Advertisment

ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା : ୨୨ରେ ଦେବ ବିବାହ

ସମ୍ୱଲପୁର : ସମ୍ୱଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ନନ୍ଦପଡାର ବମ୍ ବରାଡ ବାଲୁଙ୍କେଶ୍ୱର ବାବାଙ୍କର ପତରପେଣ୍ଡି ବା ନିର୍ବନ୍ଧ ସମ୍ପନ୍ନ ହୋଇଛି । ଆସନ୍ତା ୨୨ ତାରିଖ ରାତିରେ ଅନୁଷ୍ଠିତ ହେବ ଦେବ ବିବାହ। ରୀତିନିତୀରେ ସନ୍ଧ୍ୟାରେ ସପ୍ତରୁଷି ପଣ୍ଡିତ ମଣ୍ଡଳୀଙ୍କ ସହ ବରପକ୍ଷ ଲୋକେ ମନ୍ଦିରରୁ ଶୋଭାଯାତ୍ରାରେ କନ୍ୟା ଅନ୍ୱେଷଣରେ ବାହାରିଥିଲେ। ଏଥର କନ୍ୟା ପିତା ମାତା ସାଜିଥିବା ସହର ଉପକଣ୍ଠ ଶାସନ ଗାଁରେ ଡାକ୍ତର ଅଶୋକ ନନ୍ଦ ଓ ବିଜୟ ଲକ୍ଷ୍ମୀ ନନ୍ଦଙ୍କ ଘରେ ପହଞ୍ଚିଥିଲେ […]

author-image
Rakesh Mallick
ଅଦ୍ୟତନ ହୋଇଛି
ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା : ୨୨ରେ ଦେବ ବିବାହ

vlcsnap-2015-05-19-07h57m28s201

ସମ୍ୱଲପୁର : ସମ୍ୱଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ନନ୍ଦପଡାର ବମ୍ ବରାଡ ବାଲୁଙ୍କେଶ୍ୱର ବାବାଙ୍କର ପତରପେଣ୍ଡି ବା ନିର୍ବନ୍ଧ ସମ୍ପନ୍ନ ହୋଇଛି । ଆସନ୍ତା ୨୨ ତାରିଖ ରାତିରେ ଅନୁଷ୍ଠିତ ହେବ ଦେବ ବିବାହ। ରୀତିନିତୀରେ ସନ୍ଧ୍ୟାରେ ସପ୍ତରୁଷି ପଣ୍ଡିତ ମଣ୍ଡଳୀଙ୍କ ସହ ବରପକ୍ଷ ଲୋକେ ମନ୍ଦିରରୁ ଶୋଭାଯାତ୍ରାରେ କନ୍ୟା ଅନ୍ୱେଷଣରେ ବାହାରିଥିଲେ। ଏଥର କନ୍ୟା ପିତା ମାତା ସାଜିଥିବା ସହର ଉପକଣ୍ଠ ଶାସନ ଗାଁରେ ଡାକ୍ତର ଅଶୋକ ନନ୍ଦ ଓ ବିଜୟ ଲକ୍ଷ୍ମୀ ନନ୍ଦଙ୍କ ଘରେ ପହଞ୍ଚିଥିଲେ । କନ୍ୟାଘରେ ପହଞ୍ଚିବା ପରେ ବରପକ୍ଷ ଦେବୀ ପାର୍ବତୀଙ୍କ ବିଷୟରେ ଜିଜ୍ଞାସା କରିଥିଲେ। ଉଭୟ ବର ଓ କନ୍ୟା ପକ୍ଷରୁ ପଣ୍ଡିତମାନେ ଶିବ ପାର୍ବତୀଙ୍କର ଗୁଣଗାନ କରିବା ପରେ ଶେଷରେ ବରପିତା କନ୍ୟାପିତାଙ୍କୁ ବିବାହ ପାଇଁ ରାଜି କରାଇବା ସହ ସର୍ଗିପତ୍ର ଦେଇ ନିର୍ବନ୍ଧ ପକ୍କା କରିଥିଲେ। ଆଜି ରାତିରେ ଗୁଆଗୁଣ୍ଡା ବା ଦେବ ନିମନ୍ତ୍ରଣ ହେବ। ମହାପ୍ରଭୁଙ୍କ ବିବାହ ପାଇଁ ନୃସିଂହ ମହାପ୍ରଭୁ ସହରର ବିଭିନ୍ନ ମନ୍ଦିରକୁ ଯାଇ ଦେବାଦେବୀଙ୍କୁ ଗୁଆ ଦେଇ ନିମନ୍ତ୍ରଣ କରିବେ।

Advertisment