ସମ୍ବଲପୁର ଜିଲ୍ଲାଜଜ୍‌ଙ୍କ ପ୍ରକୋଷ୍ଠରେ ଭଙ୍ଗାରୁଜା ମାମଲା: ଅନୁଧ୍ୟାନ କରିଲେ ବିସିଆଇ ଟିମ୍

ପ୍ରଥମେ ସେମାନେ ଜିଲ୍ଲା ଦୌରା ଜଜଙ୍କୁ ସାକ୍ଷାତ କରିଥିଲେ।

ବିସିଆଇର ୩ ଜଣିଆ ପ୍ରତିନିଧି ମଣ୍ଡଳୀ

  • Published: Saturday, 25 February 2023
  • , Updated: 25 February 2023, 08:15 PM IST

ଗତ ଡିସେମ୍ବର ୧୨ ତାରିଖ ଦିନ ସମ୍ବଲପୁର ଜିଲ୍ଲା ଜଜ୍‌ଙ୍କ ପ୍ରକୋଷ୍ଠରେ ଘଟି ଯାଇଥିବା ଭଙ୍ଗାରୁଜା ମାମଲା ସମ୍ପର୍କରେ ଅନୁଧ୍ୟାନ ପାଇଁ ଆଜି ସମ୍ବଲପୁରରେ ପହଞ୍ଚିଲେ ବାରକାଉନସିଲ ଅଫ୍ ଇଣ୍ଡିଆ(ବିସିଆଇ)ର ୩ ଜଣିଆ ପ୍ରତିନିଧି ମଣ୍ଡଳୀ। ପ୍ରଥମେ ସେମାନେ ଜିଲ୍ଲା ଦୌରା ଜଜଙ୍କୁ ସାକ୍ଷାତ କରିଥିଲେ। ପରେ ଜିଲ୍ଲା ଓକିଲ ସଂଘ, ଜିଲ୍ଲାପାଳ ଓ ଉତ୍ତରାଞ୍ଚଳ ପୋଲିସ ଆଇ.ଜି.ଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି।

ଏହି ଟିମରେ ବାର କାଉନସିଲ ଅଫ ଇଣ୍ଡିଆର ପ୍ରତିନିଧି ସ୍ୱରୁପ ମାନସ ମହାପାତ୍ର, ଦେବୀ ପ୍ରସାଦ ଧଳ ଓ ୱାଇ ଦାସ ରହିଛନ୍ତି। ତେବେ ଏ ନେଇ କୌଣସି ପ୍ରତିକ୍ରିୟା ଦେବାକୁ ଟିମ୍‌ର ସଦସ୍ୟମାନେ ମନା କରିଛନ୍ତି।

ତେବେ ବାର କାଉନସିଲ ଅଫ ଇଣ୍ଡିଆର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଓ ବାର କାଉନସିଲ ଅଫ ଇଣ୍ଡିଆକୁ ସେମାନେ ରିପୋର୍ଟ ପ୍ରଦାନ କରିବେ ବୋଲି ସୂଚନା ମିଳିଛି।

Related story