Advertisment

ଆସନ୍ତାକାଲି ସନ୍ଧ୍ୟା ଦର୍ଶନ, ଅପରାହ୍ନ ୪ଟାରୁ ମହାପ୍ରଭୁଙ୍କୁ ଦେଖିପାରିବେନି ଭକ୍ତ

ପୁରୀ(ଓଡ଼ିଶା ରିପୋର୍ଟର): ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ସନ୍ଧ୍ୟାରେ ନ ହୋଇ ଅପରାହ୍ନରେ ହିଁ ଶେଷ ହେବ । ଆସନ୍ତାକାଲି ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ଥିବା ବେଳେ ଅପରାହ୍ନ ୪ଟା ସୁଦ୍ଧା ଏହା ଶେଷ ହେବ ବୋଲି ଘୋଷଣା କରିଛି ପ୍ରଶାସନ । ତେଣୁ ଅପରାହ୍ନ ୪ଟାରୁ ଆଉ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ନାହିଁ ଭକ୍ତ । ପ୍ରଶାସନର ଏହି ଘୋଷଣା ପରେ କେବଳ ଭକ୍ତ ନୁହଁନ୍ତି, ସେବାୟତଙ୍କ ମଧ୍ୟରେ ବି ଦେଖାଦେଇଛି ତୀବ୍ର ଅସନ୍ତୋଷ । ଶ୍ରୀଗୁଣ୍ଡିଚା […]

ଅଦ୍ୟତନ ହୋଇଛି
ଆସନ୍ତାକାଲି ସନ୍ଧ୍ୟା ଦର୍ଶନ, ଅପରାହ୍ନ ୪ଟାରୁ ମହାପ୍ରଭୁଙ୍କୁ ଦେଖିପାରିବେନି ଭକ୍ତ

puri

Advertisment

ପୁରୀ(ଓଡ଼ିଶା ରିପୋର୍ଟର): ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ସନ୍ଧ୍ୟାରେ ନ ହୋଇ ଅପରାହ୍ନରେ ହିଁ ଶେଷ ହେବ । ଆସନ୍ତାକାଲି ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ଥିବା ବେଳେ ଅପରାହ୍ନ ୪ଟା ସୁଦ୍ଧା ଏହା ଶେଷ ହେବ ବୋଲି ଘୋଷଣା କରିଛି ପ୍ରଶାସନ । ତେଣୁ ଅପରାହ୍ନ ୪ଟାରୁ ଆଉ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ନାହିଁ ଭକ୍ତ । ପ୍ରଶାସନର ଏହି ଘୋଷଣା ପରେ କେବଳ ଭକ୍ତ ନୁହଁନ୍ତି, ସେବାୟତଙ୍କ ମଧ୍ୟରେ ବି ଦେଖାଦେଇଛି ତୀବ୍ର ଅସନ୍ତୋଷ ।

Advertisment

ଶ୍ରୀଗୁଣ୍ଡିଚା ମନ୍ଦିରରେ ସରି ସରି ଆସୁଛି ମହାପ୍ରଭୁଙ୍କ ଲୀଳାଖେଳା । ଆସନ୍ତାକାଲି ସନ୍ଧ୍ୟା ଦର୍ଶନ । ତା’ ପରଦିନ ବାହୁଡ଼ା । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଉଛି । ତେବେ ସନ୍ଧ୍ୟା ଦର୍ଶନ ଆସନ୍ତାକାଲି ଅପରାହ୍ନ ୪ଟା ସୁଦ୍ଧା ଶେଷ ହେବ ବୋଲି ପ୍ରଶାସନର ନିଷ୍ପତ୍ତିକୁ ତୀବ୍ର ବିରୋଧ କରୁଛନ୍ତି ଭକ୍ତ  । ଏ ସମ୍ପର୍କରେ ପୁନଃ ଆଲୋଚନା କରିବା ପାଇଁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି  । ସନ୍ଧ୍ୟା ବେଳେ ସନ୍ଧ୍ୟା ଦର୍ଶନ କରାଯାଏ । କିନ୍ତୁ ୪ଟାରେ ଦର୍ଶନ ବନ୍ଦ ହେଲେ ହଜାର ହଜାର ଭକ୍ତ ଦର୍ଶନରୁ ବଞ୍ଚିତ ହେବେ ବୋଲି କହିଛନ୍ତି ସେବାୟତ ।

ଏନେଇ ଗୌରହରି ପ୍ରଧାନ ନାମକ ଭକ୍ତ କହିଛନ୍ତି, ସନ୍ଧ୍ୟା ଦର୍ଶନ ଦେଖିବାକୁ ସବୁଆଡ଼ୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଆସିଥାନ୍ତି। ସନ୍ଧ୍ୟା ଦର୍ଶନରେ ପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି। ସନ୍ଧ୍ୟା ୬ଟା ପରେ ହିଁ ସନ୍ଧ୍ୟା ଦର୍ଶନ ହୋଇଥାଏ।  ଦିନରେ ସନ୍ଧ୍ୟା ଦର୍ଶନ ହୋଇପାରିବ ନାହିଁ ।  ସନ୍ଧ୍ୟା ଦର୍ଶନ ବନ୍ଦ କରିବା ଭକ୍ତଙ୍କ ଆସ୍ଥା, ବିଶ୍ୱାସ ପ୍ରତି କୁଠାରଘାତ ।

Advertisment

ପ୍ରଶାସନ ସନ୍ଧ୍ୟା ଦର୍ଶନ ସମୟ ବଢ଼ାଇ ରାତି ୮ଟା,୯ଟା ପର୍ଯ୍ୟନ୍ତ ଏଥିନିମନ୍ତେ ଅନୁମତି ଦେବାକୁ ଭକ୍ତମାନେ ଦାବି ଜଣାଇଛନ୍ତି। କାରଣ ଦିନ ସମୟରେ ଖରାରେ ଆସି ଲାଇନ୍‌ରେ ଛିଡ଼ା ହୋଇ ପ୍ରଭୁଙ୍କ ଦର୍ଶନ କରିବା କଷ୍ଟକର । ସନ୍ଧ୍ୟା ସମୟରେ ଦର୍ଶନ ମିଳିଲେ ଲୋକେ ଶାନ୍ତିରେ ଦର୍ଶନ କରି ଘରକୁ ଫେରି ପାରନ୍ତେ।

Rathayatra 2022
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe