Advertisment

ବିଦ୍ୟୁତ ସଂସ୍ପର୍ଶରେ ଆସି ଶାଶୁ,ବୋହୂ ମୃତ

ଉଭୟଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
electric shock

electric shock

ପାଣି ପମ୍ପ ଲଗାଇ ପାଣି ଉଠାଇବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ମହିଳା ଓ ତାଙ୍କ ପୁତୁରା ବୋହୂଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ଅନ୍ତର୍ଗତ ଲିପିଣ୍ଡା ପଞ୍ଚାୟତ ଡାବତଇଲା ଗାଁରେ। ମୃତ ମହିଳା ଦ୍ୱୟ ହେଲେ ସତ ମିର୍ଦ୍ଧା ଓ ତାଙ୍କ ପୁତୁରା ବୋହୂ ପଦ୍ମିନୀ ମିର୍ଦ୍ଧା।

Advertisment

ଆଜି ସକାଳେ ସତ ମିର୍ଦ୍ଧା ପାଣି ପମ୍ପ ଲଗାଇ ପାଣି ଉଠାଉଥିଲେ। ଏହି ସମୟରେ ସେ କୌଣସି କାରଣ ବଶତଃ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ। ତାଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କ ପୁତୁରା ବୋହୂ ପଦ୍ମିନୀ ପ୍ରୟାସ କରିଥିଲେ। ସେ ସତ ମିର୍ଦ୍ଧାଙ୍କୁ ଧରି ପକାଇଥିଲେ। ଫଳରେ ସେ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ। ପରେ ଗ୍ରାମବାସୀ ଲାଇନ କାଟି ଉଭୟଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

ଉଭୟଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି। ଯୁଯୁମୁରା ପୁଲିସ ଘଟଣାର ତଦନ୍ତ କରୁଛି।

Advertisment
Sambalpur Deadbody