/odisha-reporter/media/post_attachments/uploads/2018/12/soumya.jpg)
soumya
ନୟାଗଡ଼(ସତ୍ୟନାରାୟଣ ସୁରଜଗଦେବ): ନୟାଗଡ଼ରେ ବିଜେଡି କର୍ମୀଙ୍କ ଦାଦାଗିରି ଦେଖିବାକୁ ମିଳିଛି। ରାଜ୍ୟ ସରକାରଙ୍କ ‘ପିଠା’ କାର୍ଯ୍ୟକ୍ରମକୁ ବିରୋଧ କରି ଧାରଣାରେ ବସିବାରୁ ସରପଞ୍ଚଙ୍କୁ ମାଡ଼ ମରାଯାଇଛି। ଏପରିକି ସରପଞ୍ଚଙ୍କ ସହିତ ବସିଥିବା ମହିଳାଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି।
ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ସରପଞ୍ଚ ହେଉଛନ୍ତି ସୌମ୍ୟ ରଞ୍ଜନ ପ୍ରଧାନ। ଉଚ୍ଚଶିକ୍ଷିତ ହୋଇଥିଲେ ମଧ୍ୟରେ ସ୍ଥାନୀୟ ବିଡିଓଙ୍କ ଅସହଯୋଗ ଯୋଗୁ ପଞ୍ଚାୟତରେ ଦେଖାଦେଇଥିବା ସମସ୍ୟା ସମାଧାନ କରିପାରୁ ନାହାନ୍ତି ସୌମ୍ୟ। ଯାହାଫଳରେ ପଞ୍ଚାୟତବାସୀ ପାନୀୟ ଜଳ ମୁନ୍ଦାଏ ପାଇବାରୁ ବଞ୍ଚିତ ହେଉଛନ୍ତି। ରାସନ୍କାର୍ଡ଼, ଭତ୍ତା ଓ ବିଜୁ ପକ୍କା ଘର ଦଳୀୟ ଭିତ୍ତିରେ ଦିଆଯାଉଥିବା ସୌମ୍ୟ ସୋଶାଲ୍ ମିଡ଼ିଆରେ ଲେଖି ଅଭିଯୋଗ କରିଥିଲେ। ଏହା ସତ୍ତ୍ୱେ ମଧ୍ୟ ବିଡିଓ ଉକ୍ତ ପଞ୍ଚାୟତର ସମସ୍ୟା ସାମାଧାନ କରୁନଥିଲେ।
ଆଜି ଲକ୍ଷ୍ମୀପ୍ରସାଦ ପଞ୍ଚାୟତରେ ‘ପିଠା’ କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ସ୍ଥାନୀୟ ବିଡିଓ ଯୋଗଦେଇଥିଲେ। ତେଣୁ ଗାଁର ସମସ୍ୟା ସମ୍ପର୍କରେ ବିଡିଓଙ୍କୁ ଅବଗତ କରାଇବା ପାଇଁ ସରପଞ୍ଚ ସୌମ୍ୟ ଓ ତାଙ୍କ ସମର୍ଥକ ଆସିଥିଲେ। ମାତ୍ର ସୌମ୍ୟଙ୍କୁ ଭେଟିବା ପାଇଁ ସୁଯୋଗ ଦିଆଗଲା ନାହିଁ। ଏହାର ପ୍ରତିବାଦରେ ସୌମ୍ୟ ଓ ତାଙ୍କ ସମର୍ଥକମାନେ କଳାବ୍ୟଚ ପିନ୍ଧି ‘ପିଠା’ କାର୍ଯ୍ୟକ୍ରମକୁ ବର୍ଜନ କରିଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ବିଜେଡି କର୍ମୀମାନେ ସୌମ୍ୟଙ୍କୁ ମାଡ଼ ମାରିଥିଲେ। ଏପରିକି ମହିଳାମାନଙ୍କୁ ଦୁର୍ବ୍ୟବହାର କରିବା ସହିତ ଅଶ୍ଲୀଳ ଭାଷାରେ ଗାଳି ଦେଇଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ବିଧାୟକ ଅରୁଣ ସାହୁଙ୍କ ନିର୍ଦ୍ଦେଶରେ ମାଡ଼ ହୋଇଥିବା ସୌମ୍ୟ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
