Advertisment

ସମ୍ବଲପୁରରେ ହିଂସା ଘଟଣା: ଆଜି ୧୪ ଜିଲ୍ଲାରେ ଗଡ଼ିବନି ଅଖଚକ

ସମ୍ବଲପୁର ହିଂସା ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ଭିଏଚ୍‌ପି।

ଅଦ୍ୟତନ ହୋଇଛି
Bandh

Bandh

Advertisment

ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ହିଂସାକାଣ୍ଡ ଘଟଣା ପ୍ରତିବାଦରେ ରାଜ୍ୟର ୧୪ ଜିଲ୍ଲାରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ବିଶ୍ୱହିନ୍ଦୁ ପରିଷଦ। ଭିଏଚପି ପଶ୍ଚିମ ପ୍ରାନ୍ତ ଶାଖା ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ ରଖିବା ସହ ଚକ-ଅଖ ବନ୍ଦ ରଖିବାକୁ ଆହ୍ୱାନ ଦିଆଯାଇଛି।  ଆଜି ସକାଳୁ ସକାଳୁ ଏହି ବନ୍ଦ ଡାକରାର  ପ୍ରଭାବ ଦେଖିବାକୁ ମିଳିଛି।

Advertisment

ବଲାଙ୍ଗିରରେ ବଜରଙ୍ଗ ଦଳର ସଦସ୍ୟ ପିକେଟିଂ କରି ବନ୍ଦ ପାଳନ କରୁଛନ୍ତି। ସେହିପରି ଭବାନୀପାଟଣାରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ
ମିଳିଛି। ସେହିପରି ଦେବଗଡ଼ ଜିଲ୍ଲାରେ ବନ୍ଦ ଡାକରାକୁ ସମର୍ଥ କରି ଦୋକାନ ବଜାର, ଗାଡ଼ି ଚଳାଚଳ ବନ୍ଦ ରହିଛି। ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ବଲାଙ୍ଗିର, ସୋନପୁର, ବୌଦ୍ଧ, କଳାହାଣ୍ଡି, ନୂଆପଡ଼ା, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଓ ରାୟଗଡ଼ା
ଜିଲ୍ଲାରେ ବନ୍ଦ ଡାକରା ଦେଇଛି ବିଶ୍ୱ ହିନ୍ଦୁ ପରିଷଦ।

ସମ୍ବଲପୁର ହିଂସା ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ଭିଏଚ୍‌ପି। ବିଜେପି ଓ ବଜରଙ୍ଗ ଦଳ ଏହି ବନ୍ଦ ଡାକରାକୁ ସମର୍ଥନ ଜଣାଇଛନ୍ତି ।

Advertisment
Sambalpur Sambalpur Violence Bandh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe