍ଟ ପ୍ରଦାନ କରିବେ ବୋଲି ସୂଚନା ମିଳିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
