Advertisment

ରାଜଭବନରୁ ଚନ୍ଦନ ଗଛ ଚୋରି, ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଡ଼ା ସୁରକ୍ଷା ବଳୟରେ ରହୁଥିବା ରାଜଭବନ ପରିସରରୁ  ୩ଟି ବୃହତ ଚନ୍ଦନ ଗଛ ଚୋରି ହୋଇଯାଇଛି। ଏହି ଗଛ ଚୋରି ହେବା ପରେ ରାଜଭବନର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଶେଷ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ପୂର୍ବରୁ ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅନୁପସ୍ଥିତିରେ ଏହି ମୂଲ୍ୟବାନ ଗଛଗୁଡ଼ିକ ଚୋରି ହୋଇଯିବା ରାଜ୍ୟ ପୁଲିସ୍‌ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ପାଲଟିଛି। ରାଜଧାନୀର  ସବୁଠୁ କଡ଼ା ସୁରକ୍ଷା ବଳୟରେ […]

ଅଦ୍ୟତନ ହୋଇଛି
ରାଜଭବନରୁ ଚନ୍ଦନ ଗଛ ଚୋରି, ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ

raj-bhabana

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଡ଼ା ସୁରକ୍ଷା ବଳୟରେ ରହୁଥିବା ରାଜଭବନ ପରିସରରୁ  ୩ଟି ବୃହତ ଚନ୍ଦନ ଗଛ ଚୋରି ହୋଇଯାଇଛି। ଏହି ଗଛ ଚୋରି ହେବା ପରେ ରାଜଭବନର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଶେଷ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ପୂର୍ବରୁ ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅନୁପସ୍ଥିତିରେ ଏହି ମୂଲ୍ୟବାନ ଗଛଗୁଡ଼ିକ ଚୋରି ହୋଇଯିବା ରାଜ୍ୟ ପୁଲିସ୍‌ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ପାଲଟିଛି। ରାଜଧାନୀର  ସବୁଠୁ କଡ଼ା ସୁରକ୍ଷା ବଳୟରେ ରହୁଥିବା ରାଜଭବନ ପରିସରରୁ କିଏ କେମିତି ମୂଲ୍ୟବାନ ଚନ୍ଦନ ଗଛଗୁଡ଼ିକୁ କାଟି ନେଇପାରିଲା ତାକୁ ନେଇ ନାନାଦି ଚର୍ଚ୍ଚା ଜୋର ଧରିଛି।

Advertisment

ସୂଚନା ଅନୁସାରେ, ରାଜଭବନ ପରିସରରୁ ୩ଟି ମୂଲ୍ୟବାନ ଚନ୍ଦନ ଗଛ ଚୋରି ହୋଇଥିବା ନେଇ କ୍ୟାପିଟାଲ ଥାନାରେ ବିଧିବଦ୍ଧ ଅଭିଯୋଗ ହୋଇଛି। ତେବେ ଆସନ୍ତା ୧୦ ତାରିଖରେ ରାଷ୍ଟ୍ରପତି ଆସୁଥିବାରୁ ଏହି ଚୋରି ଘଟଣାକୁ ଚପାଇ ଦେବାକୁ ଉଦ୍ୟମ ଚାଲିଛି। ରାଷ୍ଟ୍ରପତି ରାଜଭବନରେ ରାତ୍ରୀ ଯାପନ କରିବାର କାର୍ଯ୍ୟକ୍ରମ ରହିଥିବାରୁ ଏହି ଚୋରି ଘଟଣାକୁ ଚପାଇ ଦେଇ ରାଜ୍ୟ ପୁଲିସ୍‌ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା ଠିକ୍‌ଠାକ୍‌ ଅଛି ବୋଲି ଦର୍ଶାଇବାକୁ ଚେଷ୍ଟା କରୁଛି।

ଅକ୍ଟୋବର ୨୦ ତାରିଖରୁ ନିଜ ଗୃହ ରାଜ୍ୟ ହରିୟାନାକୁ ଯାଇଥିବା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆସନ୍ତା ୫ ତାରିଖରେ ଓଡ଼ିଶା ଫେରିବେ । ତାଙ୍କ ଅନୁପସ୍ଥିତିରେ ରାଜଭବନରେ ଥିବା ୨ଟି ଗଛ ଓ ସେହି ପରିସରରେ ରହୁଥିବା  ରାଜ୍ୟପାଳଙ୍କ ପ୍ରମୁଖ ସଚିବଙ୍କ ପାଇଁ ଉଦ୍ଦିଷ୍ଟ ବାସଭବନ ପରିସରରୁ ବି ଗୋଟିଏ ଚନ୍ଦନ ଗଛ ଚୋରି ହେବା ରାଜଭବନର ସୁରକ୍ଷା ଦାୟିତ୍ୱରେ ରହିଥିବା କର୍ମଚାରୀଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି।

Advertisment

ତେବେ ପ୍ରଶ୍ନ ଉଠୁଛି, ରାଜଭବନ ସୁରକ୍ଷା ଦାୟିତ୍ୱରେ ପ୍ରାୟ ୩ଶହ ପୁଲିସ୍‌ କର୍ମୀ, ସିସିଟିଭି ସହ ବିଶାଳ ପାଚେରି ରହିଥିବା ସତ୍ତ୍ୱେ ଚନ୍ଦନ ଗଛ କାଟିବା, ତାକୁ ଛୋଟ ଛୋଟ ଖଣ୍ଡ କରି ସେଠାରୁ ସ୍ଥାନାନ୍ତର କରିବା ନିମନ୍ତେ ଦୁର୍ବୃତ୍ତମାନେ କିଭଳି ସୁଯୋଗ ପାଇଲେ ତାହା ଏବେବି ଅନୁସନ୍ଧାନ ସାପେକ୍ଷ । ଚର୍ଚ୍ଚା ହେଉଛି ଏହି ସବୁ ଗଛର ଦାମ ୫୦ ଲକ୍ଷ ଟଙ୍କାରୁ ଅଧିକ ହେବ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe