Advertisment

ସମ୍ବଲପୁରରେ ଆଇଆଇଏମ ପ୍ରତିଷ୍ଠା ନେଇ ବିଜେଡି-ବିଜେପି ମୁହାଁମୁହିଁ

ସମ୍ୱଲପୁର :  ସମ୍ବଲପୁରର ଆଇ ଆଇ ଏମ ପ୍ରତିଷ୍ଠା କୁ ନେଇ ରାଜନୀତି ଏବେ ଜୋର ଧରିଛି । ଏହି ପ୍ରସଙ୍ଗକୁ ନେଇ ଶାସନ ବି.ଜେ.ଡି ଓ ବିରୋଧୀ ବି.ଜେ.ପି ମୁହାଁ ମୁହିଁ ହୋଇଛନ୍ତି । ବି.ଜେ.ଡି ସମ୍ବଲପୁର ଆଇ.ଆଇ.ଏମ ପ୍ରତିଷ୍ଠା ନେଇ କୌଣସି ଚୁଡାନ୍ତ ନିଷ୍ପତ୍ତି ନେଉ ନ ଥିବାରୁ କେନ୍ଦ୍ର ଉପରେ ଦୋଷ ଲଦିଛି । ଦଳ ପକ୍ଷରୁ ହୋଇଥିବା ସାମ୍ୱାଦିକ ସମ୍ମିଳନୀରେ ସମ୍ୱଲପୁର ବି.ଜେ.ଡି ଜିଲ୍ଲା ସଭାପତି ତଥା ରେଢାଖୋଲ ବିଧାୟକ ରୋହିତ […]

author-image
Rakesh Mallick
ଆଇଆଇଏମ୍ ପାଠପଢା ନେଇ ଆଜି ବସିବ ଉଚ୍ଚସ୍ତରୀୟ ବୈଠକ

IIM1

ସମ୍ୱଲପୁର :  ସମ୍ବଲପୁରର ଆଇ ଆଇ ଏମ ପ୍ରତିଷ୍ଠା କୁ ନେଇ ରାଜନୀତି ଏବେ ଜୋର ଧରିଛି । ଏହି ପ୍ରସଙ୍ଗକୁ ନେଇ ଶାସନ ବି.ଜେ.ଡି ଓ ବିରୋଧୀ ବି.ଜେ.ପି ମୁହାଁ ମୁହିଁ ହୋଇଛନ୍ତି । ବି.ଜେ.ଡି ସମ୍ବଲପୁର ଆଇ.ଆଇ.ଏମ ପ୍ରତିଷ୍ଠା ନେଇ କୌଣସି ଚୁଡାନ୍ତ ନିଷ୍ପତ୍ତି ନେଉ ନ ଥିବାରୁ କେନ୍ଦ୍ର ଉପରେ ଦୋଷ ଲଦିଛି । ଦଳ ପକ୍ଷରୁ ହୋଇଥିବା ସାମ୍ୱାଦିକ ସମ୍ମିଳନୀରେ ସମ୍ୱଲପୁର ବି.ଜେ.ଡି ଜିଲ୍ଲା ସଭାପତି ତଥା ରେଢାଖୋଲ ବିଧାୟକ ରୋହିତ ପୁଜାରୀ କହିଛନ୍ତି, ଆଗାମୀ ଏକ ମାସ ମଧ୍ୟରେ ଯଦି କେନ୍ଦ୍ର ସରକାର ସମ୍ୱଲପୁର ଠାରେ ଆଇ ଆଇ ଏମ ପ୍ରତିଷ୍ଠା ନେଇ କୌଣସି ପଦକ୍ଷେପ ନ ନିଅନ୍ତି ତେବେ ଦଳ ଆନ୍ଦୋଳନ କରି ରାଜରାସ୍ତାକୁ ଓହ୍ଲାଇବ ।ବି.ଜେ.ପି ଏହି ପ୍ରସଙ୍ଗକୁ ନେଇ ସମ୍ୱଲପୁର ବାସୀଙ୍କୁ ଭୁଆଁ ବୁଲାଉଛନ୍ତି  ବୋଲି  ମଧ୍ୟ ଅଭିଯୋଗ କରିଛନ୍ତି ।rohit

Advertisment

ମୁଖ୍ୟମନ୍ତ୍ରୀ ସମ୍ୱଲପୁର ଠାରେ ଆଇଆଇଏମ ପ୍ରତିଷ୍ଠା ନେଇ କେନ୍ଦ୍ରକୁ ଚିଠି ଲେଖିବା ପରେ ମଧ୍ୟ କେନ୍ଦ୍ର କିଛି ଉତ୍ତର ଦେଉନାହିଁ । ତୁରନ୍ତ କେନ୍ଦ୍ର ସରକାର ସମ୍ୱଲପୁରର ପ୍ରସ୍ତାବିତ ଶିସାଳ ଫ।ର୍ମ ଓ ଗୋଶାଳା ଦୁଇଟି ସ୍ଥାନକୁ ବିଶେଷଜ୍ଞ ଟିମକୁ ପଠାନ୍ତୁ ବୋଲି ଦଳ କହିଛି । ଅଭିଯୋଗର ସିଧା ଜବାବ ରଖିଛି ବି.ଜେ.ପି । ନବୀନ ସରକାରର ବର୍ଷ ପୂର୍ତ୍ତି ଅବସରରେ ଦଳ ପକ୍ଷରୁ ସରକାରଙ୍କ କାର୍ଯ୍ୟ କଳାପ ନେଇ ଆୟୋଜନ କରିଥିବା ଏକ ସାମ୍ୱାଦିକ ସମ୍ମିଳନୀରେ ଓଲଟା ବି.ଜେ.ଡି ଉପରେ ବର୍ଷିଛି ବି.ଜେ.ପି । ଦଳର ବରିଷ୍ଠ ନେତା ସୁରେଶ ପୁଜାରୀ କହିଛନ୍ତି ମୁଖ୍ୟମନ୍ତ୍ରୀ କେବଳ ଚିଠି ଲେଖିବା ଛଡ଼ା ଅନ୍ୟ କିଛି ଜାଣନ୍ତି ନାହିଁ  ।

ସୁରେଶ ପ୍ରଶ୍ନ ଉଠାଇଛନ୍ତି ଯେ ଏହାଛଡା ଯେଉଁ ବିଧାୟକ-ବିଧାୟିକା ମାନେ ସମ୍ୱଲପୁର ଠାରେ ଆଇ.ଆଇ.ଏମ ପ୍ରତିଷ୍ଠା ପ୍ରସଙ୍ଗ ଉଠାଉଛନ୍ତି ସେମାନେ ସେତେବେଳେ କୁଆଡେ ଯାଇଥିଲେ ଯେତେବେଳେ ଭୁବନେଶ୍ୱର ଠାରେ ଆଇଆଇଏମ ହେବା ନେଇ ବିଶେଷଜ୍ଞ ଦଳ କ୍ଷେତ୍ର ପରିଦର୍ଶନ କରିବାକୁ ଆସିଥିଲେ । ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତ ସମୟରେ ବିଭିନ୍ନ କେନ୍ଦ୍ରମନ୍ତ୍ରୀ ମାନଙ୍କୁ ଭେଟୁଛନ୍ତି କିନ୍ତୁ ଏହି ପ୍ରସଙ୍ଗରେ ମାନବ ସମ୍ୱଳ ମନ୍ତ୍ରୀଙ୍କୁ କାହିଁକି ଦେଖା କରି ଏ ନେଇ ଆଲୋଚନା କରୁ ନାହାନ୍ତି ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି। ଏବେ ସମ୍ୱଲପୁରରେ ଆଇଆଇଏମର ସମ୍ଭାବନା ଉଜ୍ଜଳ ହୋଇ ଆସୁଥିବାବେଳେ ବି.ଜେ.ଡି ଏହାର ଶ୍ରେୟ ଭାଗିଦାରୀ ହେବା ପାଇଁ ଏମିତି କରୁଛି ବୋଲି ସେ କହିଛନ୍ତି।

Advertisment