Advertisment

ପୋଖରୀ ପାଖରେ କ୍ରାଇମ ସିନ୍‌ ରିକ୍ରିଏଟ କଲା ସରୋଜ

ନୟାଗଡ଼(ଓଡ଼ିଶା ରିପୋର୍ଟର):  ବହୁ ଚର୍ଚ୍ଚିତ ନୟାଗଡ଼ ନାବାଳିକା ହତ୍ୟା ଘଟଣାରେ ଗିରଫ ଅଭିଯୁକ୍ତ ସରୋଜଙ୍କୁ ଆଜି ଘଟଣାସ୍ଥଳକୁ ନେଇ କ୍ରାଇମ ସିନ୍‌ ରିକ୍ରିଏଟ କରିଛି ଏସ୍‌ଆଇଟି । ନାବାଳିକା ଶରୀରର କିଛି ହାଡ଼ ମିଳିଥିବା ଯଦୁପୁରର ପୋଖରୀକୁ ନେଇ ଡେମୋ ଦେଖାଇଲା SIT। ପୋଖରୀ କୂଳରେ ସରୋଜ ଘଟଣା ସଂପର୍କରେ ବର୍ଣ୍ଣନା କରିଥିବା ଜଣାଯାଇଛି।  ଏହି ସମୟରେ SIT ମୁଖ୍ୟ ଅରୁଣ ବୋଥ୍ରା ଘଟଣାସ୍ଥଳରେ ଉପସ୍ଥିତ ରହି ସରୋଜକୁ ଟିକିନିଖି ପଚରାଉଚରା କରୁଥିବା ଦେଖିବାକୁ ମିଳିଥିଲା। ସୂଚନାଯୋଗ୍ୟ, […]

ଅଦ୍ୟତନ ହୋଇଛି
ପୋଖରୀ ପାଖରେ କ୍ରାଇମ ସିନ୍‌  ରିକ୍ରିଏଟ କଲା ସରୋଜ

pond

Advertisment

ନୟାଗଡ଼(ଓଡ଼ିଶା ରିପୋର୍ଟର):  ବହୁ ଚର୍ଚ୍ଚିତ ନୟାଗଡ଼ ନାବାଳିକା ହତ୍ୟା ଘଟଣାରେ ଗିରଫ ଅଭିଯୁକ୍ତ ସରୋଜଙ୍କୁ ଆଜି ଘଟଣାସ୍ଥଳକୁ ନେଇ କ୍ରାଇମ ସିନ୍‌ ରିକ୍ରିଏଟ କରିଛି ଏସ୍‌ଆଇଟି । ନାବାଳିକା ଶରୀରର କିଛି ହାଡ଼ ମିଳିଥିବା ଯଦୁପୁରର ପୋଖରୀକୁ ନେଇ ଡେମୋ ଦେଖାଇଲା SIT। ପୋଖରୀ କୂଳରେ ସରୋଜ ଘଟଣା ସଂପର୍କରେ ବର୍ଣ୍ଣନା କରିଥିବା ଜଣାଯାଇଛି।  ଏହି ସମୟରେ SIT ମୁଖ୍ୟ ଅରୁଣ ବୋଥ୍ରା ଘଟଣାସ୍ଥଳରେ ଉପସ୍ଥିତ ରହି ସରୋଜକୁ ଟିକିନିଖି ପଚରାଉଚରା କରୁଥିବା ଦେଖିବାକୁ ମିଳିଥିଲା।

Advertisment

ସୂଚନାଯୋଗ୍ୟ, ଆଜି ସରୋଜର ୩ ଦିନିଆ ରିମାଣ୍ଡ ଅବଧୀ ଶେଷ ହେଉଛି। ତା’ ପୂର୍ବରୁ ସରୋଜକୁ ଘଟଣାସ୍ଥଳକୁ ଆଣି କ୍ରାଇମ ସିନ୍‌ ରିକ୍ରିଏଟ କରିଛି SIT। ଏହି ସମୟରେ ପୋଖରୀ ନିକଟରେ ବହୁ ଗହଳି ଦେଖିବାକୁ ମିଳିଥିଲା। ଏହାପରେ  ସରୋଜକୁ SIT ନେଇ ଯାଇଥିବା ବେଳେ ଏହାର କିଛି ଅଧିକାରୀ ସରୋଜର ମା’ ଓ ଉଭଣୀଙ୍କୁ ତାଙ୍କ ଘରେ ପଚରାଉଚରା କରୁଥିବା ଜଣାଯାଇଛି।

ଅଧିକ ପଢନ୍ତୁ : ମୁଁ ଯେତିକି ସରୋଜ ବିଷୟରେ ଜାଣିଥିଲି, ତା’ଠାରୁ ବେଶୀ ସେ ମୋ ବିଷୟରେ ଜାଣିଥିଲା

Advertisment

ସରୋଜ  ପରିବାରର କେହି ନା କେହି ପୁଅର ଅପରାଧିକ କାହାଣୀ ସମ୍ପର୍କରେ ଜାଣିଥିବା କହିଛନ୍ତି ଅରୁଣ ବୋଥ୍ରା।   ଏହି ଘଟଣାର ତଦନ୍ତ ଚାଲିଥିବା ବେଳେ ପରିବାର ଲୋକ କିଏ ଓ  କେବେ ଏକଥା ଜାଣିଲେ ତାହାର ତଦନ୍ତ ଚାଲିଛି ବୋଲି କହିଛନ୍ତି ବୋଥ୍ରା।

SIT Investigation Nayagarh Pari Murder Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe