Advertisment

ସମ୍ବଲପୁର ବଳାତ୍କାର ମାମଲା : ମୁଖ୍ୟ ଅଭିଯୁକ୍ତ ଗିରଫ

ସମ୍ବଲପୁର : ସମ୍ବଲପୁର ସହରର ଅଭାବନୀୟ ଘଟଣା ଘଟିଛି ।  ମିଳିଥିବା ସୂଚନା ଅନୁଯାୟୀ ସଧ୍ୟ୍ୟା  ସାତଟା ସମୟରେ ଯୁବତୀଙ୍କୁ ଟେକି ନେଇ ବଳାତ୍କାର କରାଯାଇଥିବା ଧନୁପାଲି ଥାନାରେ ଅଭିଯୋଗ ହୋଇଛି । ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଥିବାବେଳେ ଘଟଣାରେ ସାମିଲ ଥିବା ଅନ୍ୟମାନେ ଫେରାର ଅଛନ୍ତି । ସେମାନଙ୍କୁ ଧରିବା ପାଇଁ  ତନାଘନା ଚଲାଇଛି ସମ୍ବଲପୁର ପୋଲିସ  । ପୀଡିତାଙ୍କ ଅଭିଯୋଗ ଅନୁସାରେ, ଗତକାଲି ସଂଧ୍ୟା ୭ ଟା ସମୟରେ ସେ ନିଜ ମାଉସୀ […]

ଅଦ୍ୟତନ ହୋଇଛି
ସମ୍ବଲପୁର ବଳାତ୍କାର ମାମଲା : ମୁଖ୍ୟ ଅଭିଯୁକ୍ତ ଗିରଫ

rape

Advertisment

ସମ୍ବଲପୁର : ସମ୍ବଲପୁର ସହରର ଅଭାବନୀୟ ଘଟଣା ଘଟିଛି ।  ମିଳିଥିବା ସୂଚନା ଅନୁଯାୟୀ ସଧ୍ୟ୍ୟା  ସାତଟା ସମୟରେ ଯୁବତୀଙ୍କୁ ଟେକି ନେଇ ବଳାତ୍କାର କରାଯାଇଥିବା ଧନୁପାଲି ଥାନାରେ ଅଭିଯୋଗ ହୋଇଛି । ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଥିବାବେଳେ ଘଟଣାରେ ସାମିଲ ଥିବା ଅନ୍ୟମାନେ ଫେରାର ଅଛନ୍ତି । ସେମାନଙ୍କୁ ଧରିବା ପାଇଁ  ତନାଘନା ଚଲାଇଛି ସମ୍ବଲପୁର ପୋଲିସ  । ପୀଡିତାଙ୍କ ଅଭିଯୋଗ ଅନୁସାରେ, ଗତକାଲି ସଂଧ୍ୟା ୭ ଟା ସମୟରେ ସେ ନିଜ ମାଉସୀ ପୁଅ ସହିତ ସମ୍ବଲପୁରକୁ ଜିନିଷପତ୍ର କିଣାକିଣି କରିବାକୁ ଆସିଥିଲା । ତେବେ ଧନୁପାଲି ଛକ ନିକଟରୁ ମୁଖ୍ୟ ଅଭିଯୁକ୍ତ ଓ ତାର ଦୁଇ ସହଯୋଗୀ  ମାଉସୀ ପୁଅ ଭାଇ ମୁଣ୍ଡରେ  ଛୁରା ଲଗାଇ ଯୁବତୀଙ୍କୁ କାରରେ ଅପହରଣ କରିନେଇଥିଲେ। ପରେ ସେମାନେ ଏକ ଜଙ୍ଗଲିଆ ଯାଗାକୁ ଯୁବତୀ ଜଣକୁ ନେଇଯାଇ ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ପୀଡିତାଙ୍କ ଘର ଆଠ ମଲ୍ଲିକ ଅଞ୍ଚଳରେ ବୋଲି ଜଣାପଡିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe