Advertisment

ମୃତ ଆଲ୍‌ବମ୍‌ ଅଭିନେତ୍ରୀ ସିମ୍‌ରନ୍‌ ବାହା ହୋଇଥିଲେ? ବୟଫ୍ରେଣ୍ଡ୍‌ ଅଟକ

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ସମ୍ୱଲପୁରୀ ଆଲବମ୍‌ ଅଭିନେତ୍ରୀ ‘ସେଲ୍‌ଫି ବେବୋ’ ସିମ୍‌ରନ୍‌ ସିଂଙ୍କୁ ମୃତ୍ୟୁ ଘଟଣାରେ ତାଙ୍କ ବୟଫ୍ରେଣ୍ଡ୍‌ ଧ୍ରୁବରାଜ ସୁନା ଅଟକ। ବେଲପଡ଼ା ଥାନା ପୁଲିସ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି। ସିମ୍‌ରନଙ୍କୁ ଧ୍ରୁବରାଜ ବିବାହ କରିବା ସଂପର୍କରେ ସ୍ୱୀକାର କରିଥିବା ପୁଲିସ କହିଛି। ଗତକାଲି ସମ୍ବଲପୁର ନିକଟ ଗୋଇରା ମଠ ପାଖ ମହାନଦୀ ପୋଲ ତଳୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ତଦନ୍ତ ବେଳେ ସମ୍ପୃକ୍ତ ଯୁବତୀଙ୍କ ନାଁ ସିମ୍‌ରନ୍‌ ଓ […]

author-image
Manoranjan Sial
ଅଦ୍ୟତନ ହୋଇଛି
ମୃତ ଆଲ୍‌ବମ୍‌ ଅଭିନେତ୍ରୀ ସିମ୍‌ରନ୍‌ ବାହା ହୋଇଥିଲେ? ବୟଫ୍ରେଣ୍ଡ୍‌ ଅଟକ

sim-2

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ସମ୍ୱଲପୁରୀ ଆଲବମ୍‌ ଅଭିନେତ୍ରୀ ‘ସେଲ୍‌ଫି ବେବୋ’ ସିମ୍‌ରନ୍‌ ସିଂଙ୍କୁ ମୃତ୍ୟୁ ଘଟଣାରେ ତାଙ୍କ ବୟଫ୍ରେଣ୍ଡ୍‌ ଧ୍ରୁବରାଜ ସୁନା ଅଟକ। ବେଲପଡ଼ା ଥାନା ପୁଲିସ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି। ସିମ୍‌ରନଙ୍କୁ ଧ୍ରୁବରାଜ ବିବାହ କରିବା ସଂପର୍କରେ ସ୍ୱୀକାର କରିଥିବା ପୁଲିସ କହିଛି।

Advertisment

ଗତକାଲି ସମ୍ବଲପୁର ନିକଟ ଗୋଇରା ମଠ ପାଖ ମହାନଦୀ ପୋଲ ତଳୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ତଦନ୍ତ ବେଳେ ସମ୍ପୃକ୍ତ ଯୁବତୀଙ୍କ ନାଁ ସିମ୍‌ରନ୍‌ ଓ ସେ ଜଣେ ଆଲ୍‌ବମ୍‌ ଅଭିନେତ୍ରୀ ବୋଲି ଜଣାପଡ଼ିଥିଲା। ପାରିପାର୍ଶ୍ୱିକ ସ୍ଥିତିରୁ ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଥିଲା। ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ଅନ୍ୟପକ୍ଷରେ ମୃତ୍ୟୁ ପୂର୍ବରୁ ସିମ୍‌ରନ୍‌ ତାଙ୍କର ଜଣେ ବନ୍ଧୁଙ୍କ ପାଖକୁ ଏକ ଭଏସ୍ ମେସେଜ୍ ପଠାଇଥିବା କୁହାଯାଉଛି। ଏହି ଅଡିଓଟି ଏବେ ଭାଇରାଲ୍ ହୋଇଛି। କିନ୍ତୁ ସେ ଅଡିଓ ଯେ ସିମ୍‌ରନ୍‌ଙ୍କର ତାହା ସ୍ପଷ୍ଟ ହୋଇନି କିମ୍ବା ପୁଲିସ୍ କିଛି କହିନି।

Advertisment

ଏହି ଅଡିଓରେ କୁହାଯାଉଛି- ନିଜକୁ ଛାଡ଼ି, ପରିବାରକୁ ଛାଡ଼ି ଦୂରକୁ ଚାଲି ଯାଉଛି। ସେ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିବା ମଧ୍ୟ ଏହି ଭଏସ୍ ମେସେଜରେ କହିଛନ୍ତି। ମୁଁ ନାଟକ କରୁନି। ତୁମେ ଭାବନି ନାଟକ ବୋଲି। ମୁଁ ଭାଙ୍ଗି ଯାଇଛି। ଆଉ ସହି ହେଉ ନାହିଁ। ପୂର୍ବରୁ କହିଥିଲେ, ମୁଁ ସବୁ ଛାଡ଼ିକି ପଳାଇ ଯାଇଥାନ୍ତି। ବିଶ୍ୱାସ କର ମୁଁ ତୁମର ନାଁ ୟୁଗ ଲେଖିଛି। ଆମ ସମ୍ପର୍କ ରଖିବା ପାଇଁ ଚେଷ୍ଟା କରିଥାନ୍ତ। ମୁଁ ଯାଉଛି ନିଜ ପରିବାର ଓ ତୁମଠୁ ଦୂରକୁ।”

publive-imageପଶ୍ଚିମ ଓଡ଼ିଶାରେ ସିମରନ୍‌ ଜଣେ ଲୋକପ୍ରିୟ ଆଲ୍‌ବମ୍‌ ଅଭିନେତ୍ରୀ। ବହୁ ଚର୍ଚ୍ଚିତ ସମ୍ବଲପୁରୀ ଆଲବମ୍‌ ‘ସେଲ୍ଫି ବେବୋ’ ଜରିଆରେ ପଶ୍ଚିମ ଓଡ଼ିଶାର ଘରେଘରେ ପରିଚିତ ହୋଇ ପାରିଥିଲେ। ଏହା ବ୍ୟତୀତ ତାଙ୍କ ଆଉ ଗୋଟିଏ ଲୋକପ୍ରିୟ ଆଲବମ୍‌ ହେଉଛି ‘ରିକ୍ସାବାଲା ରିଟର୍ଣ୍ଣ’।