Advertisment

ଲଣ୍ଡନ ଫେରନ୍ତା ପୁଅକୁ ‘ହୋମ ଆଇସୋଲେସନ’ରେ ରଖିଲେ ସଞ୍ଜୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାରାତ୍ମକ କରୋନା ଭାଇରସର ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରୟାସ ଓ ପଦକ୍ଷେପ ନେଇଥିବାବେଳେ ଏବେ ରାଜ୍ୟର ପ୍ରତିଷ୍ଠିତ ବ୍ୟକ୍ତିମାନେ ମଧ୍ୟ ଏ ଦିଗରେ ସରକାରଙ୍କୁ ସହଯୋଗ କରିବାକୁ ଆଗେଇଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା କରୋନା ଭାଇରସ୍ ଉପରେ ନିୟନ୍ତ୍ରଣ ନିମନ୍ତେ ବିଦେଶ ଫେରନ୍ତାଙ୍କୁ ସ୍ୱେଚ୍ଛାକୃତ ପଞ୍ଜିକରଣ ବ୍ୟବସ୍ଥା ସହ ୧୪ଦିନର ‘ହୋମ ଆଇସୋଲେସନ’ରେ ରଖିବା ନିମନ୍ତେ ପରାମର୍ଶ ଦିଆଯାଉଥିବାରୁ ଆଜି ପୁରୀ ଗଜପତି ମହାରାଜାଙ୍କ ସମେତ ଆଇଏଏସ୍ ଭିନିଲ କ୍ରିଷ୍ଣା ଓ […]

ଅଦ୍ୟତନ ହୋଇଛି
‘କରୋନା’କୁ ନେଇ ଶସ୍ତା ରାଜନୀତି ନକରୁ ବିଜେପି : ବିଜେଡି

SANJAY-DAS-BURMA

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାରାତ୍ମକ କରୋନା ଭାଇରସର ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରୟାସ ଓ ପଦକ୍ଷେପ ନେଇଥିବାବେଳେ ଏବେ ରାଜ୍ୟର ପ୍ରତିଷ୍ଠିତ ବ୍ୟକ୍ତିମାନେ ମଧ୍ୟ ଏ ଦିଗରେ ସରକାରଙ୍କୁ ସହଯୋଗ କରିବାକୁ ଆଗେଇଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା କରୋନା ଭାଇରସ୍ ଉପରେ ନିୟନ୍ତ୍ରଣ ନିମନ୍ତେ ବିଦେଶ ଫେରନ୍ତାଙ୍କୁ ସ୍ୱେଚ୍ଛାକୃତ ପଞ୍ଜିକରଣ ବ୍ୟବସ୍ଥା ସହ ୧୪ଦିନର ‘ହୋମ ଆଇସୋଲେସନ’ରେ ରଖିବା ନିମନ୍ତେ ପରାମର୍ଶ ଦିଆଯାଉଥିବାରୁ ଆଜି ପୁରୀ ଗଜପତି ମହାରାଜାଙ୍କ ସମେତ ଆଇଏଏସ୍ ଭିନିଲ କ୍ରିଷ୍ଣା ଓ ଯୋଜନାବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ପୁଅ ସ୍ୱଇଚ୍ଛାରେ ନିଜକୁ ଏହି ପ୍ରକ୍ରିୟାରେ ସାମିଲ କରିଛନ୍ତି।

Advertisment

ଆମେରିକାରୁ ଫେରିବା ପରେ ଗଜପତି ମହାରାଜା ନିଜପରିବାର ବର୍ଗଙ୍କ ସହ ଭୁବନେଶ୍ୱରସ୍ଥିତ ବାସଭବନରେ ‘ହୋମ ଆଇସୋଲେସନ’ ରହିଥିବାବେଳେ ଯୋଜନାବୋର୍ଡ ଉପାଧ୍ୟକ୍ଷ ଶ୍ରୀ ଦାସବର୍ମା ମଧ୍ୟ ନିଜର ଏକମାତ୍ର ପୁଅଙ୍କୁ ନିଜ ବାସଭବନରେ ଆଇସୋଲେସନରେ ରଖିଛନ୍ତି। ଏ ସମ୍ପର୍କରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ଦାସବର୍ମା କହିଛନ୍ତି ଯେ, ତାଙ୍କ ପୁଅ ଗତକାଲି ଲଣ୍ଡନରୁ ଫେରିଛି। ସେ ତାଙ୍କୁ ଏକ ଅଲଗା ଘରେ ଆଇସୋଲେସନରେ ରଖିଛନ୍ତି। ରାଜ୍ୟ ସରକାରଙ୍କ ଏସଓପି ଆଧାରରେ ସେ ହୋମ୍ ଆଇସୋଲେସନ ପ୍ରକ୍ରିୟା ପାଳନ କରିଛନ୍ତି। ତାଙ୍କ ପୁଅ ଲଣ୍ଡନରୁ ଫେରିବା ସମ୍ପର୍କରେ ମଧ୍ୟ ପ୍ରଶାସନକୁ ସେ ଜଣାଇଛନ୍ତି। କରୋନା ସଂକ୍ରମଣରେ ଏବେ ସମଗ୍ର ବିଶ୍ୱ କବଳିତ। ତେଣୁ ସମସ୍ତେ ମିଳିମିଶି ଏ ଦିଗରେ ସରକାରଙ୍କୁ ସହଯୋଗ କରିବାର ଆବଶ୍ୟକତା ଅଛି । ଯଦି କେହି ବିଦେଶରୁ ଆସୁଛନ୍ତି ତୁରନ୍ତ ସରକାରଙ୍କ ଟୋଲ ଫ୍ରି ନମ୍ବର-୧୦୪ କିମ୍ବା ୱେବସାଇଟ ମାଧ୍ୟମରେ ପଞ୍ଜିକରଣ ନିମନ୍ତେ ପରାମର୍ଶ ଦିଅନ୍ତୁ। ପ୍ରଶାସନ ପକ୍ଷରୁ ଜାରି ଏସଓପିକୁ ମଧ୍ୟ ପାଳନ କରନ୍ତୁ।

ସେହିପରି କ୍ରୀଡ଼ା ବିଭାଗ ନିର୍ଦ୍ଦେଶକ ତଥା ଆଇଏଏସ୍ ଆର.ଭିନିଲକ୍ରିଷ୍ଣା ବିଦେଶ ଗସ୍ତରୁ ଫେରିବା ପରେ ନିଜକୁ ହୋମ୍ ଆଇସୋଲେସନରେ ରଖିଥିବା ସୂଚନା ଦେଇଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe