/odisha-reporter/media/post_attachments/uploads/2016/09/kabita-mahakul.jpg)
kabita-mahakul
ଭୁବନେଶ୍ୱର: ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କ ବୋହୂ ବୋଲି ଦାବି କରୁଥିବା କବିତା ମହାକୁଡ଼ ଆଜି ମୁହଁ ଖୋଲିଛନ୍ତି। ସେ କହିଛନ୍ତି,“ଗତକାଲି ସନାତନ ମହାକୁଡ଼ ମହିଳା ଥାନାରେ ଯେଉଁ ବୟାନ ଦେଇଥିଲେ ତାହା ମିଛଥିଲା। ଯଦି ସନାତନ ମହାକୁଡ଼ ମୋତେ ଚିହ୍ନ ନାହାନ୍ତି ବୋଲି କହୁଛନ୍ତି ତାହାହେଲେ ତାଙ୍କ ପଅକୁ ମୋ ସାମ୍ନାକୁ ଆଣନ୍ତୁ। ମୋତେ ଚିହ୍ନିନାହିଁ ବୋଲି କହିଦେଲେ ମାମଲାର ସମାଧାନ ହେବ ନାହିଁ। ଅଗଷ୍ଟ ୨ ତାରିଖରେ ପଙ୍କଜ ମହାକୁଡ଼ଙ୍କୁ ତାଙ୍କ ଭିଣୋଇ ମୋ ପାଖରୁ ନେଇଯାଇଥିଲେ।ସେପ୍ଟେମ୍ବର ମାସରେ ତାଙ୍କର ବିବାହ କରି ଦିଆଯାଇଥିଲା”
ସେ ଆହୁରି କହିଛନ୍ତି, “ସନାତନ ମହାକୁଡ଼ ମୋତେ ଭଲଭାବରେ ଚିହ୍ନିଛନ୍ତି। ମାର୍ଚ୍ଚ ୧ ତାରିଖରୁ ଏଫଆଇଆର ଦେଲାପରେ ମଧ୍ୟ ମୋତେ କୌଣସି ନ୍ୟାୟ ମିଳିନାହିଁ। ରାଜନୈତିକ ଚାପ ଯୋଗ ଏହି ମାମଲା ଆଗକୁ ଯାଇପାରିନାହିଁ। ମୋର ୪ ବର୍ଷର ଝିଅର ଡିଏନଏ ପରୀକ୍ଷା କଲେ ସତ୍ୟ ପଦାକୁ ଆସିବ। ସନାତନ ମହାକୁଡ଼ ମିଛ କହୁଛନ୍ତି। ମୁଁ ମିଛ କହୁନାହିଁ। ପଙ୍କଜ ମହାକୁଡ଼ ମୋ ସ୍ୱାମୀ ଓ ମୋ ଝିଅର ବାପା ବୋଲି ପ୍ରମାଣ କରିବି।”
ସନାତନ ମହାକୁଡ଼ କହିଛନ୍ତି, “ମୋ ନାଁରେ ହୋଇଥିବା ଅଭିଯୋଗ ମିଛ, ଭିତ୍ତିହୀନ। ମୁଁ ଆଇନଗତ ଭାବରେ ଯିବି ଓ ଆଇନର ଆଶ୍ରୟ ନେବି।”
ସୂଚନାଯୋଗ୍ୟ, ବିଧାୟକ ସନାତନ ମହାକୁଡ ସୋମବାର ରାତି ପ୍ରାୟ ସାଢ଼େ ୧୧ଟା ପରେ ଭୁବନେଶ୍ୱର ମହିଳା ଥାନାରେ ହାଜର ହୋଇଥିଲେ। ତାଙ୍କୁ ପ୍ରାୟ ୧୦ରୁ ୧୫ ମିନିଟ୍ ପଚରାଉଚରା କରାଯାଇଥିଲା। ଗତକାଲି ପୁଣି ଥରେ ସେ ମହିଳା ଥାନାରେ ହାଜର ହୋଇଥିଲେ। ତାଙ୍କୁ ୨ ଘଣ୍ଟା ଧରି ପଚରାଉଚରା କରାଯାଇଥିଲା।
କବିତା ମହାକୁଡ ନାମକ ଜଣେ ମହିଳା ନିଜକୁ ସନାତନଙ୍କ ବୋହୂ ବୋଲି ଦାବି କରୁଛନ୍ତି। ସନାତନ ମହାକୁଡ଼ ନିଜ ପୁଅ ତଥା ତାଙ୍କ ସ୍ୱାମୀଙ୍କୁ ଘରେ ଜୋରଜବରଦସ୍ତ ରଖିଥିବା କବିତା ଥାନାରେ ଅଭିଯୋଗ କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
