Advertisment

କେନାଲକୁ ଖସିଗଲା ବର ଯାତ୍ରୀ ଗାଡ଼ି; ୭ ମୃତ

ଭୋଜି ଖାଇ ଫେରିବା ବେଳେ ଘଟିଲା ମର୍ମନ୍ତୁଦ ଦୁର୍ଘଟଣା। କେନାଲକୁ ବର ଯାତ୍ରୀ ଗାଡ଼ି ଖସି ପଡ଼ିବାରୁ ଅକାଳରେ ଚାଲି ଗଲା ୭ ଜୀବନ ।

ଅଦ୍ୟତନ ହୋଇଛି
DeadBody

DeadBody

Advertisment

ଭୋଜି ଖାଇ ଫେରିବା ବେଳେ ଘଟିଲା ମର୍ମନ୍ତୁଦ ଦୁର୍ଘଟଣା। ଏକ କେନାଲରେ ବର ଯାତ୍ରୀ ଗାଡ଼ି ଖସି ପଡ଼ିବାରୁ ଅକାଳରେ ଚାଲି ଗଲା ୭ ଜୀବନ। ଏହି ଦୁର୍ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଏପରି ଏକ ଦୁଃଖଦ ଘଟଣା ଗତକାଲି ବିଳମ୍ବିତ ରାତିରେ ସମ୍ବଲପୁର ଜିଲ୍ଲା ଶାସନ କେନାଲରେ ଘଟିଛି। ସମସ୍ତ ମୃତାହତ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ବଡ଼ଧରା ଗାଁର। 

Advertisment

ଗତକାଲି ବଡ଼ଧରା ଗାଁର ଜଣେ ଯୁବକଙ୍କର ସମ୍ବଲପୁର ଜିଲ୍ଲା ପରମାଣପୁରରେ ବିବାହ ହୋଇଥିଲା। ଏହି ବିବାହରେ ଯୋଗ ଦେଇ ଭୋଜି ଖାଇ ବରଯାତ୍ରୀ ଦଳର ୧୦ ଜଣ ଏକ ଗାଡ଼ିରେ ଘରକୁ ଫେରୁଥିଲେ। ରାତି ପ୍ରାୟ ଗୋଟାଏ ବେଳେ ସେମାନେ ଫେରୁଥିବା ବେଳେ ଗାଡ଼ିଟି ଭାରସାମ୍ୟ ହରାଇ ଶାସନ କେନାଲ ଭିତରକୁ ଖସି ପଡ଼ିଥିଲା।

ଗାଡ଼ିଟି କେନାଲରେ ଖସି ପଡ଼ିବା ପରେ ଆଗରେ ବସିଥିବା ୩ ଜଣ ପାଣିରୁ ବାହାରି ଆସିଥିବା ବେଳେ ଅନ୍ୟମାନେ ବାହାରି ପାରି ନ ଥିଲେ। ବହୁ ସମୟ ପରେ ସ୍ଥାନୀୟ ଲୋକେ ପହଞ୍ଚି ଗାଡ଼ିରେ ଫସିଥିବା ୬ ଜଣଙ୍କୁ ଉଦ୍ଧାର କରି ମେଡିକାଲ ନେଇଥିଲେ। ମାତ୍ର ଡାକ୍ତର ୬ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଗାଡ଼ି ଡ୍ରାଇଭର ନିଖୋଜ ଥିବା ବେଳେ ପରେ କେନାଲରୁ ତାଙ୍କ ମୃତଦେହ ମିଳିଥିଲା।  

Advertisment

ଉଦ୍ଧାର କାର୍ଯ୍ୟରେ ଡେରି ହେବାରୁ ୭ ଜଣଙ୍କର ମୃତ୍ୟୁ ହେଲା ବୋଲି ସଂପର୍କୀୟମାନେ ଅଭିଯୋଗ କରିଛନ୍ତି। ଏଥିସହ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ କି ଅକ୍ସିଜେନ ମିଳିପାରିନଥିଲା ବୋଲି ବି ସେମାନେ କହିଛନ୍ତି। ମୃତକଙ୍କ ମଧ୍ୟରେ ୨ ଭାଇ ଥିବା ଜଣାଯାଇଛି। ଏହି ଖବର ପ୍ରଚାରିତ ହେବା ପରେ ବଡ଼ଧରା ଗାଁରେ ଶୋକର ଛାୟା ଖେଳି ଯାଇଛି। ପୁଲିସ୍‌ ଘଟଣାର ତଦନ୍ତ କରୁଛି। 

ରିପୋର୍ଟ:  ସମ୍ବଲପୁରରୁ ସଞ୍ଜୟ ଜେନା

Accident Sambalpur Deadbody
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe