/odisha-reporter/media/post_attachments/uploads/2015/04/vlcsnap-2015-04-23-10h40m43s499.png)
daru
ଜଗତସିଂହପୁର: ଶ୍ରୀବଳଭଦ୍ରଙ୍କ ଦାରୁ ଛେଦନ ପ୍ରକ୍ରିୟା ପାଇଁ ଆରମ୍ଭ ହୋଇଛି ମହାଯଜ୍ଞ। ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ଦାରୁ ସ୍ଥଳ ଜଗତସିଂହପୁରର ଝଙ୍କଡର ଶାରଳା ପୀଠ। ଆଜି ସକାଳୁ ସୂର୍ଯ୍ୟପୂଜା ଓ ଅନ୍ୟାନ୍ୟ ବିଧି ପରେ ବିଶ୍ୱାବସୁ,ବିଦ୍ୟାପତିଙ୍କୁ ବରଣ କରାଯାଇଥିଲା। ଏହାପରେ ମହାଯଜ୍ଞ ଆରମ୍ଭ ହୋଇଛି।
Advertisment
ଆସନ୍ତକାଲି ଯଜ୍ଞରେ ପୂର୍ଣ୍ଣାହୂତି ପରେ ଦାରୁଛେଦନ କାର୍ଯ୍ୟ ଆରମ୍ଭ ହେବ। ପ୍ରଥମେ ବିଦ୍ୟାପତିଙ୍କ ସୁନାକୁରାଢି,ପରେ ବିଶ୍ୱାବସୁଙ୍କ ରୂପାକୁରାଢି ଏବଂ ତାପରେ ମହାରଣାଙ୍କ ଲୁହାକୁରାଢି ଛୁଆଁ ଯାଇ ଦାରୁଛେଦନ କରାଯିବ। ୨୪ରେ ବଡ ଠାକୁରଙ୍କ ଦାରୁଛେଦନ କରାଯିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
