Advertisment

ଗୁହାରି ଶୁଣୁନି ପ୍ରଶାସନ; ପଞ୍ଚାୟତ ଜିଲ୍ଲାପାଳଙ୍କ ଆତ୍ମାହୁତି ଧମକ

ବାସୁଦେବପୁର(କିରିଟି ଦାସ): “ବ୍ଲକ ପ୍ରଶାସନରୁ କୌଣସି ସହଯୋଗ ମିଳୁନି। ପଞ୍ଚାୟତରେ ବିକାଶ କାମ ଠପ୍‍ ହୋଇ ପଡ଼ିଛି। ଯାହାବି କିଛି କାମ ହୋଇଛି ବର୍ଷ ବର୍ଷ ଧରି ବିଲ୍‌ ହୋଇପାରୁନି। ବାରମ୍ୱାର କହିବା ପରେବି କେହି ଶୁଣୁନାହାନ୍ତି।  ସମାଧାନ ନହେଲେ ଆସନ୍ତା ୧୦ତାରିଖରେ ଆତ୍ମାହୁତି ଦେବି। ” ଏପରି ବିଳାପ କରି ସଙ୍ଗିନ ଅଭିଯୋଗ କରିଛନ୍ତି ଜଣେ ପଞ୍ଚାୟତ ଜିଲ୍ଲାପାଳ।  ବାରମ୍ବାର ଗୁହାରି ସତ୍ତ୍ୱେ ବ୍ଲକ ପ୍ରଶାସନ ତାଙ୍କ ସମସ୍ୟା ସମାଧାନ କରୁ ନ ଥିବା କହିଛନ୍ତି […]

ଗୁହାରି ଶୁଣୁନି ପ୍ରଶାସନ; ପଞ୍ଚାୟତ ଜିଲ୍ଲାପାଳଙ୍କ ଆତ୍ମାହୁତି ଧମକ

basu-1

Advertisment

ବାସୁଦେବପୁର(କିରିଟି ଦାସ): “ବ୍ଲକ ପ୍ରଶାସନରୁ କୌଣସି ସହଯୋଗ ମିଳୁନି। ପଞ୍ଚାୟତରେ ବିକାଶ କାମ ଠପ୍‍ ହୋଇ ପଡ଼ିଛି। ଯାହାବି କିଛି କାମ ହୋଇଛି ବର୍ଷ ବର୍ଷ ଧରି ବିଲ୍‌ ହୋଇପାରୁନି। ବାରମ୍ୱାର କହିବା ପରେବି କେହି ଶୁଣୁନାହାନ୍ତି।  ସମାଧାନ ନହେଲେ ଆସନ୍ତା ୧୦ତାରିଖରେ ଆତ୍ମାହୁତି ଦେବି। ” ଏପରି ବିଳାପ କରି ସଙ୍ଗିନ ଅଭିଯୋଗ କରିଛନ୍ତି ଜଣେ ପଞ୍ଚାୟତ ଜିଲ୍ଲାପାଳ।  ବାରମ୍ବାର ଗୁହାରି ସତ୍ତ୍ୱେ ବ୍ଲକ ପ୍ରଶାସନ ତାଙ୍କ ସମସ୍ୟା ସମାଧାନ କରୁ ନ ଥିବା କହିଛନ୍ତି ବାସୁଦେବପୁର ବ୍ଲକ ସାନକୃଷ୍ଣପୁର ପଞ୍ଚାୟତ ସରପଞ୍ଚ ଗଦାଧର ନାୟକ।

Advertisment

ଗଦାଧରଙ୍କ ଅଭିଯୋଗ ଅନୁଯାୟୀ, ଦୁଇବର୍ଷ ତଳେ ପଞ୍ଚାୟତରେ ପାଣି ପାଇପ ଲାଇନ୍‌ ମରାମତି କାମ କରାଯାଇଥିଲା। ଯାହାର ପ୍ରାପ୍ୟ ଆଜି ଯାଏଁ  ମିଳିପାରୁନି। ଯୋଗ୍ୟ ବ୍ୟକ୍ତିମାନେ ରାସନକାର୍ଡ, ଆବାସ ଓ ଶୌଚାଳୟ ପାଇବାରୁ ବାଦ ପଡ଼ିଥିବା ବେଳେ ଥିଲାବାଲ ଲୋକ ଏହି ଯୋଜନାକୁ ହାତେଇଛନ୍ତି।

ପଞ୍ଚାୟତର ୧୩ଟି ୱାର୍ଡକୁ ସବୁ ଦିନିଆ ରାସ୍ତାଟିଏ ନାହିଁ। ଏହି ସମସ୍ୟା ସମ୍ପର୍କରେ ବିଡିଓଙ୍କୁ ବାରମ୍ୱାର କହିବା ପରେ ମଧ୍ୟ ସହଯୋଗ ମିଳୁନି। ସାତ ଦିନ ମଧ୍ୟରେ ଏହି ସମସ୍ୟା ସମାଧାନ ନହେଲେ ରାସ୍ତାରେ ଧାରଣା ଦେବା ସହ ଆତ୍ମହୁତି ଦେବେ । ଏନେଇ ସେ ସରପଞ୍ଚ ଲିଖିତ ଭାବେ ସ୍ଥାନୀୟ ପୁଲିସଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ, ଜିଲ୍ଲା ପ୍ରଶାସନ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ, ପଞ୍ଚାୟତି ରାଜ ବିଭାଗ ସମେତ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି।

Advertisment

ତେବେ ଘଟଣା ସମ୍ପର୍କରେ ବ୍ଲକ ବିଡିଓ ପ୍ରଣବ କୁମାର ବେହେରା କହିଛନ୍ତି, ବ୍ଲକ ପକ୍ଷରୁ ସରପଞ୍ଚଙ୍କୁ କେବେବି ହତାଦର କରାଯାଇନାହିଁ। ବ୍ଲକ ପ୍ରଶାସନ ସହଯୋଗରେ ସରପଞ୍ଚଙ୍କୁ ଜୁନ ମାସ ପୂର୍ବରୁ ବହୁତ କାମ ଦିଆଯାଇଛି। ଏବେବି ବହୁ ପ୍ରକଳ୍ପର ଯୋଜନା ହୋଇଛି। ତଥାପି ତାଙ୍କର ଅଭିଯୋଗ ଥିଲେ ଆମେ ତାଙ୍କୁ ସମାଧାନ କରିବାକୁ ଚେଷ୍ଟା କରିବୁ ବୋଲି ବିଡିଓ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe