Advertisment

ରାଜ୍ୟ ସରକାରଙ୍କ କାର୍ଯ୍ୟ ଓଡ଼ିଆ ଜାତିକୁ ବାଧିଛି: ସମ୍ବିତ ପାତ୍ର

ପୁରୀ(ଓଡ଼ିଶା ରିପୋର୍ଟର): ‘ଶ୍ରୀମନ୍ଦିରରୁ ୧୦୦ ମିଟର ପରିଧି ଭିତରେ ହୋଇଥିବା ଖନନ ଯୋଗୁ ଆମ ଐତିହ୍ୟ କ୍ଷତିଗ୍ରସ୍ତ ହେଉଛି। ଏହା ସମସ୍ତ ଓଡ଼ିଆ ଜାତିକୁ ବାଧିଛି। ରାଜ୍ୟ ସରକାର ଜିଦଖୋର ମନୋବୃତ୍ତି ସାଙ୍ଗକୁ କଳା ପାହାଡ଼ିଆ ମାନସିକତା ଛାଡ଼ନ୍ତୁ।’ ଆଜି ପୁରୀ ଆସି ଶ୍ରୀଜୀଉଙ୍କ ଦର୍ଶନ କରିବା ଅବସରରେ ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମୁଖରେ ରାଜ୍ୟ ସରକାରଙ୍କୁ ଏପରି ଟାର୍ଗେଟ କରିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସାଂସଦ ସମ୍ବିତ ପାତ୍ର। ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଆଜି […]

ଅଦ୍ୟତନ ହୋଇଛି
ରାଜ୍ୟ ସରକାରଙ୍କ କାର୍ଯ୍ୟ ଓଡ଼ିଆ ଜାତିକୁ ବାଧିଛି: ସମ୍ବିତ ପାତ୍ର

sambit-patra

Advertisment

ପୁରୀ(ଓଡ଼ିଶା ରିପୋର୍ଟର): ‘ଶ୍ରୀମନ୍ଦିରରୁ ୧୦୦ ମିଟର ପରିଧି ଭିତରେ ହୋଇଥିବା ଖନନ ଯୋଗୁ ଆମ ଐତିହ୍ୟ କ୍ଷତିଗ୍ରସ୍ତ ହେଉଛି। ଏହା ସମସ୍ତ ଓଡ଼ିଆ ଜାତିକୁ ବାଧିଛି। ରାଜ୍ୟ ସରକାର ଜିଦଖୋର ମନୋବୃତ୍ତି ସାଙ୍ଗକୁ କଳା ପାହାଡ଼ିଆ ମାନସିକତା ଛାଡ଼ନ୍ତୁ।’ ଆଜି ପୁରୀ ଆସି ଶ୍ରୀଜୀଉଙ୍କ ଦର୍ଶନ କରିବା ଅବସରରେ ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମୁଖରେ ରାଜ୍ୟ ସରକାରଙ୍କୁ ଏପରି ଟାର୍ଗେଟ କରିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସାଂସଦ ସମ୍ବିତ ପାତ୍ର।

Advertisment

ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଆଜି ପୁରୀ ଆସି ଶ୍ରୀଜିଉଙ୍କ ଦର୍ଶନ କରିବା ଅବସରରେ କହିଛନ୍ତି, ମହାପ୍ରଭୁ ରାଜ୍ୟ ସରକାରଙ୍କୁ ସଦବୁଦ୍ଧି ଦିଅନ୍ତୁ। ସାଂସଦ ପିନାକୀ ମିଶ୍ରଙ୍କୁ ମଧ୍ୟ ସଦବୁଦ୍ଧି ଦିଅନ୍ତୁ। ହାଇକୋର୍ଟରେ ଏଏସ୍ଆଇ ପକ୍ଷରୁ ଦାଖଲ ହୋଇଥିବା ସତ୍ୟପାଠରେ ଚିନ୍ତାଜନକ ତଥ୍ୟ ଉପସ୍ଥାପନ ହୋଇଛି। ଏଏସ୍ଆଇର ସତ୍ୟପାଠ ପରେ ମୁହଁ ଖୋଲିଲି, ଆଉ  ଚୁପ୍ ରହିବିନି। ରାଜ୍ୟ ସରକାର ଆମ ଧରୋହରକୁ ନଷ୍ଟ କରିଛନ୍ତି। ଏହା ଓଡ଼ିଆ ଜାତିକୁ ବାଧିଛି।

ମୁଁ ଏହାକୁ ନେଇ ରାଜନୀତି କରିବାକୁ ଚେଷ୍ଟା କରୁନି। କିନ୍ତୁ ଜଣେ ଭକ୍ତ ହିସାବରେ ଏହା ମୋତେ ଖୁବ୍‌ ବାଧିଛି। ପୁରୀ ଶ୍ରୀମନ୍ଦିର ଆମ ସମସ୍ତଙ୍କ ବିଶ୍ୱାସ ତଥା ଆସ୍ଥାର ପ୍ରତୀକ। ଏହାର ୧୦୦ ମିଟର ପରିଧି ଭିତରେ ଖନନ ନ କରିବାକୁ ପୂର୍ବରୁ ନିୟମ ଥିବା ବେଳେ ଏହାକୁ ଖୋଲାଖୋଲି ଉଲ୍ଲଘଂନ କରି ସେଠାରେ ରାଜ୍ୟ ସରକାର ଖନନ କଲେ। ଏଥିଯୋଗୁ ଶ୍ରୀମନ୍ଦିରର ଐତିହ୍ୟ ବିପଦରେ ଥିବା ରିପୋର୍ଟରେ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି। ତେଣୁ ରାଜ୍ୟ ସରକାରଙ୍କ ଏପରି କଳାପାହାଡ଼ିଆ ମାନସିକତା ବିରୋଧରେ ଲୋକଙ୍କ ପାଖକୁ ଯିବୁ, ଜନ ଆନ୍ଦୋଳନ କରିବୁ।

Advertisment

ପୁରୀ ଏମ୍‌ପି ପିନାକୀ ମିଶ୍ର ଲୋକସଭାରେ କେବଳ ୪ଟି ଶୌଚାଳୟ ହେଉଛି ବୋଲି ଦୃଢୋକ୍ତିର ସହ କହୁଥିବା ବେଳେ ଏବେ  ସତ ପଦାକୁ ଆସିଛି। ସମଗ୍ର ବିଶ୍ୱରେ  ଶ୍ରୀମନ୍ଦିର ନାଁ ପଦାରେ ପକାଇବାକୁ ସେ ଚେଷ୍ଟା କରିଥିଲେ, ତାହା ଉଚିତ ନୁହେଁ ବୋଲି କହିଛନ୍ତି ସମ୍ବିତ ପାତ୍ର।

ଏହାପୂର୍ବରୁ ଗତକାଲି ନୂଆଦିଲ୍ଲୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ଗର୍ଜିଥିଲେ ସମ୍ବିତ ପାତ୍ର। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଚାଲିଥିବା ନିର୍ମାଣ କାମ ପାଇଁ ବୈଧ ଅନୁମତି ନ ଥିଲା। ପ୍ରକଳ୍ପ କାମ କିମ୍ବା ସୌନ୍ଦର୍ଯ୍ୟକରଣକୁ ବିରୋଧ କରାଯାଉ ନାହିଁ। କିନ୍ତୁ ଏଥିପାଇଁ ଆଇନର ପରିଧି ଭିତରେ କାମ ହେବା ଆବଶ୍ୟକ। ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ DPR ଦାଖଲ କରାଯାଇଛି। ଏଥିସହ ଏଏସଆଇ ରିପୋର୍ଟରେ ଖନନ ସ୍ଥାନରେ ଐତିହ୍ୟ କୀର୍ତ୍ତିରାଜି ନଷ୍ଟ ହୋଇଥିବା ଆଶଙ୍କା କରାଯାଇଛି। ଏହା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଦୁଃଖର ଦିନ। ନିର୍ମାଣ ସମୟରେ ଐତିହ୍ୟ କୀର୍ତ୍ତିରାଜି ନଷ୍ଟ ହୋଇଥିବା ହାଇକୋର୍ଟ ଉପଲବ୍ଧି କରିଥିବା କହିଥିଲେ ସମ୍ବିତ ପାତ୍ର।

Puri Shreemandir Sambit Patra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe