/odisha-reporter/media/post_attachments/uploads/2020/04/deadbody-10000.jpg)
deadbody
ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବାଦିମୁଣ୍ଡା ଗାଁରେ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକଜଣଙ୍କ ହେଲେ ୨୫ ବର୍ଷୀୟ ଶାନ୍ତନୁ ନାଏକ।
Advertisment
ମିଳିଥିବା ସୂଚନା ଅନୁସାରେ, ଶାନ୍ତନୁଙ୍କର ଏକ ଦାମିକିଆ ମୋବାଇଲ କିଛି ଦିନ ପୂର୍ବେ ଚୋରି ହୋଇଯାଇଥିଲା । ଗାଁର ଶ୍ରବଣ ଦାସ ଓ ଗୋଦାମ ଭୋଇ ମୋବାଇଲ ନେଇଯାଇଥିବା ତାଙ୍କର ସନ୍ଦେହ ହୋଇଥିଲା। ଏ ସଂକ୍ରାନ୍ତରେ ଗତକାଲି ରାତିରେ ଶାନ୍ତୁନ ସେମାନଙ୍କୁ ପଚାରିଥିଲେ। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ବଚସା ହୋଇଥିଲା। ଏହାପରେ ଶ୍ରବଣ ଓ ଗୋଦାମ ଶାନ୍ତୁନଙ୍କୁ ପିଟିପିଟି ହତ୍ୟା କରିଥିଲେ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।
ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲ ପଠାଇଦେଇଛି। ପୁଲିସ୍ ଗୋଦାମଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ଶ୍ରବଣ ଫେରାର ହୋଇଯାଇଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
