Advertisment

ସମ୍ବଲପୁରରେ ଗୁଳିମାଡ଼: ବରିଷ୍ଠ ଅଭିନେତା ଶାନ୍ତିସ୍ୱରୂପ ଆହତ

ସମ୍ବଲପୁର: ସମ୍ବଲପୁରର ବୁଢ଼ାରାଜା ଫାଟକ ଅଞ୍ଚଳରେ ଆଜି ରାତିରେ ଗୁଳିମାଡ଼ ଘଟିଛି। ଏଥିରେ ଦୁଇ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବରିଷ୍ଠ ଅଭିନେତା ଶାନ୍ତିସ୍ୱରୂପ ମିଶ୍ର। ଅନ୍ୟ ଆହତ ଜଣଙ୍କ ହେଉଛନ୍ତି ତାଙ୍କ ବନ୍ଧୁ ନିତ୍ୟସୁନ୍ଦର। ଶାନ୍ତିସ୍ୱରୂପଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଦେହରେ ତିନୋଟି ଗୁଳି ବାଜିଛି। ସେହିପରି ତାଙ୍କ ବନ୍ଦୁ ନିତ୍ୟସୁନ୍ଦରଙ୍କ ଦେହରେ ଗୋଟିଏ ଗୁଳି ବାଜିଛି। ଏହି ଗୁଳି ତାଙ୍କ କାନ୍ଧରେ […]

ଅଦ୍ୟତନ ହୋଇଛି
ସମ୍ବଲପୁରରେ ଗୁଳିମାଡ଼: ବରିଷ୍ଠ ଅଭିନେତା ଶାନ୍ତିସ୍ୱରୂପ ଆହତ

sambalpur

Advertisment

ସମ୍ବଲପୁର: ସମ୍ବଲପୁରର ବୁଢ଼ାରାଜା ଫାଟକ ଅଞ୍ଚଳରେ ଆଜି ରାତିରେ ଗୁଳିମାଡ଼ ଘଟିଛି। ଏଥିରେ ଦୁଇ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବରିଷ୍ଠ ଅଭିନେତା ଶାନ୍ତିସ୍ୱରୂପ ମିଶ୍ର। ଅନ୍ୟ ଆହତ ଜଣଙ୍କ ହେଉଛନ୍ତି ତାଙ୍କ ବନ୍ଧୁ ନିତ୍ୟସୁନ୍ଦର। ଶାନ୍ତିସ୍ୱରୂପଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଦେହରେ ତିନୋଟି ଗୁଳି ବାଜିଛି। ସେହିପରି ତାଙ୍କ ବନ୍ଦୁ ନିତ୍ୟସୁନ୍ଦରଙ୍କ ଦେହରେ ଗୋଟିଏ ଗୁଳି ବାଜିଛି। ଏହି ଗୁଳି ତାଙ୍କ କାନ୍ଧରେ ବାଜି ପଳାଇଯାଇଥିଲା। ସେ ବିପଦ ମୁକ୍ତ ଅଛନ୍ତି।

Advertisment

ରାତି ପ୍ରାୟ ସାଢ଼େ ୯ଟା ବେଳେ ଶାନ୍ତିସ୍ୱରୂପ ନିଜ ଘରେ ବନ୍ଧୂ ନିତ୍ୟସୁନ୍ଧରଙ୍କ ସହ ଘରେ ବସି କଥା ହେଉଥିବା ବେଳେ ଜଣେ ଦୁର୍ବୃତ୍ତ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଗୁଳିକାଣ୍ଡର କାରଣ ଜଣାପଡ଼ି ନାହିଁ। ତେବେ ପ୍ରାଥମିକ ତଦନ୍ତରୁ ଜମି ବିବାଦକୁ ନେଇ ଏହି ଘଟଣା ଘଟିଥାଇପାରେ ପୁଲିସ୍ ସନ୍ଦେହ କରୁଛି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଶାନ୍ତିସ୍ୱରୂପ ’କୃଷ୍ଣ ସୁଦାମା’, ’ମନ ଆକାଶ’ ଓ ’ବନ୍ଧୁ ମହାନ୍ତି’ ଫିଲ୍ମରେ ଅଭିନୟ କରିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe