ବୁର୍ଲା ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁ ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି। ଭିମସାର୍ ପକ୍ଷରୁ ପୁଲିସକୁ ହସ୍ତାନ୍ତର କରାଯାଇଥିବା ପୋଷ୍ଟମର୍ଟମ ରିପୋର୍ଟରେ ଏହା ଉଲ୍ଲେଖ ରହିଛି। ତେବେ ଏହା ଆତ୍ମହତ୍ୟା ନା ହତ୍ୟା, ସେ ନେଇ ତଦନ୍ତ ଜାରି ରହିଛି ବୋଲି଼ ସୂଚନା ଦେଇଛନ୍ତି ସମ୍ବଲପୁର ଏସପି ବି.ଗଙ୍ଗାଧର।
ସେ କହିଛନ୍ତି, ସୋମବାର ତଥା ଆଜି ଲାଇ ଡିଟେକ୍ସନ ଟେଷ୍ଟ ରିପୋର୍ଟ ଆସିଯିବ। ଏହି ରିପୋର୍ଟ ଦେଖିଲା ପରେ ଚିନ୍ମୟୀଙ୍କ ସହପାଠୀ
ଅପରପକ୍ଷେ, ଚିନ୍ମୟୀଙ୍କ ବାପା, ମା’ ଏବଂ ଭଉଣୀଙ୍କୁ ସମ୍ବଲପୁର ଡକାଇ ପୁଲିସ ପୁଣି ଥରେ ପଚରାଉଚରା କରି ଛାଡ଼ିଛି। ସେହିପରି ଶନିବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ବୁର୍ଲା ଥାନାରେ ଭିସୁଟର କିଛି ଛାତ୍ରଙ୍କ ସମେତ ୩୧ ଜଣଙ୍କୁ ମାରାଥନ ଜେରା କରିଥିଲା ପୁଲିସ। ଅତିରିକ୍ତ ଏସ୍ପିଙ୍କ ଉପସ୍ଥିତିରେ ଜଣେ ଢାବା ମାଲିକଙ୍କୁ ବି ଜେରା କରାଯାଇଥିଲା।
ସୂଚନାଯୋଗ୍ୟ, ଶନିବାର ଚିନ୍ମୟୀଙ୍କ ବୟଫ୍ରେଣ୍ଡ ପୀତିମାନ ଓ ତାଙ୍କ ସହଯୋଗୀ ମାନସ ଟୁଡୁଙ୍କର ଭୁବନେଶ୍ୱର ସ୍ଥିତ ଫୋରେନସିକ୍ ଲ୍ୟାବରେ ଲାଇ ଡିଟେକ୍ସନ ଟେଷ୍ଟ କରାଯାଇଥିଲା। କେଉଁ ପରିସ୍ଥିତିରେ ଚିନ୍ମୟୀଙ୍କ ମୃତ୍ୟୁ ହେଲା ସେ ନେଇ ଉଭୟଙ୍କୁ ଗୁଡାଇ ତୁଡାଇ ପ୍ରଶ୍ନ କରାଯାଇଥିଲା। ସେଦିନ ବ୍ରିଜ ଉପରେ କଣ ସବୁ ଘଟିଥିଲା, ଜେରା ବେଳେ ଯାହା ତଥ୍ୟ ମିଳିଛି ସେଥିରେ କେତେ ସତ୍ୟତା ରହିଛି ସେ ନେଇ ପ୍ରଶ୍ନ ପଚରାଯାଇଥିଲା। ଆଜି ଲାଇ ଡିଟେକ୍ସନ ଟେଷ୍ଟ ରିପୋର୍ଟ ଆସିବ ବୋଲି ସୂଚନା ମିଳିଛି ।