/odisha-reporter/media/post_attachments/uploads/2020/09/sambit-1.jpg)
sambit-1
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଗଲା ଧର୍ମଶାଳା ଜମିକୁ ବେଆଇନ୍ ଭାବେ ବିକ୍ରି ଘଟଣାରେ ଆଜି ନୂଆଦିଲ୍ଲୀରେ ପ୍ରେସମିଟ୍ କରି ବର୍ଷିଛନ୍ତି ବିଜେପି ମୁଖପାତ୍ର ସମ୍ବିତ ପାତ୍ର। ପର୍ଯ୍ୟଟନ ସଚିବ ବିଶାଲ ଦେବ ଆଇଟିଡିସି ସିଏମଡିଙ୍କୁ ଲେଖିଥିବା ଚିଠିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସମ୍ବିତ । ଉକ୍ତ ଚିଠିକୁ ମିଥ୍ୟା ବୋଲି କହିବା ସହ ପ୍ରମାଣ ସହ ଏହାକୁ ଗଣମାଧ୍ୟମ ସମ୍ମୁଖରେ ରଖିଥିବା କହିଛନ୍ତି ସମ୍ବିତ।
ପ୍ରେସ୍ମିଟରେ ସମ୍ବିତ ଆଣିଥିବା ଅଭିଯୋଗ ଅନୁଯାୟୀ, କେନ୍ଦ୍ର ସରକାରଙ୍କ ପ୍ରସାଦ ଯୋଜନାରେ ଜଗନ୍ନାଥ ବିଶ୍ରାମସ୍ଥଳୀ ନିର୍ମାଣ ହୋଇଥାନ୍ତା। ଏଥିପାଇଁ ୫୦ କୋଟି ମଞ୍ଜୁର ହୋଇଥିଲା। ବି.ସି ଭୂୟାଁ କନଷ୍ଟ୍ରକସନ କ଼ମ୍ପାନୀକୁ ୨୧ କୋଟି ଟଙ୍କାରେ ଟେଣ୍ଡର ଦିଆଗଲା। ପରବର୍ତ୍ତୀ ଅବସ୍ଥାରେ ପ୍ରକଳ୍ପ ବଜେଟ ୭୮ କୋଟିକୁ ବୃଦ୍ଧି ମଧ୍ୟ ପାଇଥିଲା।
୨୦୧୯ ଜୁନ ମାସରେ ଠିକାଦାର କାମ ଆରମ୍ଭ କରିଥିବା ବେଳେ ଅଚାନକ ୨୦୧୯ ନଭେମ୍ବରରେ କାମକୁ ଅଟକାଗଲା। ସେତେବେଳକୁ ୩ କୋଟି ୨୬ ଲକ୍ଷ ଖର୍ଚ୍ଚ ହୋଇଯାଇଥିଲା। ଏହାପରେ କାମ ପୁନଃ ଆରମ୍ଭ କରିବାକୁ ITDC ପକ୍ଷରୁ ରାଜ୍ୟ ସରକାରଙ୍କୁ ୪ ଥର ଚିଠି ମଧ୍ୟ ଲେଖାଯାଇଥିଲା। ହେଲେ ପ୍ରକଳ୍ପ ସ୍ଥାନାନ୍ତର ପାଇଁ ଚିଠି ଲେଖିଲେ ରାଜ୍ୟ ସରକାର। ଯେଉଁଠିକି ସ୍ଥାନାନ୍ତର ପାଇଁ ଲେଖିଲେ, ସେଠି ଜମି ଖାଲୁଆ ଓ ରାସ୍ତା ନଥିବା ITDC ପକ୍ଷରୁ ସର୍ଭେ କରାଯାଇ ରାଜ୍ୟ ସରକାରଙ୍କୁ ଅଗତ କରାଗଲା।
ଏଭଳି ସ୍ଥିତିରେ ଜୁଲାଇ ୧ରେ ବିଶାଲ ଦେବ ITDC ସିଏମ୍ଡିଙ୍କୁ ଚିଠି ଲେଖି ବିଳମ୍ବ ହୋଇଥିବାରୁ ପ୍ରକଳ୍ପ କାର୍ଯ୍ୟ ବନ୍ଦ ପାଇଁ ଲେଖିଲେ। ହେଲେ ଜୁଲାଇ ୯ରେ ITDC ସିଏମ୍ଡି ଏହାର ପ୍ରତ୍ୟୁତ୍ତର ଦେଇଥିବା ବେଳେ ସେଥିରେ ରାଜ୍ୟ ସରକାରଙ୍କ ସମସ୍ତ ଆରୋପକୁ ମିଛ ବୋଲି କହିଛନ୍ତି।
ସୂଚନାଯୋଗ୍ୟ, ବଗଲା ଧର୍ମଶାଳା ଜମି ବିକ୍ରିକୁ ନେଇ ଅଡୁଆରେ ସରକାର। ଦିନକୁ ଦିନ ଏହି ମାମଲା ଉଗ୍ର ହେବାକୁ ଲାଗିଛି। ରାଜସ୍ୱ ବିଭାଗ ଜାଣତରେ ଜମି ବିକ୍ରି ଅନୁମତି ଦିଆଯାଇଥିବାରୁ ଷଣ୍ଡୁଆସୀ ଆକ୍ରମଣ ଜୋରଦାର କରିଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି । ଏହାକୁ ଏକ ବଡ଼ ସ୍କାମର ଆଖ୍ୟା ଦେବା ସହ ଜମି ହଡ଼ପ୍ ପାଇଁ ଷଡଯନ୍ତ୍ର କରାଯାଇଥିବା ଅଭିଯୋଗ କରିଛି କଂଗ୍ରେସ । ତେଣେ ଲଜ୍ ମାଲିକଙ୍କୁ କାହିଁକି ବଗଲା ଜମିରେ ଥଇଥାନ କରାଗଲା ବୋଲି ପ୍ରଶ୍ନ କରିଛି ବିଜେପି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
