Advertisment

ପରୀ ହତ୍ୟାରେ ନୂଆ ମୋଡ଼, ଦୋଷ ମୁଣ୍ଡେଇବାକୁ ୫ ଲକ୍ଷ ଯାଚିଥିଲେ ଅରୁଣ ବୋଥ୍ରା!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୟାଗଡ଼ ‘ପରୀ’ ହତ୍ୟା ମାମଲାରେ ଏସ୍‌ଆଇଟି ତଦନ୍ତ ଚାଲିଛି। ଏହାର ପ୍ରାଥମିକ ରିପୋର୍ଟ ଗତକାଲି ଓଡ଼ିଶା ହାଇକୋର୍ଟରେ ଦାଖଲ ହୋଇଛି। ରିପୋର୍ଟରେ ‘ପରୀ’କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଉଲ୍ଲେଖ ଥିବା ବିଶେଷ ସୂତ୍ରରୁ ଜଣାପଡ଼ିଥିଲା। ଏହି ରିପୋର୍ଟ ପ୍ରଘଟ ହେବାର ଦିନକରେ SIT ମୁଖ୍ୟ ଆଇଜି ଅରୁଣ ବୋଥ୍ରାଙ୍କ ନାଁରେ ଆସିଛି ସଂଗୀନ ଅଭିଯୋଗ। ସଂଗୀନ ଅଭିଯୋଗ ଆଣିଛନ୍ତି ଯଦୁପୁର ଗାଁର ସରୋଜ ସେଠୀ। ଦୋଷ ମୁଣ୍ଡେଇବାକୁ ଅରୁଣ ବୋଥ୍ରା ତାଙ୍କୁ ୫ […]

ଅଦ୍ୟତନ ହୋଇଛି
ପୋଖରୀ ଶୁଖାଇ ଲେଗିଂସ୍ ପାଇଲା ଏସ୍ଆଇଟି

arun-bothra

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୟାଗଡ଼ ‘ପରୀ’ ହତ୍ୟା ମାମଲାରେ ଏସ୍‌ଆଇଟି ତଦନ୍ତ ଚାଲିଛି। ଏହାର ପ୍ରାଥମିକ ରିପୋର୍ଟ ଗତକାଲି ଓଡ଼ିଶା ହାଇକୋର୍ଟରେ ଦାଖଲ ହୋଇଛି। ରିପୋର୍ଟରେ ‘ପରୀ’କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଉଲ୍ଲେଖ ଥିବା ବିଶେଷ ସୂତ୍ରରୁ ଜଣାପଡ଼ିଥିଲା। ଏହି ରିପୋର୍ଟ ପ୍ରଘଟ ହେବାର ଦିନକରେ SIT ମୁଖ୍ୟ ଆଇଜି ଅରୁଣ ବୋଥ୍ରାଙ୍କ ନାଁରେ ଆସିଛି ସଂଗୀନ ଅଭିଯୋଗ। ସଂଗୀନ ଅଭିଯୋଗ ଆଣିଛନ୍ତି ଯଦୁପୁର ଗାଁର ସରୋଜ ସେଠୀ। ଦୋଷ ମୁଣ୍ଡେଇବାକୁ ଅରୁଣ ବୋଥ୍ରା ତାଙ୍କୁ ୫ ଲକ୍ଷ ଯାଚିଥିବା ସେ ଆଜି କହିଛନ୍ତି।

Advertisment

ସେ କହିଛନ୍ତି-“ନିଖୋଜ ହେବାର ପୂର୍ବଦିନ ପରୀ ଆମ ଘରକୁ ଆସିଥିବାରୁ ମୋତେ ସନ୍ଦେହ କରୁଛନ୍ତି। ସେଥିପାଇଁ ମୋ ରକ୍ତ, ଲାଳ ଓ ପ୍ୟାଣ୍ଟସାର୍ଟ ନମୁନା ନେଇଛନ୍ତି। ଦୋଷ ମାନିବାକୁ ଅରୁଣ ବୋଥ୍ରା ସାର୍‌ ମୋତେ ୫ ଲକ୍ଷ ଯାଚିଛନ୍ତି। ତୋତେ ୧୮ ବର୍ଷ, ଆମେ ୧୭ ଦେଖେଇବୁ, ତୁ ରାଜି ହେଇଯା ବୋଲି ବୋଥ୍ରା କହିଛନ୍ତି।”

ମୁଁ ନିର୍ଦ୍ଦୋଷ, ମୁଁ କିଛି ଜାଣିନି ବୋଲି କହିଛନ୍ତି ସରୋଜ ସେଠୀ। ମୋର ବା ପରିବାରର କିଛି ହେଲେ ଅରୁଣ ବୋଥ୍ରା ଦାୟୀ ରହିବେ କହିଛନ୍ତି ସରୋଜ।

Advertisment

ସରୋଜଙ୍କ ଅଭିଯୋଗ ନେଇ ଅରୁଣ ବୋଥ୍ରାଙ୍କ ପ୍ରତିକ୍ରିୟା ମିଳିପାରିନି।

୪ ମାସ ତଳେ ୫ ବର୍ଷର ଝିଅ ପରୀକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଏଥିରେ ମନ୍ତ୍ରୀ ଅରୁଣ ସାହୁ ଓ ତାଙ୍କ ସହଯୋଗୀ ବାବୁଲିର ହାତ ଥିବା ‘ପରୀ’ର ବାପା-ମାଆ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ‘ପରୀ’ର ବାପା-ମାଆଙ୍କୁ ନାନା ହଇରାଣ କରୁଥିଲା। ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରୁନଥିଲା। ଅନ୍ୟପକ୍ଷରେ ପରୀଙ୍କ ମାଆଙ୍କୁ ପୁଲିସ ମାଡ଼ ମାରୁଥିବା ଅଭିଯୋଗ ହୋଇଥିଲା। ଏନେଇ ପରୀଙ୍କ ମାଆ ଅଭିଯୋଗ କରିଥିଲେ।

ପୁଲିସ ପ୍ରଶାସନଠାରୁ ନିରାଶ ହେବା ପରେ ‘ପରୀ’ର ବାପା-ମାଆ ଭୁବନେଶ୍ୱର ଚାଲି ଆସିଥିଲେ। ସେମାନେ ବିଧାନସଭା ସମ୍ମୁଖରେ ଆତ୍ମାହୁତି ଧମକ ଦେଇଥିଲେ। ତମ୍ୱି ତୋଫାନ୍‌ ପରେ ରାଜ୍ୟ ସରକାର ଏସ୍‌ଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏବେ ଏହି ମାମଲାର ଏସ୍‌ଆଇଟି ତଦନ୍ତ ଚାଲିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe