sand
କଟକ(ଓଡ଼ିଶା ରିପୋର୍ଟର): କଟକ ଟାଙ୍ଗି ପୁଲିସ ଷ୍ଟେସନ ଅଧିନ ଦଳଯୋଡି ଜଙ୍ଗଲରୁ ବିପୁଳ ପରିମାଣର ଚୋରା ଚନ୍ଦନ କାଠ ଜବତ। କ୍ରାଇମବ୍ରାଞ୍ଚ STF ଚଢ଼ାଉ କରି ୪ କ୍ୱିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ କରିଛି । ଏଥିରେ ସମ୍ପୃକ୍ତି ଥିବା ୩ ଜଣଙ୍କୁ STF ଗିରଫ କରିଛି। ଜବତ ଚନ୍ଦନ କାଠର ମୂଲ୍ୟ ଆନୁମାନିକ ୭୦ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି ।
ସୂଚନା ମୁତାବକ, ଦଳଯୋଡି ଜଙ୍ଗଲରେ ଚୋରା ଚନ୍ଦନ କାଠ ବେପାର ଚାଲିଥିବା ଖବର ପାଇ କ୍ରଇମବ୍ରାଂଚ ଏସଟିଏଫ ଚଢ଼ାଉ କରି ୩ ଜଣଙ୍କୁ ଗିରଫ କରିଥିଲା । ଗିରଫ ଅଭିଯୁକ୍ତ ହେଲେ କଟକର ହେମନ୍ତ ଛାଟୋଇ, ନୟାଗଡର ଦଣ୍ଡପାଣି ଦାସ ଓ ବାଲିଯୋଡି ପଟାଲସିଂହ ଗାଁର କାହ୍ନୁ ଚରଣ ବିଶୋଇ । ଏମାନଙ୍କ ନାଁରେ ଟାଙ୍ଗି ପୁଲିସ ମାମଲା ରୁଜୁ କରିବା ସହ ଏହି ଚନ୍ଦନ କାଠ ଚୋରା ମାମଲାରେ ଆଉ କାହାର ସମ୍ପୃକ୍ତି ରହିଛି ସେ ନେଇ ତଦନ୍ତ ଜାରି ରଖିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/12/sand.jpg)