Advertisment

ସଂସଦ ଭବନରେ ବିଜେଡି ସାଂସଦଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଗତକାଲିଠାରୁ ଦିଲ୍ଲୀ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସେଠାରେ ସଂସଦ ଭବନରେ ଦଳୀୟ ସାଂସଦମାନଙ୍କୁ ଭେଟିଥିଲେ। ଏହା  ସହିତ ସେମାନଙ୍କ ସହିତ ଏକ ବୈଠକ କରିଥିଲେ। ଏଥିରେ ଜିଏସଟି ବିଲ ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିଲଗୁଡ଼ିକ ଉପରେ ଦଳୀୟ ଆଭିମୁଖ୍ୟ ନେଇ ଆଲୋଚନା କରିଥିଲେ। ବୈଠକ ପରେ ସାଂସଦ ଭର୍ତ୍ତୃହରି ମହତାବ କହିଥିଲେ ଯେ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଲ ସଂପର୍କରେ ଆଲୋଚନା ହୋଇଥିଲା। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ସମୟରେ […]

ଅଦ୍ୟତନ ହୋଇଛି
ସଂସଦ ଭବନରେ ବିଜେଡି ସାଂସଦଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

naveenp

Advertisment

ନୂଆଦିଲ୍ଲୀ: ଗତକାଲିଠାରୁ ଦିଲ୍ଲୀ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସେଠାରେ ସଂସଦ ଭବନରେ ଦଳୀୟ ସାଂସଦମାନଙ୍କୁ ଭେଟିଥିଲେ। ଏହା  ସହିତ ସେମାନଙ୍କ ସହିତ ଏକ ବୈଠକ କରିଥିଲେ। ଏଥିରେ ଜିଏସଟି ବିଲ ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିଲଗୁଡ଼ିକ ଉପରେ ଦଳୀୟ ଆଭିମୁଖ୍ୟ ନେଇ ଆଲୋଚନା କରିଥିଲେ। ବୈଠକ ପରେ ସାଂସଦ ଭର୍ତ୍ତୃହରି ମହତାବ କହିଥିଲେ ଯେ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଲ ସଂପର୍କରେ ଆଲୋଚନା ହୋଇଥିଲା। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ସମୟରେ ରାଜ୍ୟର ଦାବି ନେଇ କେନ୍ଦ୍ରକୁ ଲେଖିଥିବା ଏକାଧିକ ଚିଠିର ବୁକଲେଟ୍ ଉପସ୍ଥିତ ସମସ୍ତ ସାଂସଦଙ୍କୁ ଦିଆଯାଇଥିଲା। ଏହି ଦାବିଗୁଡ଼ିକ ହାସଲ କରିବା ନେଇ ସରକାରଙ୍କୁ ପ୍ରବର୍ତ୍ତାଇବାକୁ ସେ ସାଂସଦମାନଙ୍କୁ କହିଥିଲେ। ବୈଠକରେ ଦଳର ୨୨ ଜଣ ସାଂସଦ ଉପସ୍ଥିତ ଅଛନ୍ତି।

Advertisment

ଅପରାହ୍ନ ପ୍ରାୟ ୨ଟା ବେଳକୁ ସଂସଦ ପରିସରରେ ଆସି ପହଞ୍ଚିଥିଲେ। ସଂସଦର ସେଣ୍ଟ୍ରାଲ ହଲକୁ ଯାଇ ସେ ପ୍ରଥମେ ତାଙ୍କର କେତେ ଜଣ ପୁରୁଣା ସାଂସଦ ବନ୍ଧୁଙ୍କୁ ଭେଟିଥିଲେ। ତା’ପରେ ସେ ସଂସଦ ଭବନରେ ଥିବା ବିଜେଡିର ସଂସଦୀୟ ଦଳ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ମୁଖ୍ୟମନ୍ତ୍ରୀ ଦଳୀୟ ସାଂସଦଙ୍କ ସହିତ ବୈଠକ କରିଥିଲେ। ଗତକାଲି ନୂଆଦିଲ୍ଲୀ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ସେଠାରେ ୭ ଦିନ ରହିବାର କାର୍ଯ୍ୟକ୍ରମ ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe