Advertisment

ପ୍ରଣବଙ୍କ ଚାଲ୍‌ରେ ଫସିଲେ ସଞ୍ଜୟ ଓ ଅରୁଣ, ପତିଆରା ହ୍ରାସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ରାଜନୀତିରେ ଦୀର୍ଘ ଏକ ଦଶନ୍ଧି ଧରି ପ୍ରଭାବଶାଳୀ ଥିବା ଦୁଇ ନେତା ସଞ୍ଜୟ ଦାସବର୍ମା ଓ ଅରୁଣ ସାହୁଙ୍କର ମୟୂରଭଞ୍ଜ ଜିଲ୍ଲା ସଂଗଠନରେ ଥିବା ପତିଆରା ହ୍ରାସ ପାଇଛି। ମୟୂରଭଞ୍ଜ ଜିଲ୍ଲା ବିଜେଡି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଆଜି ଉଭୟ ସଞ୍ଜୟ ଓ ଅରୁଣ ଯୋଗଦେଇ ପରୋକ୍ଷରେ ଯୁବନେତା ପ୍ରଣବ ପ୍ରକାଶ ଦାସ ବିଛାଇଥିବା ଜାଲରେ ଫସିବା ସହ ମୟୂରଭଞ୍ଜ ଜିଲ୍ଲା ବିଜେଡି ସଂଗଠନରେ ସେମାନେ ପ୍ରଭାବଶୂନ୍ୟ ପାଲଟିଥିବା ଚର୍ଚ୍ଚା। ବିଜେଡି ସୂତ୍ରରୁ […]

ଅଦ୍ୟତନ ହୋଇଛି
ପ୍ରଣବଙ୍କ ଚାଲ୍‌ରେ ଫସିଲେ ସଞ୍ଜୟ ଓ ଅରୁଣ, ପତିଆରା ହ୍ରାସ

bjd

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ରାଜନୀତିରେ ଦୀର୍ଘ ଏକ ଦଶନ୍ଧି ଧରି ପ୍ରଭାବଶାଳୀ ଥିବା ଦୁଇ ନେତା ସଞ୍ଜୟ ଦାସବର୍ମା ଓ ଅରୁଣ ସାହୁଙ୍କର ମୟୂରଭଞ୍ଜ ଜିଲ୍ଲା ସଂଗଠନରେ ଥିବା ପତିଆରା ହ୍ରାସ ପାଇଛି। ମୟୂରଭଞ୍ଜ ଜିଲ୍ଲା ବିଜେଡି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଆଜି ଉଭୟ ସଞ୍ଜୟ ଓ ଅରୁଣ ଯୋଗଦେଇ ପରୋକ୍ଷରେ ଯୁବନେତା ପ୍ରଣବ ପ୍ରକାଶ ଦାସ ବିଛାଇଥିବା ଜାଲରେ ଫସିବା ସହ ମୟୂରଭଞ୍ଜ ଜିଲ୍ଲା ବିଜେଡି ସଂଗଠନରେ ସେମାନେ ପ୍ରଭାବଶୂନ୍ୟ ପାଲଟିଥିବା ଚର୍ଚ୍ଚା।

