/odisha-reporter/media/post_attachments/uploads/2015/05/rape_1377226521_540x540.jpg)
rape
ସମ୍ବଲପୁର : ସମ୍ବଲପୁର ସହରର ଅଭାବନୀୟ ଘଟଣା ଘଟିଛି । ମିଳିଥିବା ସୂଚନା ଅନୁଯାୟୀ ସଧ୍ୟ୍ୟା ସାତଟା ସମୟରେ ଯୁବତୀଙ୍କୁ ଟେକି ନେଇ ବଳାତ୍କାର କରାଯାଇଥିବା ଧନୁପାଲି ଥାନାରେ ଅଭିଯୋଗ ହୋଇଛି । ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଥିବାବେଳେ ଘଟଣାରେ ସାମିଲ ଥିବା ଅନ୍ୟମାନେ ଫେରାର ଅଛନ୍ତି । ସେମାନଙ୍କୁ ଧରିବା ପାଇଁ ତନାଘନା ଚଲାଇଛି ସମ୍ବଲପୁର ପୋଲିସ । ପୀଡିତାଙ୍କ ଅଭିଯୋଗ ଅନୁସାରେ, ଗତକାଲି ସଂଧ୍ୟା ୭ ଟା ସମୟରେ ସେ ନିଜ ମାଉସୀ ପୁଅ ସହିତ ସମ୍ବଲପୁରକୁ ଜିନିଷପତ୍ର କିଣାକିଣି କରିବାକୁ ଆସିଥିଲା । ତେବେ ଧନୁପାଲି ଛକ ନିକଟରୁ ମୁଖ୍ୟ ଅଭିଯୁକ୍ତ ଓ ତାର ଦୁଇ ସହଯୋଗୀ ମାଉସୀ ପୁଅ ଭାଇ ମୁଣ୍ଡରେ ଛୁରା ଲଗାଇ ଯୁବତୀଙ୍କୁ କାରରେ ଅପହରଣ କରିନେଇଥିଲେ। ପରେ ସେମାନେ ଏକ ଜଙ୍ଗଲିଆ ଯାଗାକୁ ଯୁବତୀ ଜଣକୁ ନେଇଯାଇ ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ପୀଡିତାଙ୍କ ଘର ଆଠ ମଲ୍ଲିକ ଅଞ୍ଚଳରେ ବୋଲି ଜଣାପଡିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
