Advertisment

‘ମୋ ପୁଅ ଯେବେ ମୋବାଇଲ ଦେଖେ, ଭଜନ ଦେଖେ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ ନୟାଗଡ଼ ନାବାଳିକା ହତ୍ୟା ଘଟଣାରେ ଗିରଫ ଅଭିଯୁକ୍ତ ସରୋଜ ସେଠୀଙ୍କୁ ନେଇ ଆଜି ଏସ୍‌ଆଇଟି ଟିମ୍‌ କ୍ରାଇମ ସିନ୍‌ ରିକ୍ରିଏଟ କରିଥିବା ବେଳେ ପୁଅ କିନ୍ତୁ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ବୋଲି ଦୋହରାଇଛନ୍ତି ସରୋଜଙ୍କ ପରିବାର ଲୋକ। ନାବାଳିକାକୁ ହତ୍ୟା କରିବାର ପୂର୍ବ ଦିନ ରାତି ସାରା ସରୋଜ ନିଜ ଭଉଣୀ ମୋବାଇଲରେ ପନୋଗ୍ରାଫି ଦେଖିଥିବା କହିଥିଲେ ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା। ପନୋଗ୍ରାଫି ଦେଖିବା ପର ଦିନ ସେ ଘରେ ଏକୁଟିଆ […]

author-image
Niharika Rout
ଅଦ୍ୟତନ ହୋଇଛି
‘ମୋ ପୁଅ ଯେବେ ମୋବାଇଲ ଦେଖେ, ଭଜନ ଦେଖେ’

saroj

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ ନୟାଗଡ଼ ନାବାଳିକା ହତ୍ୟା ଘଟଣାରେ ଗିରଫ ଅଭିଯୁକ୍ତ ସରୋଜ ସେଠୀଙ୍କୁ ନେଇ ଆଜି ଏସ୍‌ଆଇଟି ଟିମ୍‌ କ୍ରାଇମ ସିନ୍‌ ରିକ୍ରିଏଟ କରିଥିବା ବେଳେ ପୁଅ କିନ୍ତୁ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ବୋଲି ଦୋହରାଇଛନ୍ତି ସରୋଜଙ୍କ ପରିବାର ଲୋକ।

Advertisment

ନାବାଳିକାକୁ ହତ୍ୟା କରିବାର ପୂର୍ବ ଦିନ ରାତି ସାରା ସରୋଜ ନିଜ ଭଉଣୀ ମୋବାଇଲରେ ପନୋଗ୍ରାଫି ଦେଖିଥିବା କହିଥିଲେ ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା। ପନୋଗ୍ରାଫି ଦେଖିବା ପର ଦିନ ସେ ଘରେ ଏକୁଟିଆ ଥିବା ବେଳେ ନାବାଳିକାଜଣକ ତାଙ୍କ ଘରକୁ ଆସିଥିଲା। ଉକ୍ତ ସମୟରେ ସେ   ଛୋଟ ଝିଅଟିକୁ ଦୁଷ୍କର୍ମ ଓ ହତ୍ୟା କରିଥିବା କହିଥିଲେ ଏସ୍‌ଆଇଟି ମୁଖ୍ୟ ।

କିନ୍ତୁ ଏ ସମସ୍ତ ଅଭିଯୋଗକୁ ଖଣ୍ଡନ କରି ସରୋଜଙ୍କ ମା’ ନିଜ ପୁଅକୁ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ବୋଲି କହିଛନ୍ତି। ନିଜ ପୁଅ ପନୋଗ୍ରାଫି ଦେଖିବା ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରି ସେ କହିଛନ୍ତି ମୋ ପୁଅ ଯେବେ ମୋବାଇଲ ଦେଖେ ଭଜନ ଦେଖେ। ସରୋଜ ମୋବାଇଲରେ ଅଶ୍ଳୀଳ ଫିଲ୍ମ ଦେଖନ୍ତି କି ପ୍ରଶ୍ନର ଉତ୍ତର ଦେଇ କହିଲେ, ଝିଅ ମୋବାଇଲ ପୁଅ କେତେବେଳେ କେମିତି ଦେଖିଦିଏ।  ତାହାବି କେବଳ ଭଜନ ହିଁ ଦେଖିଥାଏ।  ମୋ ପୁଅ ନିର୍ଦ୍ଦୋଷ, ସେ କିଛି କରିନାହିଁ ବୋଲି ଚିତ୍କାର କରି କହିଛନ୍ତି।

Advertisment

ଅପରପକ୍ଷେ, ସରୋଜଙ୍କ ବଡ଼ ଭଉଣୀ କହିଛନ୍ତି  ନାବାଳିକା ହତ୍ୟା ପୂର୍ବ ଦିନ ରାତିରେ ମୁଁ ଓ ମୋ ସ୍ୱାମୀ ଘରକୁ ଆସିଥିଲୁ। ଆମ ଭାଇ ଆମ ପାଖରେ ଶୋଇଥିଲା।  ତେଣୁ ସେ କେତେବେଳେ ପନୋଗ୍ରାଫି ଦେଖିଲା ବୋଲି ସେ ପ୍ରଶ୍ନ କରିଛନ୍ତି।

ଅପରପକ୍ଷେ,  ସରୋଜକୁ ଜାଣିଶୁଣି ଫସାଇ ଦିଆଯାଉଛି ବୋଲି କହିଛନ୍ତି ସରୋଜଙ୍କ ଭିଣୋଇ। ଆଜି କ୍ରାଇମ ସିନ୍‌ ରିକ୍ରିଏଟ ସମୟରେ ପରିବାର ଲୋକଙ୍କୁ ଘରେ ପଶାଇ ରଖିଥିବା ଅଭିଯୋଗ କରିଛନ୍ତି ସରୋଜଙ୍କ ମା’ ଓ ଭିଣୋଇ।  ଆମକୁ ଘର ଭିତରେ   କାହିଁକି  ବନ୍ଦ କରି ରଖାଗଲା ବୋଲି ପ୍ରଶ୍ନ କରିଛନ୍ତି ସରୋଜଙ୍କ ଭିଣୋଇ।

SIT Investigation Nayagarh Pari Murder Case