ସମ୍ବଲପୁରରେ ଆଇଆଇଏମ ପ୍ରତିଷ୍ଠା ନେଇ ବିଜେଡି-ବିଜେପି ମୁହାଁମୁହିଁ

ସମ୍ୱଲପୁର :  ସମ୍ବଲପୁରର ଆଇ ଆଇ ଏମ ପ୍ରତିଷ୍ଠା କୁ ନେଇ ରାଜନୀତି ଏବେ ଜୋର ଧରିଛି । ଏହି ପ୍ରସଙ୍ଗକୁ ନେଇ ଶାସନ ବି.ଜେ.ଡି ଓ ବିରୋଧୀ ବି.ଜେ.ପି ମୁହାଁ ମୁହିଁ ହୋଇଛନ୍ତି । ବି.ଜେ.ଡି ସମ୍ବଲପୁର ଆଇ.ଆଇ.ଏମ ପ୍ରତିଷ୍ଠା ନେଇ କୌଣସି ଚୁଡାନ୍ତ ନିଷ୍ପତ୍ତି ନେଉ ନ ଥିବାରୁ କେନ୍ଦ୍ର ଉପରେ ଦୋଷ ଲଦିଛି । ଦଳ ପକ୍ଷରୁ ହୋଇଥିବା ସାମ୍ୱାଦିକ ସମ୍ମିଳନୀରେ ସମ୍ୱଲପୁର ବି.ଜେ.ଡି ଜିଲ୍ଲା ସଭାପତି ତଥା ରେଢାଖୋଲ ବିଧାୟକ ରୋହିତ […]

IIM1

Rakesh Mallick
  • Published: Thursday, 21 May 2015
  • , Updated: 21 May 2015, 05:08 AM IST

ସମ୍ୱଲପୁର :  ସମ୍ବଲପୁରର ଆଇ ଆଇ ଏମ ପ୍ରତିଷ୍ଠା କୁ ନେଇ ରାଜନୀତି ଏବେ ଜୋର ଧରିଛି । ଏହି ପ୍ରସଙ୍ଗକୁ ନେଇ ଶାସନ ବି.ଜେ.ଡି ଓ ବିରୋଧୀ ବି.ଜେ.ପି ମୁହାଁ ମୁହିଁ ହୋଇଛନ୍ତି । ବି.ଜେ.ଡି ସମ୍ବଲପୁର ଆଇ.ଆଇ.ଏମ ପ୍ରତିଷ୍ଠା ନେଇ କୌଣସି ଚୁଡାନ୍ତ ନିଷ୍ପତ୍ତି ନେଉ ନ ଥିବାରୁ କେନ୍ଦ୍ର ଉପରେ ଦୋଷ ଲଦିଛି । ଦଳ ପକ୍ଷରୁ ହୋଇଥିବା ସାମ୍ୱାଦିକ ସମ୍ମିଳନୀରେ ସମ୍ୱଲପୁର ବି.ଜେ.ଡି ଜିଲ୍ଲା ସଭାପତି ତଥା ରେଢାଖୋଲ ବିଧାୟକ ରୋହିତ ପୁଜାରୀ କହିଛନ୍ତି, ଆଗାମୀ ଏକ ମାସ ମଧ୍ୟରେ ଯଦି କେନ୍ଦ୍ର ସରକାର ସମ୍ୱଲପୁର ଠାରେ ଆଇ ଆଇ ଏମ ପ୍ରତିଷ୍ଠା ନେଇ କୌଣସି ପଦକ୍ଷେପ ନ ନିଅନ୍ତି ତେବେ ଦଳ ଆନ୍ଦୋଳନ କରି ରାଜରାସ୍ତାକୁ ଓହ୍ଲାଇବ ।ବି.ଜେ.ପି ଏହି ପ୍ରସଙ୍ଗକୁ ନେଇ ସମ୍ୱଲପୁର ବାସୀଙ୍କୁ ଭୁଆଁ ବୁଲାଉଛନ୍ତି  ବୋଲି  ମଧ୍ୟ ଅଭିଯୋଗ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ସମ୍ୱଲପୁର ଠାରେ ଆଇଆଇଏମ ପ୍ରତିଷ୍ଠା ନେଇ କେନ୍ଦ୍ରକୁ ଚିଠି ଲେଖିବା ପରେ ମଧ୍ୟ କେନ୍ଦ୍ର କିଛି ଉତ୍ତର ଦେଉନାହିଁ । ତୁରନ୍ତ କେନ୍ଦ୍ର ସରକାର ସମ୍ୱଲପୁରର ପ୍ରସ୍ତାବିତ ଶିସାଳ ଫ।ର୍ମ ଓ ଗୋଶାଳା ଦୁଇଟି ସ୍ଥାନକୁ ବିଶେଷଜ୍ଞ ଟିମକୁ ପଠାନ୍ତୁ ବୋଲି ଦଳ କହିଛି । ଅଭିଯୋଗର ସିଧା ଜବାବ ରଖିଛି ବି.ଜେ.ପି । ନବୀନ ସରକାରର ବର୍ଷ ପୂର୍ତ୍ତି ଅବସରରେ ଦଳ ପକ୍ଷରୁ ସରକାରଙ୍କ କାର୍ଯ୍ୟ କଳାପ ନେଇ ଆୟୋଜନ କରିଥିବା ଏକ ସାମ୍ୱାଦିକ ସମ୍ମିଳନୀରେ ଓଲଟା ବି.ଜେ.ଡି ଉପରେ ବର୍ଷିଛି ବି.ଜେ.ପି । ଦଳର ବରିଷ୍ଠ ନେତା ସୁରେଶ ପୁଜାରୀ କହିଛନ୍ତି ମୁଖ୍ୟମନ୍ତ୍ରୀ କେବଳ ଚିଠି ଲେଖିବା ଛଡ଼ା ଅନ୍ୟ କିଛି ଜାଣନ୍ତି ନାହିଁ  ।

ସୁରେଶ ପ୍ରଶ୍ନ ଉଠାଇଛନ୍ତି ଯେ ଏହାଛଡା ଯେଉଁ ବିଧାୟକ-ବିଧାୟିକା ମାନେ ସମ୍ୱଲପୁର ଠାରେ ଆଇ.ଆଇ.ଏମ ପ୍ରତିଷ୍ଠା ପ୍ରସଙ୍ଗ ଉଠାଉଛନ୍ତି ସେମାନେ ସେତେବେଳେ କୁଆଡେ ଯାଇଥିଲେ ଯେତେବେଳେ ଭୁବନେଶ୍ୱର ଠାରେ ଆଇଆଇଏମ ହେବା ନେଇ ବିଶେଷଜ୍ଞ ଦଳ କ୍ଷେତ୍ର ପରିଦର୍ଶନ କରିବାକୁ ଆସିଥିଲେ । ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତ ସମୟରେ ବିଭିନ୍ନ କେନ୍ଦ୍ରମନ୍ତ୍ରୀ ମାନଙ୍କୁ ଭେଟୁଛନ୍ତି କିନ୍ତୁ ଏହି ପ୍ରସଙ୍ଗରେ ମାନବ ସମ୍ୱଳ ମନ୍ତ୍ରୀଙ୍କୁ କାହିଁକି ଦେଖା କରି ଏ ନେଇ ଆଲୋଚନା କରୁ ନାହାନ୍ତି ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି। ଏବେ ସମ୍ୱଲପୁରରେ ଆଇଆଇଏମର ସମ୍ଭାବନା ଉଜ୍ଜଳ ହୋଇ ଆସୁଥିବାବେଳେ ବି.ଜେ.ଡି ଏହାର ଶ୍ରେୟ ଭାଗିଦାରୀ ହେବା ପାଇଁ ଏମିତି କରୁଛି ବୋଲି ସେ କହିଛନ୍ତି।

Related story