Advertisment

ନିର୍ବାଚନ ପୂର୍ବରୁ ଆଖି ବୁଜିଲେ ୨ ସରପଞ୍ଚ ପ୍ରାର୍ଥୀ, ବନ୍ଦ ହେଲା ମତଦାନ

କଟକ/ବରଗଡ଼(ଓଡ଼ିଶା ରିପୋର୍ଟର): ନିର୍ବାଚନ ପୂର୍ବରୁ ଆଖି ବୁଜିଲେ ସରପଞ୍ଚ ପ୍ରାର୍ଥୀ। ଫଳରେ ବନ୍ଦ ରହିଲା ମତଦାନ । ଏପରି ଘଟଣା କଟକ ସଦର ବ୍ଲକର ଯଶପଡ଼ା ପଞ୍ଚାୟତରେ ଘଟିଥିବା ବେଳେ ବରଗଡ଼ ଜିଲ୍ଲାରେ ବି ଉପୁଜିଛି ସମାନ ସ୍ଥିତି। କଟକ ସଦର ବ୍ଲକର ଯଶପଡ଼ା ପଞ୍ଚାୟତରେ ସରପଞ୍ଚ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ ନମିତା ବେହେରା । ହେଲେ ହଠାତ୍‌ ନିର୍ବାଚନ ପୂର୍ବରୁ ତାଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଛି। ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ ପରେ ସରପଞ୍ଚ ମତଦାନ […]

author-image
Niharika Rout
ଅଦ୍ୟତନ ହୋଇଛି
ନିର୍ବାଚନ ପୂର୍ବରୁ ଆଖି ବୁଜିଲେ ୨ ସରପଞ୍ଚ ପ୍ରାର୍ଥୀ, ବନ୍ଦ ହେଲା ମତଦାନ

Sarapanch candidate death

କଟକ/ବରଗଡ଼(ଓଡ଼ିଶା ରିପୋର୍ଟର): ନିର୍ବାଚନ ପୂର୍ବରୁ ଆଖି ବୁଜିଲେ ସରପଞ୍ଚ ପ୍ରାର୍ଥୀ। ଫଳରେ ବନ୍ଦ ରହିଲା ମତଦାନ । ଏପରି ଘଟଣା କଟକ ସଦର ବ୍ଲକର ଯଶପଡ଼ା ପଞ୍ଚାୟତରେ ଘଟିଥିବା ବେଳେ ବରଗଡ଼ ଜିଲ୍ଲାରେ ବି ଉପୁଜିଛି ସମାନ ସ୍ଥିତି।

Advertisment

କଟକ ସଦର ବ୍ଲକର ଯଶପଡ଼ା ପଞ୍ଚାୟତରେ ସରପଞ୍ଚ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ ନମିତା ବେହେରା । ହେଲେ ହଠାତ୍‌ ନିର୍ବାଚନ ପୂର୍ବରୁ ତାଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଛି। ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ ପରେ ସରପଞ୍ଚ ମତଦାନ ବର୍ତ୍ତମାନ ପାଇଁ ବନ୍ଦ ରହିଛି କଟକ ସଦର ବ୍ଲକ ବିଡିଓ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

ସେହିପରି ବରଗଡ଼ ଜିଲ୍ଲାରେ ଗୋବିନ୍ଦପୁର ସରପଞ୍ଚ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଥିଲେ ବାଲ୍ମିକୀ ପ୍ରଧାନ । ହେଲେ ନିର୍ବାଚନ ପୂର୍ବରୁ ହୃଦଘାତରେ ଆଖି ବୁଜିଛନ୍ତି ବାଲ୍ମିକୀ । ଫଳରେ ଆସନ୍ତା ୨୪ ତାରିଖରେ ହେବାକୁ ଥିବା ସରପଞ୍ଚ ନିର୍ବାଚନ ବନ୍ଦ ନେଇ ସୂଚନା ଦେଇଛନ୍ତି ଉପଜିଲ୍ଲାପାଳ।

Advertisment

ସୂଚନାଯୋଗ୍ୟ, ବରଗଡ଼ ଜିଲ୍ଲା ଭଟଲି ବ୍ଲକ୍‌ ଅନ୍ତର୍ଗତ କେଲେଣ୍ଡାପାଲି ପଞ୍ଚାୟତର ସରପଞ୍ଚ ପଦ ପାଇଁ ଦୌଡ଼ରେ ଥିବା ସରୋଜ ସେଠ ଦୁରାରୋଗ କ୍ୟାନସରରେ ଆକ୍ରାନ୍ତ ହୋଇ ଗତକାଲି ଆଖି ବୁଜିଲେ। ସେଥି ନିମନ୍ତେ   ବୁଧବାର ହେବାକୁ ଥିବା ନିର୍ବାଚନକୁ ବନ୍ଦ କରାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।