Advertisment

ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମୟୂରଭଞ୍ଜ ଜିଲ୍ଲାର ବିଜେଡି ପର୍ଯ୍ୟବେକ୍ଷକ ଭାବେ ଉଭୟ ସଞ୍ଜୟ ଓ ଅରୁଣ କାର୍ଯ୍ୟ କରିସାରିଛନ୍ତି। ଉଭୟଙ୍କ କାର୍ଯ୍ୟକାଳରେ ଜିଲ୍ଲାରେ ଦଳୀୟ ସଂଗଠନକୁ ତୀବ୍ର ଗୋଷ୍ଠୀକନ୍ଦଳ ମଧ୍ୟ ଦେଇ ଗତି କରିବାକୁ ପଡ଼ିଛି। ଉଭୟ ନେତାଙ୍କର ଜିଲ୍ଲାରେ ରହିଥିବା ପ୍ରଭାବ ଯୋଗୁ ସେଠାରେ ସଂଗଠନ ସମାନ୍ତରାଳ ଭାବେ ଚାଲିଥିଲା। ଯାହାର ପରିଣାମ ସ୍ୱରୂପ ୨୦୧୭ ପଞ୍ଚାୟତ ନିର୍ବାଚନ ଓ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡିକୁ ନିରାଶ ହେବାକୁ ପଡ଼ିଥିଲା। ତେବେ ଗତ କିଛି ଦିନ ତଳେ ପ୍ରଣବଙ୍କୁ ମୟୂରଭଞ୍ଜ ଜିଲ୍ଲା ବିଜେଡି ଦାୟିତ୍ୱ ଦିଆଯିବା ପରେ ସେ ଉଭୟ ସଞ୍ଜୟ ଓ ଅରୁଣଙ୍କୁ ଜିଲ୍ଲା ପରିବର୍ଦ୍ଧିତ କାର୍ଯ୍ୟକାରିଣୀରେ ସାମିଲ କରାଇ ଗୋଟିଏ ଗୁଳିରେ ଦୁଇଟି ଶିକାର କରିଛନ୍ତି। ପ୍ରଣବ ଦଳରେ ନିଜର ପତିଆରାର ଆଭାସ ମୟୂରଭଞ୍ଜ ଜିଲ୍ଲା କର୍ମକର୍ତ୍ତାଙ୍କୁ ଦେବା ସହ ସଞ୍ଜୟ ଓ ଅରୁଣଙ୍କ ସଙ୍ଗେ ରହି ଗୋଷ୍ଠୀ ବିବାଦ କଲେ କୌଣସି ଫାଇଦା ମିଳିବ ନାହିଁ ବୋଲି ପରୋକ୍ଷରେ ସନ୍ଦେଶ ଦେଇଛନ୍ତି। ଯେହେତୁ ଉଭୟ ସଞ୍ଜୟ ଓ ଅରୁଣ ପ୍ରତ୍ୟକ୍ଷ ଭାବେ ତାଙ୍କ ନେତୃତ୍ୱକୁ ସ୍ୱୀକାର କରି ଜିଲ୍ଲା ପରିବର୍ଦ୍ଧିତ କାର୍ଯ୍ୟକାରିଣୀରେ ସାମିଲ ହୋଇଛନ୍ତି ତେଣୁ ସାଂଗଠନିକ ସ୍ତରରେ କୌଣସି ପ୍ରକାରର ବିଶୃଙ୍ଖଳା ହେବ ନାହିଁ ବୋଲି ବିଜେଡି ସୂତ୍ରରୁ ଜଣାପଡ଼ିଛି।

ଦଳୀୟ ସୂତ୍ର ଅନୁସାରେ ମୟୂରଭଞ୍ଜ ଜିଲ୍ଲାରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ପ୍ରଭାବ ଥିବାବେଳେ ସଞ୍ଜୟ ଦାସବର୍ମା ଦଳର ପର୍ଯ୍ୟବେକ୍ଷକ ଭାବେ ଜିଲ୍ଲା ଦାୟିତ୍ୱ ସମ୍ଭାଳିଥିଲେ। ତେବେ ସେତେବେଳେ ଜିଲ୍ଲାର ବିଜେଡି ବିଧାୟକମାନଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଥିବାବେଳେ ଜିଲ୍ଲା କର୍ମକର୍ତ୍ତାମାନେ ଏକଜୁଟ ଥିଲେ। ଯାହାର ଫାଇଦା ମଧ୍ୟ ଦଳକୁ ୨୦୧୪ ସାଧାରଣ ନିର୍ବାଚନରେ ମିଳିଥିଲା। କିନ୍ତୁ ୨୦୧୪ ସାଧାରଣ ନିର୍ବାଚନ ପରେ ସଞ୍ଜୟଙ୍କୁ ଜିଲ୍ଲା ପର୍ଯ୍ୟବେକ୍ଷକ ପଦବୀରୁ ହଟାଇ ଅରୁଣଙ୍କୁ ଜିଲ୍ଲା ଦାୟିତ୍ୱ ନ୍ୟସ୍ତ କରାଗଲା। ଅରୁଣଙ୍କ ସମୟରେ ଜିଲ୍ଲାରେ କର୍ମକର୍ତ୍ତାମାନେ ବହୁ ଭାଗରେ ବିଭକ୍ତ ହେଲେ। ବିଶେଷକରି ଭୁବନେଶ୍ୱରରୁ କିଛି ଅନଭିଜ୍ଞ ଯୁବନେତାଙ୍କ ମାଧ୍ୟମରେ ଜିଲ୍ଲା ସଂଗଠନକୁ ପରିଚାଳନା କରିବାର ଅରୁଣଙ୍କ କାର୍ଯ୍ୟଶୈଳୀ ହିଁ ଦଳ ପାଇଁ ବୁମେରାଂ ହେଲା। ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେଡି ସମ୍ପୂର୍ଣ୍ଣ ମୂଳପୋଛ ହୋଇଥିବାବେଳେ ୨୦୧୯ ବିଧାନସଭା ନିର୍ବାଚନରେ ୯ରୁ ମାତ୍ର ୩ଟି ସିଟରେ ବିଜୟୀ ହୋଇପାରିଲା। ଅରୁଣ ଜିଲ୍ଲା ଦାୟିତ୍ୱରେ ଥିବାବେଳେ ମଧ୍ୟ ସଞ୍ଜୟଙ୍କ ପ୍ରଭାବ ଜିଲ୍ଲାରେ ରହିଥିଲା।

Advertisment

କିନ୍ତୁ ମୟୂରଭଞ୍ଜ ଜିଲ୍ଲା ଦାୟିତ୍ୱ ପ୍ରଣବଙ୍କୁ ନ୍ୟସ୍ତ ହେବା ପରେ ସେ ସିଧାସଳଖ ଜିଲ୍ଲାରେ ନପଶି ଏହି ଦୁଇ ଭଙ୍ଗାଗଢ଼ା ନେତା(ସଞ୍ଜୟ ଓ ଅରୁଣ)ଙ୍କ ମାଧ୍ୟମରେ ଜିଲ୍ଲାର କର୍ମକର୍ତ୍ତାଙ୍କ ନିକଟତର ହେବାକୁ ରଣନୀତି ପ୍ରସ୍ତୁତ କରିଥିଲେ। ରାଜ୍ୟସ୍ତରରେ ଥିବା ପ୍ରଣବଙ୍କ ପ୍ରଭାବ ଓ ସେ ବିଛାଇଥିବା ଜାଲରେ ସଞ୍ଜୟ ଓ ଅରୁଣ ଫସି ଜିଲ୍ଲାରେ ଥିବା ଉଭୟଙ୍କ ପତିଆରାକୁ ପରୋକ୍ଷରେ ପ୍ରଣବଙ୍କ ନିକଟରେ ସମର୍ପଣ କରାଇଛନ୍ତି।

ତେବେ କର୍ମୀଙ୍କ ପ୍ରତି ରୁକ୍ଷ ବ୍ୟବହାର ଓ ସେମାନଙ୍କର ଅଭିଯୋଗ ଶୁଣିବା ପାଇଁ ଆବଶ୍ୟକ ସମୟ ଦେଉନଥିବା ପ୍ରଣବ ଆଗାମୀ ଦିନରେ ମୟୂରଭଞ୍ଜ ଜିଲ୍ଲା ରାଜନୀତିରେ କେତେ ସଫଳ ହେଉଛନ୍ତି ତାକୁ ନେଇ ଦଳୀୟ ମହଲରେ ଚର୍ଚ୍ଚା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe