Advertisment

ପାରମିତା ପାଇଲେ ଶାରଳା ପୁରସ୍କାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଇମ୍ପାକ୍ଟ ପକ୍ଷରୁ ୪୨ତମ ଶାରଳା ପୁରସ୍କାର ସମାରୋହ ଆୟୋଜିତ ହୋଇଛି। କଥାକାର ପାରମିତା ଶତପଥୀ ମର୍ଯ୍ୟାଦାଜନକ ଶାରଳା ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ଉପନ୍ୟାସ ଅଭିପ୍ରେତ କାଳ ପାଇଁ ପାରମିତା ଶତପଥୀଙ୍କୁ ଶାରଳା ପୁରସ୍କାର ପ୍ରଦାନ କରାଯାଇଛି। ପୁରସ୍କାର ସ୍ୱରୂପ ପାରମିତାଙ୍କୁ ଫଳକ ସହ ୫ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି। ସେହିପରି ଚିତ୍ରଶିଳ୍ପୀ ଜଗଦୀଶ ଚନ୍ଦ୍ର କାନୁନଗୋଙ୍କୁ ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ ପ୍ରଦାନ କରାଯାଇଛି। ଘୁମୁରା ଶିଳ୍ପୀ ଜୟନ୍ତ କୁମାର […]

ପାରମିତା ପାଇଲେ ଶାରଳା ପୁରସ୍କାର

sarala-awards

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଇମ୍ପାକ୍ଟ ପକ୍ଷରୁ ୪୨ତମ ଶାରଳା ପୁରସ୍କାର ସମାରୋହ ଆୟୋଜିତ ହୋଇଛି। କଥାକାର ପାରମିତା ଶତପଥୀ ମର୍ଯ୍ୟାଦାଜନକ ଶାରଳା ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ଉପନ୍ୟାସ ଅଭିପ୍ରେତ କାଳ ପାଇଁ ପାରମିତା ଶତପଥୀଙ୍କୁ ଶାରଳା ପୁରସ୍କାର ପ୍ରଦାନ କରାଯାଇଛି। ପୁରସ୍କାର ସ୍ୱରୂପ ପାରମିତାଙ୍କୁ ଫଳକ ସହ ୫ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି।

Advertisment

ସେହିପରି ଚିତ୍ରଶିଳ୍ପୀ ଜଗଦୀଶ ଚନ୍ଦ୍ର କାନୁନଗୋଙ୍କୁ ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ ପ୍ରଦାନ କରାଯାଇଛି। ଘୁମୁରା ଶିଳ୍ପୀ ଜୟନ୍ତ କୁମାର ବେହେରାଙ୍କୁ ମଧ୍ୟ ଇଲା-ବଂଶୀଧର ପଣ୍ଡା କଳା ସମ୍ମାନରେ ସମ୍ମାନିତ କରାଯାଇଛି।

https://twitter.com/IMFALtd/status/1452977381849788419?s=20

କୋଭିଡ୍‌ ପାଇଁ ଚଳିତ ବର୍ଷ ପୁରସ୍କାର ସମାରୋହ ଆୟୋଜନ କରାଯାଇନାହିଁ। ସମାରୋହ ଆୟୋଜନ ନହୋଇ ବ୍ୟକ୍ତିଗତ ଭାବେ ପୁରସ୍କାର ପ୍ରଦାନ କରାଯାଇଛି। ଇମ୍ଫା ପରିଚାଳିତ ଇମ୍ପାକ୍ଟ ପକ୍ଷରୁ ୧୯୮୦ ମସିହାରୁ ଶାରଳା ପୁରସ୍କାର ପ୍ରଦାନ କରାଯାଉଛି।

Advertisment

ଗତବର୍ଷ ବିଶିଷ୍ଟ କବି ନିତ୍ୟାନନ୍ଦ ନାୟକଙ୍କୁ କବିତା ସଙ୍କଳନ ‘ସେତେବେଳକୁ ନଥିବ’ ପାଇଁ ଶାରଳା ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିପରି ସଂଗୀତ କ୍ଷେତ୍ରରେ ରଂଜିତ କୁମାର ନାଗ ଓ ଚିତ୍ରକଳା କ୍ଷେତ୍ରରେ ଶ୍ୟାମସୁନ୍ଦର ପଟ୍ଟନାୟକ ‘ଇଲା ପଣ୍ଡା ସଂଗୀତ ଓ ଚିତ୍ରକଳା ସମ୍ମାନ’ରେ ସମ୍ମାନିତ ହୋଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe