Advertisment

ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ, ଲାଇ ଡିଟେକ୍ସନ ରିପୋର୍ଟକୁ ଅପେକ୍ଷା

ଚିନ୍ମୟୀଙ୍କ ବାପା, ମା’ ଏବଂ ଭଉଣୀଙ୍କୁ ସମ୍ବଲପୁର ଡକାଇ ପୁଲିସ ପୁଣି ଥରେ ପଚରାଉଚରା କରି ଛାଡ଼ିଛି। ସେହିପରି ଶନିବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ବୁର୍ଲା ଥାନାରେ ଭିସୁଟର କିଛି ଛାତ୍ରଙ୍କ ସମେତ ୩୧ ଜଣଙ୍କୁ ମାରାଥନ ଜେରା କରିଥିଲା ପୁଲିସ।

author-image
Tapaswini Nayak
chinmayi sahu

chinmayi sahu

ବୁର୍ଲା ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁ ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି। ଭିମସାର୍ ପକ୍ଷରୁ ପୁଲିସକୁ ହସ୍ତାନ୍ତର କରାଯାଇଥିବା ପୋଷ୍ଟମର୍ଟମ ରିପୋର୍ଟରେ ଏହା ଉଲ୍ଲେଖ ରହିଛି। ତେବେ ଏହା ଆତ୍ମହତ୍ୟା ନା ହତ୍ୟା, ସେ ନେଇ ତଦନ୍ତ ଜାରି ରହିଛି ବୋଲି଼ ସୂଚନା ଦେଇଛନ୍ତି ସମ୍ବଲପୁର ଏସପି ବି.ଗଙ୍ଗାଧର।

Advertisment

ସେ କହିଛନ୍ତି, ସୋମବାର ତଥା ଆଜି ଲାଇ ଡିଟେକ୍ସନ ଟେଷ୍ଟ ରିପୋର୍ଟ ଆସିଯିବ। ଏହି ରିପୋର୍ଟ ଦେଖିଲା ପରେ ଚିନ୍ମୟୀଙ୍କ ସହପାଠୀ
ତଥା ପୁରୁଷ ବନ୍ଧୁ ପ୍ରୀତିମାନ ଦେ ଏବଂ ସାଥୀଙ୍କର ନାର୍କୋ ଟେଷ୍ଟ କରାଯିବ ନା ନାହିଁ, ନିଷ୍ପତ୍ତି ନିଆଯିବ। ତେବେ ଚିନ୍ମୟୀଙ୍କ ବେକରେ ଥିବା ଦାଗ ତଣ୍ଟିଚିପି ମରାଯାଇଥିବାର ଚିହ୍ନ ନୁହେଁ ବୋଲି ସମ୍ବଲପୁର ଏସପି ସ୍ପଷ୍ଟ କରିଛନ୍ତି। ଏହା ସହ ଘଟଣା ଦିନ ଚିନ୍ମୟୀ ପିନ୍ଧିଥିବା ସୁନା ଚେନ ସଂପର୍କରେ ଖୋଳତାଡ଼ କରାଯାଉଥିବା ଏସପି କହିଛନ୍ତି।

ଅପରପକ୍ଷେ, ଚିନ୍ମୟୀଙ୍କ ବାପା, ମା’ ଏବଂ ଭଉଣୀଙ୍କୁ ସମ୍ବଲପୁର ଡକାଇ ପୁଲିସ ପୁଣି ଥରେ ପଚରାଉଚରା କରି ଛାଡ଼ିଛି। ସେହିପରି ଶନିବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ବୁର୍ଲା ଥାନାରେ ଭିସୁଟର କିଛି ଛାତ୍ରଙ୍କ ସମେତ ୩୧ ଜଣଙ୍କୁ ମାରାଥନ ଜେରା କରିଥିଲା ପୁଲିସ। ଅତିରିକ୍ତ ଏସ୍ପିଙ୍କ ଉପସ୍ଥିତିରେ ଜଣେ ଢାବା ମାଲିକଙ୍କୁ ବି ଜେରା କରାଯାଇଥିଲା।

Advertisment

ସୂଚନାଯୋଗ୍ୟ, ଶନିବାର ଚିନ୍ମୟୀଙ୍କ ବୟଫ୍ରେଣ୍ଡ ପୀତିମାନ ଓ ତାଙ୍କ ସହଯୋଗୀ ମାନସ ଟୁଡୁଙ୍କର ଭୁବନେଶ୍ୱର ସ୍ଥିତ ଫୋରେନସିକ୍ ଲ୍ୟାବରେ ଲାଇ ଡିଟେକ୍ସନ ଟେଷ୍ଟ କରାଯାଇଥିଲା। କେଉଁ ପରିସ୍ଥିତିରେ ଚିନ୍ମୟୀଙ୍କ ମୃତ୍ୟୁ ହେଲା ସେ ନେଇ ଉଭୟଙ୍କୁ ଗୁଡାଇ ତୁଡାଇ ପ୍ରଶ୍ନ କରାଯାଇଥିଲା। ସେଦିନ ବ୍ରିଜ ଉପରେ କଣ ସବୁ ଘଟିଥିଲା, ଜେରା ବେଳେ ଯାହା ତଥ୍ୟ ମିଳିଛି ସେଥିରେ କେତେ ସତ୍ୟତା ରହିଛି ସେ ନେଇ ପ୍ରଶ୍ନ ପଚରାଯାଇଥିଲା। ଆଜି ଲାଇ ଡିଟେକ୍ସନ ଟେଷ୍ଟ ରିପୋର୍ଟ ଆସିବ ବୋଲି ସୂଚନା ମିଳିଛି ।

Sambalpur