Advertisment

ଶାଢ଼ି ଶୋରୁମ୍‌‌ରେ ଲାଗିଗଲା ନିଆଁ

ଚାନ୍ଦବାଲି (ବାସୁଦେବ ଦାସ): ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅନ୍ତର୍ଗତ ମତୋ ବଜାରରେ ଥିବା ଏକ ଶାଢ଼ି ଶୋରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଫଳରେ ସେଠାରେ ଥିବା ସବୁ ଶାଢ଼ି ଓ ଅନ୍ୟାନ୍ୟ କପଡ଼ା ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ଆଜି ଭୋରରେ ଦୋକାନରୁ ଧୂଆଁ ବାହାରୁ ଥିବାର ଦେଖି ସ୍ଥାନୀୟ ଲୋକ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଚାନ୍ଦବାଲି ଦମକଳ ବାହିନୀର ଦୁଇଟି ଗାଡ଼ି ପହଞ୍ଚି ଦୋକାନର ଶଟରକୁ ତାଡ଼ି ନିଆଁକୁ ଆୟତ୍ତ […]

ଅଦ୍ୟତନ ହୋଇଛି
ଶାଢ଼ି ଶୋରୁମ୍‌‌ରେ ଲାଗିଗଲା ନିଆଁ

fair

Advertisment

ଚାନ୍ଦବାଲି (ବାସୁଦେବ ଦାସ): ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅନ୍ତର୍ଗତ ମତୋ ବଜାରରେ ଥିବା ଏକ ଶାଢ଼ି ଶୋରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଫଳରେ ସେଠାରେ ଥିବା ସବୁ ଶାଢ଼ି ଓ ଅନ୍ୟାନ୍ୟ କପଡ଼ା ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି।

Advertisment

ଆଜି ଭୋରରେ ଦୋକାନରୁ ଧୂଆଁ ବାହାରୁ ଥିବାର ଦେଖି ସ୍ଥାନୀୟ ଲୋକ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଚାନ୍ଦବାଲି ଦମକଳ ବାହିନୀର ଦୁଇଟି ଗାଡ଼ି ପହଞ୍ଚି ଦୋକାନର ଶଟରକୁ ତାଡ଼ି ନିଆଁକୁ ଆୟତ୍ତ କରିଥିଲେ। ସେତେବେଳକୁ ସବୁ ପୋଡ଼ି ପାଉଁଶ ହୋଇଯାଇଥିଲା। ଖବର ପାଇ ଦୋକାନର ମାଲିକ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ। ପାଖାପାଖି କୋଟିଏରୁ ଅଧିକ ଟଙ୍କାର ଶାଢ଼ି ଓ ଅନ୍ୟାନ୍ୟ କପଡ଼ା ପତ୍ର ପୋଡ଼ି ପାଉଁଶ ହୋଇଯାଇଥିବା ଶୋରୁମ୍‌ ମାଲିକ ସୂଚନା ଦେଇଛନ୍ତି।

ସେହିଭଳି ଗତକାଲି ବିଳମ୍ବିତ ରାତିରେ ଆମ୍ବୋଲ ଗାଁର ମଧୁ ଭୂୟାଁ ଓ ବାବାଜୀ ଭୂୟାଁଙ୍କ ଘରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ଦୁଇଟି ପରିବାରର ଚାରି ବଖରା ଘର ପୋଡ଼ି ପାଉଁଶ ହୋଇଯାଇଥିଲା। ଘରର ଆସବାବପତ୍ର ସହିତ ଅନ୍ୟାନ୍ୟ ଜିନିଷ ପୋଡ଼ି ନଷ୍ଟ ହୋଇଯାଇଛି। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe