Advertisment

ବଲାଙ୍ଗିରରେ ସରପଞ୍ଚଙ୍କ ସାର୍ଟିଫିକେଟ ବି ନକଲି

ନକଲି ସାର୍ଟିଫିକେଟ ନେଇ ଚର୍ଚ୍ଚାକୁ ଆସିଥିବା ବଲାଙ୍ଗିର ଜିଲ୍ଲା ଏବେ ନକଲି ନେତା ପାଇଁ ଚର୍ଚ୍ଚାରେ ରହିଛି। ବଲାଙ୍ଗୀର ଜିଲ୍ଲାରେ ନକଲି ସାର୍ଟିଫିକେଟର ଗୁମର ଖୋଲୁ ଖୋଲୁ, ସାମ୍ନାକୁ ଆସୁଛି  ସାଂଘାତିକ ତଥ୍ୟ

Advertisment

ନକଲି ସାର୍ଟିଫିକେଟ ନେଇ ଚର୍ଚ୍ଚାକୁ ଆସିଥିବା ବଲାଙ୍ଗିର ଜିଲ୍ଲା ଏବେ ନକଲି ନେତା ପାଇଁ ଚର୍ଚ୍ଚାରେ ରହିଛି। ବଲାଙ୍ଗୀର ଜିଲ୍ଲାରେ ନକଲି ସାର୍ଟିଫିକେଟର ଗୁମର ଖୋଲୁ ଖୋଲୁ, ସାମ୍ନାକୁ ଆସୁଛି  ସାଂଘାତିକ ତଥ୍ୟ। ଡାକଘରୁ ଆରମ୍ଭ ହୋଇଥିବା ନକଲି ସାର୍ଟିଫିକେଟର ଚେର ସମବାୟ ବିଭାଗ ଓ ଶିକ୍ଷା ବିଭାଗ ବାଟ ଦେଇ ଏବେ ରାଜନୀତି ଗଳିରେ ପଶିଛି। ଏପରି ଏକ ସାଂଘାତିକ ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲା ସଇଁତଳା ଅଞ୍ଚଳରୁ। ବୁଡ଼ାବାହାଲ ପଞ୍ଚାୟତ ସରପଞ୍ଚ ଯୁଗଲାଲ ମାଝୀ ନୋମିନେସନ ସମୟରେ ଦେଇଥିବା ସ୍କୁଲ ଲିଭିଙ୍ଗ ସାର୍ଟିଫିକେଟ ନକଲି ବୋଲି ଜଣାପଡିଛି। ଏହା ବାଦ ଶିକ୍ଷକଜଣକ ବାପାଙ୍କ ନାଁ ସ୍ଥାନରେ ନିଜ ଶ୍ୱଶୁରଙ୍କ ନାଁ ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ଏପରି ଖୁଲାସା ହୋଇଛି। ହେଲେ ଏନେଇ ଯୁଗଲାଲ ମାଝୀଙ୍କ ପ୍ରତିକ୍ରିୟା ମିଳିପାରିନି।

Advertisment
Odisha Balangir Fake Certificate
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe