Advertisment

‘ହାଇକୋର୍ଟଙ୍କ ନିର୍ଦ୍ଦେଶ ମିଳିଲା ପରେ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟ ସରକାର ଚାହିଁଲେ ଘରୋଇ ସ୍କୁଲ୍ ଫି ହ୍ରାସ କରିବା ଲାଗି  ନିର୍ଦ୍ଦେଶ ଜାରି କରିପାରିବେ । ଏହାଛଡ଼ା କୌଣସି ଘରୋଇ ସ୍କୁଲ ନିର୍ଦ୍ଦେଶ ଅବମାନନା କଲେ ସରକାର ତାହାର ଏନ୍ଓସି ମଧ୍ୟ ପ୍ରତ୍ୟାହାର କରିପାରିବେ। ସ୍କୁଲ ଫିକୁ ନେଇ କୌଣସି ଘରୋଇ ସ୍କୁଲ୍ ମୁନାଫାଖୋର୍ ହୋଇପାରିବେ ନାହିଁ । ଘରୋଇ ସ୍କୁଲ ଫି ଛାଡ ନିଷ୍ପତ୍ତିର ଶୁଣାଣି କରି କୋର୍ଟ ଏପରି ରାୟରେ ଶୁଣାଇଥିବା ବେଳେ ଆଜି ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା […]

ଅଦ୍ୟତନ ହୋଇଛି
‘ହାଇକୋର୍ଟଙ୍କ ନିର୍ଦ୍ଦେଶ ମିଳିଲା ପରେ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବ’

samir-11

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟ ସରକାର ଚାହିଁଲେ ଘରୋଇ ସ୍କୁଲ୍ ଫି ହ୍ରାସ କରିବା ଲାଗି  ନିର୍ଦ୍ଦେଶ ଜାରି କରିପାରିବେ । ଏହାଛଡ଼ା କୌଣସି ଘରୋଇ ସ୍କୁଲ ନିର୍ଦ୍ଦେଶ ଅବମାନନା କଲେ ସରକାର ତାହାର ଏନ୍ଓସି ମଧ୍ୟ ପ୍ରତ୍ୟାହାର କରିପାରିବେ। ସ୍କୁଲ ଫିକୁ ନେଇ କୌଣସି ଘରୋଇ ସ୍କୁଲ୍ ମୁନାଫାଖୋର୍ ହୋଇପାରିବେ ନାହିଁ । ଘରୋଇ ସ୍କୁଲ ଫି ଛାଡ ନିଷ୍ପତ୍ତିର ଶୁଣାଣି କରି କୋର୍ଟ ଏପରି ରାୟରେ ଶୁଣାଇଥିବା ବେଳେ ଆଜି ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

Advertisment

ମନ୍ତ୍ରୀ କହିଛନ୍ତି,  ହାଇକୋର୍ଟଙ୍କ ନିର୍ଦ୍ଦେଶ ସରକାରଙ୍କ ପାଖରେ ପହଞ୍ଚି ନାହିଁ । ଯାହା କିଛି ଗଣମାଧ୍ୟମରୁ ଜାଣିବାକୁ ମିଳିଛି । ତେଣୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ମିଳିଲା ପରେ ବିଭାଗ ନିଷ୍ପତ୍ତି ନେବ।

୧୯୯୬ ମସିହା ସେପ୍ଟେମ୍ବର ୨୩ରେ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ଦ୍ୱାରା ଜାରି କରାଯାଇଥିବା ରିଜୋଲ୍ୟୁସନ୍ ଆଧାରରେ ରାଜ୍ୟ ସରକାର ଫି ଧାର୍ଯ୍ୟ କରିପାରିବେ ବୋଲି କୋର୍ଟ କହିଛନ୍ତି । ଯେକୌଣସି ଫି ବୃଦ୍ଧି କରିବା ପାଇଁ ଅଭିଭାବକଙ୍କ ସହ ଆଲୋଚନା କରାଯିବ ଓ ପାଠ୍ୟକ୍ରମ ମଝିରେ ଫିବୃଦ୍ଧି କରାଯାଇପାରିବ ନାହିଁ ବୋଲି ରିଜୋଲ୍ୟୁସନରେ ଦର୍ଶାଯାଇଥିଲା  ।

Advertisment

ଘରୋଇ ସ୍କୁଲ ଫି ହ୍ରାସ ମାମଲାରେ ହାଇକୋର୍ଟଙ୍କ ରାୟରେ ଖୁସି ବ୍ୟକ୍ତି କରି   ଶେଷରେ ବିଜୟ ହୋଇଛି ବୋଲି କହିଲେ ଅଭିଭାବକ ମହାସଂଘ ଅଧ୍ୟକ୍ଷ। କୋର୍ଟଙ୍କ ରାୟ ଅନୁଯାୟୀ ସମସ୍ତ ସ୍କୁଲ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣାଧୀନ। ତେଣୁ କେଉଁ ଘରୋଇ ସ୍କୁଲ ସରକାରଙ୍କ ନିୟନ୍ତ୍ରଣରେ ଅଛି ତାଲିକା ପ୍ରକାଶ ପାଉ। ଗଣଶିକ୍ଷା ବିଭାଗ ସେସବୁ ସ୍କୁଲର ଏକ ଫି ଷ୍ଟ୍ରକ୍ଚର ତୁରନ୍ତ ତିଆରି କରୁ ବୋଲି କହିଛନ୍ତି ଅଭିଭାବକ ମହାସଂଘ ଅଧ୍ୟକ୍ଷ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe