Advertisment

ସମୂହ ଇସ୍ତଫା ଦେବାକୁ ଚାଲି ଚାଲି ନବୀନ ନିବାସ ଯାଉଛନ୍ତି ଶିକ୍ଷକ

ବାରିପଦା(ମାନିକ ଲାଲ୍‌ ପାଣି): “ରାଜ୍ୟ ସରକାର ଶୁଣିଲେନି। ୧୫ ବର୍ଷ ଧରି ଆମକୁ ପ୍ରତାରଣା କଲେ। ଆମେ ଆଦିବାସୀ ଭାଷା ଶିକ୍ଷକ। ଆମର ନିଜ ଜିଲ୍ଲାର ଆଦିବାସୀ ନେତା ମଧ୍ୟ ଆମକୁ ପ୍ରତାରଣା କଲେ। ଆମେ ସେଥିପାଇଁ ନବୀନ ନିବାସ ଯାଉଛୁ। ମୁଖ୍ୟମନ୍ତ୍ରୀ ଆମ କଥା ନ ଶୁଣିଲେ ସମୂହ ଇସ୍ତଫା ଦେବୁ ଓ ଶିକ୍ଷକ ପୋଷାକ କାଢି ଫେରାଇ ଦେବୁ। ଏଥିସହ ଆଗାମୀ ନିର୍ବାଚନରେ ସରକାରଙ୍କୁ ବିରୋଧ କରିବାକୁ ପଛେଇବୁ ନାହିଁ।” ଏଭଳି ଚେତାବନୀ ଦେଇ […]

ସମୂହ ଇସ୍ତଫା ଦେବାକୁ ଚାଲି ଚାଲି ନବୀନ ନିବାସ ଯାଉଛନ୍ତି ଶିକ୍ଷକ

Santali Language Teacher

Advertisment

ବାରିପଦା(ମାନିକ ଲାଲ୍‌ ପାଣି): “ରାଜ୍ୟ ସରକାର ଶୁଣିଲେନି। ୧୫ ବର୍ଷ ଧରି ଆମକୁ ପ୍ରତାରଣା କଲେ। ଆମେ ଆଦିବାସୀ ଭାଷା ଶିକ୍ଷକ। ଆମର ନିଜ ଜିଲ୍ଲାର ଆଦିବାସୀ ନେତା ମଧ୍ୟ ଆମକୁ ପ୍ରତାରଣା କଲେ। ଆମେ ସେଥିପାଇଁ ନବୀନ ନିବାସ ଯାଉଛୁ। ମୁଖ୍ୟମନ୍ତ୍ରୀ ଆମ କଥା ନ ଶୁଣିଲେ ସମୂହ ଇସ୍ତଫା ଦେବୁ ଓ ଶିକ୍ଷକ ପୋଷାକ କାଢି ଫେରାଇ ଦେବୁ। ଏଥିସହ ଆଗାମୀ ନିର୍ବାଚନରେ ସରକାରଙ୍କୁ ବିରୋଧ କରିବାକୁ ପଛେଇବୁ ନାହିଁ।” ଏଭଳି ଚେତାବନୀ ଦେଇ ନବୀନ ନିବାସ ଅଭିମୁଖେ ପଦଯାତ୍ରା କରୁଛନ୍ତି ଆଦିବାସୀ ଭାଷା ଶିକ୍ଷକ।

Advertisment

ମୟୂରଭଞ୍ଜ ହେଉଛି ଏକ ଆଦିବାସୀ ବହୁଳ ଜିଲ୍ଲା। ସାନ୍ତାଳି ଭାଷାର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୨୦୦୭ ମସିହାରେ ଚୁକ୍ତି ଭିତ୍ତିକ ସାନ୍ତାଳି ଶିକ୍ଷକ ନିଯୁକ୍ତି ଦିଆଯାଇଥିଲା। ଇତି ମଧ୍ୟରେ ଦୀର୍ଘ ୧୫ ବର୍ଷ ବିତି ଗଲାଣି। ହେଲେ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ନା ଦିଆଯାଇଛି ସ୍ଥାୟୀ ନିଯୁକ୍ତି ନା ବୃଦ୍ଧି ହୋଇଛି ବେତନ। ସରକାରୀ ଶିକ୍ଷକ ୬୦ ହଜାରରୁ ଅଧିକ ଟଙ୍କା ବେତନ ପାଉଥିବା ବେଳେ ଏମାନଙ୍କୁ ଦିଆଯାଉଛି, ମାତ୍ର ୩୨୦୦ ଟଙ୍କା। ସାନ୍ତାଳି ଶିକ୍ଷକଙ୍କୁ ପ୍ରତାରଣା କରାଯାଇଛି ବୋଲି ଆଦିବାସୀ ଭାଷା ଶିକ୍ଷକ ସଂଘ ଅଭିଯୋଗ କରିଛି। ନିଜର ହକ୍‌ ପାଇବା ପାଇଁ ସାନ୍ତାଳି ଶିକ୍ଷକମାନେ ରାଇରଙ୍ଗପୁରଠାରୁ ପଦଯାତ୍ରାରେ ବାହାରିଛନ୍ତି। ସେମାନେ ଚାଲି ଚାଲି ୧୦୦ କିମି ଅତିକ୍ରମ କରି ବାରିପଦାରେ ପହଞ୍ଚିଛନ୍ତି।

ସୂଚନାରୁ ପ୍ରକାଶ, ଦାବି ପୂରଣ ପାଇଁ ଆଦିବାସୀ ଶିକ୍ଷକମାନେ ଦୀର୍ଘ ଦିନରୁ ଦାବି କରି ଆସୁଛନ୍ତି। ହେଲେ ରାଜ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି। ଦରମା ଆକାରରେ ମିଳୁଥିବା ୩୨ ଶହ ଟଙ୍କାରେ ଘର ଚଳାଇବା ଆଜିକା ସମୟରେ ବହୁ କଷ୍ଟକର ହେଉଛି ବୋଲି ଆଦିବାସୀ ଶିକ୍ଷକମାନେ କ୍ଷୋଭର ସହ କହିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe