Advertisment

ଭୋଟ୍‌ ପୂର୍ବରୁ ଅଫେରା ରାଇଜର ପଥିକ ସାଜିଲେ ସରପଞ୍ଚ ପ୍ରାର୍ଥୀ

ବରଗଡ଼ (ଦୀପକ ଶର୍ମା): ରାତି ପାହିଲେ ହେବ ଭୋଟ୍‌। ହେଲେ ସାଥ୍‌ ଦେଲାନି ଭାଗ୍ୟ। ଭୋଟ୍‌ ପୂର୍ବରୁ ଅଫେରା ରାଇଜର ପଥିକ ସାଜିଲେ ସରପଞ୍ଚ ପ୍ରାର୍ଥୀ। କଟକ ବଡ଼ ମେଡିକାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ।  ବରଗଡ଼ ଜିଲ୍ଲା ଭଟଲି ବ୍ଲକ୍‌ ଅନ୍ତର୍ଗତ କେଲେଣ୍ଡାପାଲି ପଞ୍ଚାୟତର ସରୋଜ ସେଠ କ୍ୟାନ୍‌ସର ପରି ଦୋରା ରୋଗରେ ପୀଡ଼ିତ ହୋଇଥିଲେ। ଏହା ସତ୍ତ୍ୱେ ସେ ସରପଞ୍ଚ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରୁଥିଲେ। କିନ୍ତୁ ଅସୁସ୍ଥତା କାରଣରୁ ସେ ପ୍ରଚାର ପାଇଁ […]

ଅଦ୍ୟତନ ହୋଇଛି
ଭୋଟ୍‌ ପୂର୍ବରୁ ଅଫେରା ରାଇଜର ପଥିକ ସାଜିଲେ ସରପଞ୍ଚ ପ୍ରାର୍ଥୀ

Bargarh

Advertisment

ବରଗଡ଼ (ଦୀପକ ଶର୍ମା): ରାତି ପାହିଲେ ହେବ ଭୋଟ୍‌। ହେଲେ ସାଥ୍‌ ଦେଲାନି ଭାଗ୍ୟ। ଭୋଟ୍‌ ପୂର୍ବରୁ ଅଫେରା ରାଇଜର ପଥିକ ସାଜିଲେ ସରପଞ୍ଚ ପ୍ରାର୍ଥୀ। କଟକ ବଡ଼ ମେଡିକାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ। 

Advertisment

ବରଗଡ଼ ଜିଲ୍ଲା ଭଟଲି ବ୍ଲକ୍‌ ଅନ୍ତର୍ଗତ କେଲେଣ୍ଡାପାଲି ପଞ୍ଚାୟତର ସରୋଜ ସେଠ କ୍ୟାନ୍‌ସର ପରି ଦୋରା ରୋଗରେ ପୀଡ଼ିତ ହୋଇଥିଲେ। ଏହା ସତ୍ତ୍ୱେ ସେ ସରପଞ୍ଚ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରୁଥିଲେ। କିନ୍ତୁ ଅସୁସ୍ଥତା କାରଣରୁ ସେ ପ୍ରଚାର ପାଇଁ ଯାଇପାରୁନଥିଲେ। ତାଙ୍କ ସମର୍ଥକମାନେ ଘରକୁ ଘର ବୁଲି ତାଙ୍କ ପାଇଁ ପ୍ରଚାର କରୁଥିଲେ। ଏଥର ସରୋଜ ଜିତିବେ ବୋଲି ସାଥୀମାନେ ବେଶ୍‌ ଉତ୍ସାହିତ ଥିଲେ। ହେଲେ ଭାଗ୍ୟ ସାଥ୍‌ ଦେଲାନାହିଁ।

ଚାରି ଦିନ ତଳେ ସେ ଅସୁସ୍ଥ ହୋଇପଡ଼ିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସା ଚାଲିଥିବା ବେଳେ ସୋମବାର ବିଳମ୍ୱିତ ରାତିରେ ତାଙ୍କର ମୃତ୍ୟୁ ଘଟିଛି। ସରୋଜଙ୍କ ମୃତ୍ୟୁ ହୋଇଥିବା ଖବର ପ୍ରକାଶ ପାଇବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ବୁଧବାର ହେବାକୁ ଥିବା ନିର୍ବାଚନକୁ ବନ୍ଦ କରାଯାଇଛି। ସେହି ପଞ୍ଚାୟତରେ କେବଳ ସରପଞ୍ଚ ପଦବୀ ପାଇଁ ନିର୍ବାଚନ ହେବ ନାହିଁ। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Advertisment
Odisha Panchayat Election 2022
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe