Advertisment

ହାରିବା ପରେ ରାସ୍ତା ଖୋଳିଲେ, ଷ୍ଟ୍ରିଟ୍‌ ଲାଇଟ୍‌ ନେଇଗଲେ ସରପଞ୍ଚ ପ୍ରାର୍ଥୀ

ପାରଳାଖେମୁଣ୍ଡି(ଓଡ଼ିଶା ରିପୋର୍ଟର): ଭୋକ ବିକଳରେ ତାଟିଆ କାମୁଡ଼ିଲେ ପରାଜିତ ସରପଞ୍ଚ ପ୍ରାର୍ଥୀ। ନିର୍ବାଚନ ହାରିବା ପରେ ନିଜର କାରନାମା ଦେଖାଇଲେ। ୫ଟି ଗାଁକୁ ସଂଯୋଗ କରୁଥିବା ରାସ୍ତାରେ ଗାତ ଖୋଳି, ବଡ଼ ବଡ଼ ପଥର ରଖି ରାସ୍ତା ବନ୍ଦ କରିଦେଲେ। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ରାୟଗଡ଼ା  ବ୍ଲକ୍ ଅନ୍ତର୍ଗତ ଗଙ୍ଗାବାଡ଼ ପଞ୍ଚାୟତରେ। ପରାଜିତ ସରପଞ୍ଚ ପ୍ରାର୍ଥୀ ଜଣଙ୍କ ହେଲେ ବାରିକ ଶବର। ସେ ବିଜେଡି ସମର୍ଥନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ ବୋଲି ଜଣାପଡ଼ିଛି। ମିଳିଥିବା […]

author-image
Tapaswini Nayak
ଅଦ୍ୟତନ ହୋଇଛି
ହାରିବା ପରେ ରାସ୍ତା ଖୋଳିଲେ, ଷ୍ଟ୍ରିଟ୍‌ ଲାଇଟ୍‌ ନେଇଗଲେ ସରପଞ୍ଚ ପ୍ରାର୍ଥୀ

Road Block

ପାରଳାଖେମୁଣ୍ଡି(ଓଡ଼ିଶା ରିପୋର୍ଟର): ଭୋକ ବିକଳରେ ତାଟିଆ କାମୁଡ଼ିଲେ ପରାଜିତ ସରପଞ୍ଚ ପ୍ରାର୍ଥୀ। ନିର୍ବାଚନ ହାରିବା ପରେ ନିଜର କାରନାମା ଦେଖାଇଲେ। ୫ଟି ଗାଁକୁ ସଂଯୋଗ କରୁଥିବା ରାସ୍ତାରେ ଗାତ ଖୋଳି, ବଡ଼ ବଡ଼ ପଥର ରଖି ରାସ୍ତା ବନ୍ଦ କରିଦେଲେ। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ରାୟଗଡ଼ା  ବ୍ଲକ୍ ଅନ୍ତର୍ଗତ ଗଙ୍ଗାବାଡ଼ ପଞ୍ଚାୟତରେ। ପରାଜିତ ସରପଞ୍ଚ ପ୍ରାର୍ଥୀ ଜଣଙ୍କ ହେଲେ ବାରିକ ଶବର। ସେ ବିଜେଡି ସମର୍ଥନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ ବୋଲି ଜଣାପଡ଼ିଛି।

Advertisment

ମିଳିଥିବା ସୂଚନା ଅନୁସାରେ, ଗଙ୍ଗାବାଡ଼ ପଞ୍ଚାୟତର ସ୍ଥାନୀୟ ସରପଞ୍ଚ ହରିବନ୍ଧୁ କାର୍ଜୀ ଦୀର୍ଘ ୧୫ ବର୍ଷରୁ ଅଧିକ ସମୟ ହେବ ସେ କିମ୍ୱା ତାଙ୍କ ପରିବାର ଲୋକେ ସ୍ଵାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ସରପଞ୍ଚ ଭାବେ ନିର୍ବାଚିତ ହୋଇ ଆସୁଛନ୍ତି। ଚଳିତ ଥର ମଧ୍ୟ ହରିବନ୍ଧୁ ସରପଞ୍ଚ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ ଓ ଏଥିରେ ବିଜୟ ଲାଭ କରିଥିଲେ।

କିନ୍ତୁ ସରପଞ୍ଚ ପ୍ରାର୍ଥୀ ଭାବେ ଛିଡ଼ା ହୋଇଥିବା ବାରିକ ଶବର ନିର୍ବାଚନରେ ହାରି ଯାଇଥିଲେ। ନିର୍ବାଚନରେ ହାରିବା ପରେ ସେ ୫ଟି ଗାଁକୁ ସଂଯୋଗ କରୁଥିବା ରାସ୍ତାକୁ ଖୋଳି ପକାଇଥିଲେ। ଏହାସହ ରାସ୍ତାରେ ବଡ଼ ବଡ଼ ପଥର ରଖି ରାସ୍ତା ବନ୍ଦ କରି ଦେଇଥିଲେ। ଯାହାଫଳରେ ଲୋକମାନେ ଯିବା ଆସିବା  କରିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏନେଇ ଆଜି ସରପଞ୍ଚ ହରିବନ୍ଧୁ କାର୍ଜୀ ଥାନାରେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ତଦସିଲଦାର କହିଛନ୍ତି, ଆରଆଇଙ୍କୁ ପଠାଇ ଘଟଣାର ତଦନ୍ତ କରାଯିବ।

Advertisment

ଗଙ୍ଗାବାଡ ପଞ୍ଚାୟତର ସରପଞ୍ଚ ହରିବନ୍ଧୁ କାର୍ଜୀ କହିଛନ୍ତି, ବାରିକ ଶବର ନିର୍ବାଚନ ହାରିବାପରେ ଲୋକଙ୍କୁ ଧମକଚମକ ଦେଉଛି। ୫ଟି ଗାଁ କୁ ସଂଯୋଗ କରୁଥିବା ରାସ୍ତାରେ ଗାତ ଖୋଳି, ବଡ଼ ବଡ଼ ପଥର ରଖି ରାସ୍ତା ବନ୍ଦ କରିଦେଇଛି। ସରକାରଙ୍କ ପକ୍ଷରୁ ଲଗାଯାଇଥିବା ଷ୍ଟ୍ରିଟ୍‌ ଲାଇଟ୍‌କୁ ନିର୍ବାଚନ ପରେ ବାରିକ ଶବରଙ୍କର ସମର୍ଥକମାନେ ତାକୁ କାଢ଼ି ନେଇଯାଇଛନ୍ତି।

Odisha Panchayat Election 2022