Advertisment

ମୋବାଇଲ ପାଇଁ ଚାଲିଗଲା ଶାନ୍ତୁନଙ୍କ ଜୀବନ

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବାଦିମୁଣ୍ଡା ଗାଁରେ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକଜଣଙ୍କ ହେଲେ ୨୫ ବର୍ଷୀୟ ଶାନ୍ତନୁ ନାଏକ। ମିଳିଥିବା ସୂଚନା ଅନୁସାରେ, ଶାନ୍ତନୁଙ୍କର ଏକ ଦାମିକିଆ ମୋବାଇଲ କିଛି ଦିନ ପୂର୍ବେ ଚୋରି ହୋଇଯାଇଥିଲା । ଗାଁର ଶ୍ରବଣ ଦାସ ଓ ଗୋଦାମ ଭୋଇ ମୋବାଇଲ ନେଇଯାଇଥିବା ତାଙ୍କର ସନ୍ଦେହ ହୋଇଥିଲା। ଏ ସଂକ୍ରାନ୍ତରେ ଗତକାଲି ରାତିରେ ଶାନ୍ତୁନ ସେମାନଙ୍କୁ ପଚାରିଥିଲେ। […]

ଶାବଳରେ ପିଟି ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

deadbody

Advertisment

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବାଦିମୁଣ୍ଡା ଗାଁରେ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକଜଣଙ୍କ ହେଲେ ୨୫ ବର୍ଷୀୟ ଶାନ୍ତନୁ ନାଏକ।

Advertisment

ମିଳିଥିବା ସୂଚନା ଅନୁସାରେ, ଶାନ୍ତନୁଙ୍କର ଏକ ଦାମିକିଆ ମୋବାଇଲ କିଛି ଦିନ ପୂର୍ବେ ଚୋରି ହୋଇଯାଇଥିଲା । ଗାଁର ଶ୍ରବଣ ଦାସ ଓ ଗୋଦାମ ଭୋଇ ମୋବାଇଲ ନେଇଯାଇଥିବା ତାଙ୍କର ସନ୍ଦେହ ହୋଇଥିଲା। ଏ ସଂକ୍ରାନ୍ତରେ ଗତକାଲି ରାତିରେ ଶାନ୍ତୁନ ସେମାନଙ୍କୁ ପଚାରିଥିଲେ। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ବଚସା ହୋଇଥିଲା। ଏହାପରେ ଶ୍ରବଣ ଓ ଗୋଦାମ ଶାନ୍ତୁନଙ୍କୁ ପିଟିପିଟି ହତ୍ୟା କରିଥିଲେ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲ ପଠାଇଦେଇଛି। ପୁଲିସ୍‌ ଗୋଦାମଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ଶ୍ରବଣ ଫେରାର ହୋଇଯାଇଛନ୍ତି।

Advertisment
Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe