ସ୍ୱର୍ଗତ କୃଷ୍ଣଚନ୍ଦ୍ର ଗଜପତିଙ୍କ ଶ୍ରାଦ୍ଧ ଦିବସ ପାଳିତ

ପାରଳାଖେମୁଣ୍ଡି :  ସ୍ୱତନ୍ତ୍ର ପ୍ରଦେଶ ଗଠନର ପ୍ରମୁଖ କର୍ଣ୍ଣଧାର ପାରଳା ମହାରାଜା ସ୍ୱର୍ଗତ କୃଷ୍ଣଚନ୍ଦ୍ର  ଗଜପତି ନାରାୟଣ ଦେବଙ୍କ ୪୧ ତମ ଶ୍ରାଦ୍ଧଦିବସ ଜନ୍ମମାଟି ପାରଳାଖେମୁଣ୍ଡି ଠାରେ  ସୋମବାର ପାଳିତ ହୋଇଯାଇଛି । ଏହି ଅବସରରେ ପୂର୍ବତନ ସାଂସଦ ଶ୍ରୀ ଗୋପୀନାଥ ଗଜପତି ନାରାୟଣ ସ୍ୱର୍ଗତ କୃଷ୍ଣଚନ୍ଦ୍ର ଗଜପତିଙ୍କ ବଜାର ଛକ ଠାରେ ଥିବା ସାମାଧିରେ ପୁଷ୍ପମାଲ୍ୟପଣ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି ଅବସରରେ ସହରର ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ।