saswat
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଆ ସଂସ୍କୃତି ଓ ପରମ୍ପରା ହିଁ ଦେଶ ବାହାରେ ଓଡ଼ିଶାର ପରିଚୟ। ବିଶ୍ୱ ଦରବାରରେ ଓଡ଼ିଆ ସଂସ୍କୃତିର ଆଦର ଅଧିକା। ବେଳେବେଳେ କିନ୍ତୁ କିଛି ଲୋକ ଆମ ପରମ୍ପରାକୁ ନେଇ ନିଜକୁ ପରିଚୟ ଦେବାକୁ ଚାହାଁନ୍ତି ନାହିଁ। ହେଲେ ଓଡ଼ିଶାର ବିଶିଷ୍ଟ ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଷୀ ