Advertisment

କୋଟିପତି ଆର୍‌ଏମ୍‌ସି ସଂପାଦକ ଗିରଫ

ସୁନ୍ଦରଗଡ଼ (ଓଡ଼ିଶା ରିପୋର୍ଟର): ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଜିଲ୍ଲା ସର୍ଗିପାଲି ଆର୍‌ଏମ୍‌ସି (ରେଗୁଲେଟେଡ୍ ମାର୍କେଟ୍ କମିଟି) ସଂପାଦକ ବନମାଳି ନାଏକଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ। ତାଙ୍କ ଠାରୁ ୨.୭୧ କୋଟି ଟଙ୍କାର ସଂପତ୍ତି ଠାବ କରାଯାଇଛି। ସେ ତାଙ୍କ ଆୟ ଠାରୁ ଆହୁରି ୧୭୨% ଅଧିକ ସଂପତ୍ତି ଠୁଳ କରିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ଗତକାଲି ଭିଜିଲାନ୍ସ ପକ୍ଷରୁ ବନମାଳିଙ୍କ ଘର ସମେତ ମୋଟ ୫ଟି ସ୍ଥାନରେ […]

author-image
Jitendra Garnayak
ଅଦ୍ୟତନ ହୋଇଛି
କୋଟିପତି ଆର୍‌ଏମ୍‌ସି ସଂପାଦକ ଗିରଫ

Banamali Naik

ସୁନ୍ଦରଗଡ଼ (ଓଡ଼ିଶା ରିପୋର୍ଟର): ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଜିଲ୍ଲା ସର୍ଗିପାଲି ଆର୍‌ଏମ୍‌ସି (ରେଗୁଲେଟେଡ୍ ମାର୍କେଟ୍ କମିଟି) ସଂପାଦକ ବନମାଳି ନାଏକଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ। ତାଙ୍କ ଠାରୁ ୨.୭୧ କୋଟି ଟଙ୍କାର ସଂପତ୍ତି ଠାବ କରାଯାଇଛି। ସେ ତାଙ୍କ ଆୟ ଠାରୁ ଆହୁରି ୧୭୨% ଅଧିକ ସଂପତ୍ତି ଠୁଳ କରିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

Advertisment

ଗତକାଲି ଭିଜିଲାନ୍ସ ପକ୍ଷରୁ ବନମାଳିଙ୍କ ଘର ସମେତ ମୋଟ ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ତାଙ୍କ ଠାରୁ ୨.୯୮ ଲକ୍ଷ ନଗଦ ଟଙ୍କା ସହିତ ୧୦.୪୫ ଲକ୍ଷ ଟଙ୍କା ମୂଲ୍ୟର ସୁନା ଓ ରୁପା ଗହଣା ଜବତ କରାଯାଇଥିଲା। ସେହିପରି ବ୍ୟାଙ୍କ ଜମା ଓ ବୀମା ଜମା ବାବଦକୁ ବନମାଳି ନାଏକଙ୍କର ୬୨.୨୭ ଲକ୍ଷ ଟଙ୍କା ରହିଥିବା ଭିଜିଲାନ୍ସ ଜାଣିବାକୁ ପାଇଥିଲା।

[caption id="attachment_724651" align="aligncenter" width="650"]House ସୁନ୍ଦରଗଡ଼ ଜିଲ୍ଲା ସରଗିପାଲି ଆର୍‌ଏମ୍‌ସି ସଂପାଦକଙ୍କ ଏକ ତିନି ମହଲା ଘର। ଏହାର ଦାମ୍ ୧.୧୧ କୋଟିରୁ ଅଧିକ।[/caption]

Advertisment

ବନମାଳିଙ୍କର ଏକାଧିକ ଘର ଓ ପ୍ଳଟ୍ ଠାବ କରିଛି ଭିଜିଲାନ୍ସ। ସୁନ୍ଦରଗଡ଼ ଜିଲ୍ଲା ଟାଉନ୍ ଥାନା ଅନ୍ତର୍ଗତ ତାଳଶଙ୍କର (କେନ୍ଦୁପଡ଼ା) ମୌଜାରେ ବନମାଳିଙ୍କର ଏକ ୩ ମହଲା କୋଠା ରହିଛି, ଯାହାର ଦାମ ୧.୧୧ କୋଟି ଟଙ୍କାରୁ ଅଧିକ ହେବ। ସେହି ତାଳଶଙ୍କର (କେନ୍ଦୁପଡ଼ା) ମୌଜାରେ ତାଙ୍କର ଆଉ ଏକ ତିନି ମହଲା କୋଠା ରହିଛି, ଯାହାର ମୂଲ୍ୟ ୪୭.୭୦ ଲକ୍ଷ ଟଙ୍କାରୁ ଅଧିକ ହେବ। ସୁନ୍ଦରଗଡ଼ ଜିଲ୍ଲାର କୁକୁରିଡ଼ିହିରେ ଗାଁରେ ତାଙ୍କର ଏକ ଘର ଅଛି, ଯାହାର ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ। ସେହିପରି ସୁନ୍ଦରଗଡ଼ ସହର ଓ ଏହା ଆଖାପାଖରେ ତାଙ୍କର ୪ଟି ପ୍ଲଟ୍ ଥିବା ଭିଜିଲାନ୍ସ କହିଛି। ଏହା ବାଦ୍ ବନମାଳିଙ୍କ ଠାରୁ ୨ଟି ଦୁଇ ଚକିଆ ଗାଡ଼ି ଓ ୧୪ ଲକ୍ଷ ଟଙ୍କାର ଅନ୍ୟାନ୍ୟ ଘରୋଇ ସାମଗ୍ରୀ ଜବତ କରାଯାଇଛି।

ଏହି ମାମଲାରେ ଭିଜିଲାନ୍ସର ତଦନ୍ତ ଜାରି ରହିଛି। ଗତକାଲି ଚଢ଼ାଉରେ ୫ ଜଣ ଡିଏସ୍‌ପି, ୭ ଜଣ ଇନ୍ସପେକ୍ଟର, ୪ ଜଣ ଏଏସ୍ଆଇ ଓ ଅନ୍ୟ କର୍ମଚାରୀ ସାମିଲ ହୋଇଥିଲେ।

Vigilance Raid