/odisha-reporter/media/post_attachments/uploads/2015/05/summer1.jpg)
summer
ଭୁବନେଶ୍ୱର: ତାତିରୁ ନିସ୍ତାର ମିଳୁନି। ଜଳୁଛି ତମାମ ରାଜ୍ୟ। ଆଜି ୧୦ଟି ସହରରେ ତାପମାତ୍ରା ୪୫ ଡିଗ୍ରୀ ଉପରେ ରହିଥିଲା। ଗତକାଲି ଭଳି ଆଜି ବି ଅନୁଗୋଳ ତତଲା ତାୱାରେ ଭାଜି ହୋଇଛି। ଉତ୍ତପ୍ତ ସହର ଭାବେ ଆଜି ଅନୁଗୋଳରେ ୪୭ ଡିଗ୍ରୀ ତାପମାତ୍ରା ରହିଥିଲା। ଅନ୍ୟପକ୍ଷରେ ମୋଟ ୧୮ଟି ସହରରେ ଆଜି ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ରାଜଧାନୀରେ ଆଜି ୪୫.୪ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ଗତକାଲି ୪୫ ଡିଗ୍ରୀ ଥିଲା। ୧୨ ଘଣ୍ଟାରେ .୪ ବଢି ଭୁବନେଶ୍ୱରର ତାପମାତ୍ରା ୪୫.୪ ଡିଗ୍ରୀରେ ପହଞ୍ଚିଥିଲା।/odisha-reporter/media/post_attachments/wp-content/uploads/2015/05/heat-wave1.jpg)
ତେବେ ଚାନ୍ଦବାଲିରେ ତାପମାତ୍ରା ୪୧.୯ ଡିଗ୍ରୀ , କଟକରେ ୪୧.୬, ବାରିପଦାରେ ୪୦, ଝାରସୁଗୁଡାରେ ୪୬.୪, ସୁନ୍ଦରଗଡରେ ୪୫, ହୀରାକୁଦରେ ୪୬.୬, ତାଳଚେରରେ ୪୫.୧, ଭବାନୀପାଟଣାରେ ୪୫.୨, ବଲାଙ୍ଗୀରରେ ୪୬.୨,ଫୁଲବାଣୀରେ ୪୨.୪,ଟିଟିଲାଗଡରେ ୪୬.୫, ମାଲକାନଗିରିରେ ୪୩.୪,ସୋନପୁରରେ ୪୩.୯ ଓ ଢେଙ୍କାନାଳରେ ୪୩.୪ ଡିଗ୍ରୀ ତାପମାତ୍ରା ରହିଥିଲା।
ସେହିପରି ବାଲେଶ୍ୱରରେ ୩୫.୬, ପାରାଦ୍ୱୀପରେ ୩୩.୪, ଗୋପାଳପୁରରେ ୩୩.୧, ପୁରୀରେ ୩୫.୩ ଓ କୋରାପୁଟରେ ୩୮.୪ ଡିଗ୍ରୀ ତାପମାତ୍ରା ରହିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
