Advertisment

ଭାରତର ପ୍ରଥମ ମହିଳା ରାଜ୍ୟପାଳଙ୍କ ବିଷୟରେ ୯ଟି ଅଜଣା କଥା

ନୂଆଦିଲ୍ଲୀ: ଦେଶର ପ୍ରଥମ ମହିଳା ରାଜ୍ୟପାଳ ତଥା ସ୍ୱାଧୀନତା ସଂଗ୍ରାମୀ ସରୋଜିନୀ ନାଇଡୁଙ୍କର ଆଜି ହେଉଛି ଜନ୍ମଦିନ। ‘ଦ ନାଇଟ୍‌ଆଙ୍ଗେଲ୍‌ ଅଫ୍‌ ଇଣ୍ଡିଆ’ ନାମରେ ପ୍ରସିଦ୍ଧି ଅର୍ଜନ କରିଥିବା ସରୋଜିନୀ ୧୮୭୯ ମସିହା ୧୩ ଫେବୃଆରୀରେ ହାଇଦ୍ରାବାଦରେ ଜନ୍ମଗ୍ରହଣ କରିଥିଲେ। ଆଜି ସରୋଜିନୀ ନାଇଡୁଙ୍କ ଜନ୍ମ ଜୟନ୍ତୀରେ ଆସନ୍ତୁ ଜାଣିବା ତାଙ୍କ ଜୀବନ ସହିତ ଜଡ଼ିତ ଥିବା କିଛି ଅଜଣା କଥା। ୧. ସରୋଜିନୀ ନାଇଡୁଙ୍କ ପିତା ଅଘୋର ନାଥ ଚଟ୍ଟୋପାଧ୍ୟାୟ ଜଣେ ସାହିତ୍ୟିକ, ବିଜ୍ଞାନୀ ଓ […]

ଅଦ୍ୟତନ ହୋଇଛି
ଭାରତର ପ୍ରଥମ ମହିଳା ରାଜ୍ୟପାଳଙ୍କ ବିଷୟରେ ୯ଟି ଅଜଣା କଥା

sarojini

Advertisment

ନୂଆଦିଲ୍ଲୀ: ଦେଶର ପ୍ରଥମ ମହିଳା ରାଜ୍ୟପାଳ ତଥା ସ୍ୱାଧୀନତା ସଂଗ୍ରାମୀ ସରୋଜିନୀ ନାଇଡୁଙ୍କର ଆଜି ହେଉଛି ଜନ୍ମଦିନ। ‘ଦ ନାଇଟ୍‌ଆଙ୍ଗେଲ୍‌ ଅଫ୍‌ ଇଣ୍ଡିଆ’ ନାମରେ ପ୍ରସିଦ୍ଧି ଅର୍ଜନ କରିଥିବା ସରୋଜିନୀ ୧୮୭୯ ମସିହା ୧୩ ଫେବୃଆରୀରେ ହାଇଦ୍ରାବାଦରେ ଜନ୍ମଗ୍ରହଣ କରିଥିଲେ। ଆଜି ସରୋଜିନୀ ନାଇଡୁଙ୍କ ଜନ୍ମ ଜୟନ୍ତୀରେ ଆସନ୍ତୁ ଜାଣିବା ତାଙ୍କ ଜୀବନ ସହିତ ଜଡ଼ିତ ଥିବା କିଛି ଅଜଣା କଥା।

Advertisment

publive-image

୧. ସରୋଜିନୀ ନାଇଡୁଙ୍କ ପିତା ଅଘୋର ନାଥ ଚଟ୍ଟୋପାଧ୍ୟାୟ ଜଣେ ସାହିତ୍ୟିକ, ବିଜ୍ଞାନୀ ଓ ହାଇଦ୍ରାବାଦସ୍ଥିତ ଏକ କଲେଜରେ ଅଧ୍ୟକ୍ଷ ଥିଲେ। ତାଙ୍କ ମାତା ବରଦା ସୁନ୍ଦରୀ ଜଣେ କବୟିତ୍ରୀ ଥିଲେ ଏବଂ ବଙ୍ଗଳା ଭାଷାରେ କବିତାମାନ ଲେଖୁଥିଲେ।

୨. ସରୋଜିନୀ ନାଇଡୁ ଥିଲେ ସ୍ୱାଧୀନତା ସଂଗ୍ରାମୀ, କବୟିତ୍ରୀ ତଥା ଭାରତର ପ୍ରଥମ ମହିଳା ରାଜ୍ୟପାଳ। ପିଲାଦିନୁ ହିଁ ସେ ଲେଖାପଢ଼ାରେ ପ୍ରବୀଣ ଥିଲେ। ମାତ୍ର ୧୨ ବର୍ଷ ବୟସରେ ସେ ଦଶମ ଶ୍ରେଣୀ ପରୀକ୍ଷାରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିଲେ।

Advertisment

publive-image

୩. ଏହାପରେ ୧୬ ବର୍ଷ ବୟସରେ ସରୋଜିନୀ ଉଚ୍ଚଶିକ୍ଷା ପାଇଁ ଲଣ୍ଡନ ଚାଲି ଯାଇଥିଲେ। ସେଠାରେ ସେ ‘କିଙ୍ଗସ୍‌ କଲେଜ୍‌’ ଓ ପରେ କେମ୍ରିଜ୍‌ର ‘ଗିରଟନ୍‌ କଲେଜ୍‌’ରେ ଅଧ୍ୟୟନ ଶେଷ କରିଥିଲେ।

୪. ସରୋଜିନୀ ନାଇଡୁଙ୍କର ବିବାହ ୧୯ ବର୍ଷ ବୟସରେ ଗୋବିନ୍ଦାରାଜୁଲୁଙ୍କ ସହିତ ହୋଇଥିଲା।

publive-image

୫. ପାଠପଢ଼ା ସହିତ ସରୋଜିନୀ କବିତା ମଧ୍ୟ ଲେଖୁଥିଲେ। ଭାରତୀ ସାହିତ୍ୟକୁ ତାଙ୍କର ଅନେକ ଅବଦାନ ରହିଛି। ତାଙ୍କ ପ୍ରଥମ କବିତା ସଙ୍କଳନ ଥିଲା The Golden Threshold ଯାହାକି ୧୯୦୫ ମସିହାରେ ପ୍ରକାଶିତ ହୋଇଥିଲା।

୬. ୧୯୧୪ ମସିହାରେ ଲଣ୍ଡନରେ ସେ ପ୍ରଥମଥର ପାଇଁ ଗାନ୍ଧିଜୀଙ୍କୁ ଭେଟିଥିଲେ। ଗାନ୍ଧିଜୀଙ୍କୁ ସାକ୍ଷାତ କରିବା ପରେ ତାଙ୍କ ଜୀବନରେ ଏକ ବଡ଼ ପରିବର୍ତ୍ତନ ଆସିଥିଲା ଏବଂ ସେ ଗାନ୍ଧିଜୀଙ୍କ ବିଚାରଧାରା ଦ୍ୱାରା ପ୍ରଭାବିତ ହୋଇ ଦେଶସେବାରେ ନିଜକୁ ସମର୍ପିତ କରିଥିଲେ।

publive-image

୭. ଗାନ୍ଧିଜୀଙ୍କ ଡାକରାରେ ସରୋଜିନୀ ଅନେକ ସତ୍ୟାଗ୍ରହ ଓ ଅହିଂସା ଆନ୍ଦୋଳନରେ ଭାଗ ନେଇଥିଲେ। ୧୯୪୨ରେ ହୋଇଥିବା ‘ଭାରତଛାଡ଼ ଆନ୍ଦୋଳନ’ରେ ଭାଗ ନେଇ ଜେଲ୍‌ ଯାଇଥିଲେ।

୮. ସେ ଦେଶର ପ୍ରଥମ ମହିଳା ରାଜ୍ୟପାଳ ଓ ଭାରତୀୟ ଜାତୀୟ କଂଗ୍ରେସର ପ୍ରଥମ ମହିଳା ଅଧ୍ୟକ୍ଷ ଥିଲେ। ସରୋଜିନୀଙ୍କୁ ‘ଦି ନାଇଟିଆଙ୍ଗଲ୍ ଅଫ୍‌ ଇଣ୍ଡିଆ’ (The Nightingale Of India) ବୋଲି କୁହାଯାଏ।

publive-image

୯. ଭାରତବର୍ଷ ସ୍ୱାଧୀନତା ପ୍ରାପ୍ତି ପରେ ସରୋଜିନୀ ଦେଶର ପ୍ରଥମ ମହିଳା ରାଜ୍ୟପାଳ ଭାବରେ, ଉତ୍ତରପ୍ରଦେଶର ଗଭର୍ଣ୍ଣର ଦାୟିତ୍ୱ ନିର୍ବାହ କରିଥିଲେ।

ବିପଦ ସମୟରେ ଭୟ ନକରି ଜଣେ ବୀରାଙ୍ଗନା ଭାବରେ ଗାଁଗାଁ ବୁଲି ଦେଶପ୍ରେମ ସୃଷ୍ଟି କରୁଥିବା ମହିଳା ହେଉଛନ୍ତି ସରୋଜିନୀ ନାଇଡୁ। ସେଥିପାଇଁ ଗାନ୍ଧିଜୀ ତାଙ୍କୁ ଶ୍ରଦ୍ଧାରେ "ଆଜିର ମୀରାବାଈ"  ବୋଲି ଡାକୁଥିଲେ। ୨ ମାର୍ଚ୍ଚ ୧୯୪୯ ମସିହାରେ ସରୋଜିନୀଙ୍କ ପରଲୋକ ଗମନ କରିଥିଲେ।

publive-image

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe