ସରପଞ୍ଚ, ହେଲେ ପେଟ ପୋଷିବାକୁ ଚଳାଉଛନ୍ତି ଅଟୋ। ସେପଟେ ଝାଟିମାଟି ଘର ଖଣ୍ଡକ ୨୦୧୯ ଫୋନି ବତ୍ୟା ଠାରୁ ଭାଙ୍ଗି ପଡ଼ିଛି। ତାହା ସଜାଡ଼ିବାକୁ ଆବଶ୍ୟକ ଅର୍ଥ ନଥିବାରୁ ଏହାରି ତଳେ ମୁଣ୍ଡ ଗୁଞ୍ଜୁଛନ୍ତି ପୂରା ପରିବାର। ବିପଦସଙ୍କୁଳ ଘରେ ରହୁଥିଲେ ହେଁ ତାଙ୍କର ଆତ୍ମବିଶ୍ୱାସ ଧର୍ମ ବାଟରେ କାମ କରିବେ ଓ ଲୋକଙ୍କ ସମସ୍ୟା ସମାଧନ ନିମନ୍ତେ କାମ କରିବେ। ଅବାଟରେ କାମ କରି ନିଜ ଘରକୁ ପକ୍କା କରିଲେ ଲୋକଙ୍କ ସମସ୍ୟା ଦୂର କରିପାରିବେ ନାହିଁ। ପୁରୀ ଜ଼ିଲ୍ଲା ପିପିଲି ବ୍ଲକ ଚାନ୍ଦ୍ରଦେଇପୁର ପଂଚାୟତର ସରପଞ୍ଚ ସୁରେନ୍ଦ୍ର ବେହେରାଙ୍କ ଏଭଳି ସାଦାସିଧା ଜୀବନ ଶୈଳୀ ଓ ଦୁଃଖକଷ୍ଟ ପରିସ୍ଥିତି ସତ୍ତ୍ୱେ ଧର୍ମ ବାଟରେ ପରିବାର ପ୍ରତିପୋଷଣ କରିବା ସବୁଠି ଚର୍ଚ୍ଚାର ବିଷୟ ହୋଇଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Odisha
ଯେତେ ଦୁର୍ନୀତି, ସେତେ ପ୍ରୀତି!
ବିଶ୍ୱରଂଜନ ମହାନ୍ତି। ଦୁଇ ମାସ ତଳେ ରାଜ୍ୟର ୧୫ଟି ଶୀର୍ଷ ସମବାୟ ସମିତି ନିର୍ବାଚନରେ ଜିତିଥିବା ସଭାପତି ବା ଅଧ୍ୟକ୍ଷଙ୍କ ଭିତରେ ଅଛନ୍ତି ଏହି ବ୍ୟକ୍ତି। ଏ ହେଉଛନ୍ତି ଓଡ଼ିଶା କୋଅପରେଟିଭ ହାଉସିଂ କର୍ପୋରେସନ୍ ଲିମିଟେଡ ବା ଓସିଏଚସିର ଅଧ୍ୟକ୍ଷ ବିଶ୍ୱରଂଜନ ମହାନ୍ତି। ନିକଟରେ ଓମଫେଡ, ଓପୋଲଫେଡ୍ ଓ ଓସିଏଚସି ଭଳି ୧୫ଟି ଶୀର୍ଷ ସମବାୟ ସମିତିର ଅଧ୍ୟକ୍ଷ ପଦ ପୋଛି ନେଇଥିଲେ ବିଜେଡି ସମର୍ଥିତ ପ୍ରାର୍ଥୀ। ଆଉ ତା’ ଭିତରେ ଓସିଏଚସିର ଅଧ୍ୟକ୍ଷ ଭାବେ ଜିତିଥିଲେ ଅନେକ ଅପରାଧିକ ମାମଲାରେ ଜଡ଼ିତ ବିଶ୍ୱରଂଜନ ମହାନ୍ତି।
Politics
ଧିକ୍ ଏ ଓଡ଼ିଆଙ୍କୁ!
‘ଧିକ୍ ଏ ଓଡ଼ିଆ ଲୋକଙ୍କୁ! ସାଢ଼େ ଚାରି କୋଟିଙ୍କ ଭିତରେ କେହି କ’ଣ ନବୀନ ପଟ୍ଟନାୟକଙ୍କ ବିକଳ୍ପ ନାହାନ୍ତି? ଆମକୁ ଥରେ ଲୋକ ଚାନ୍ସ ଦିଅନ୍ତୁ, କିଭଳି କାମ ହୁଏ ଆମେ ଦେଖାଇ ଦେବୁ।’ ଶୁଣନ୍ତୁ ଖାସ କଥାରେ ଆଉ କଣ କହିଛନ୍ତି, ସମୃଦ୍ଧ ଓଡ଼ିଶା ସଭାପତି ଯତୀଶ ଚନ୍ଦ୍ର ମହାନ୍ତି।
Odisha
‘ନବୀନ ବାବୁ ମାର୍କାମରା ବିଜେପି ନେତା’
ନୀତୀଶ କୁମାର ନବୀନ ବାବୁଙ୍କ ପାଖକୁ କାହିଁକି ଆସିଛନ୍ତି? ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ମାର୍କାମରା ବିଜେପି ନେତା ବୋଲି କହିଲେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର।
Odisha
ରାଷ୍ଟ୍ରପତିଙ୍କ ପରେ ରାଜ୍ୟପାଳଙ୍କୁ ଅସମ୍ମାନ!
ରାଷ୍ଟ୍ରପତିଙ୍କ ପରେ ରାଜ୍ୟପାଳଙ୍କୁ ବି ଅସମ୍ନାନ! ଗେଷ୍ଟ ହାଉସରେ ହୋଇନଥିଲା କି ସ୍ୱତନ୍ତ୍ର ବ୍ୟବସ୍ଥା? ବେଲଗାଡ଼ିଆ ପ୍ୟାଲେସରେ କାହିଁକି ରହିଲେ ରାଜ୍ୟପାଳ? ବୁଦ୍ଧିଜୀବୀଙ୍କ ମହଲରେ ଅସନ୍ତୋଷ, ମିଳିପାରିନି ପ୍ରଶାସନର ସ୍ପଷ୍ଟୀକରଣ।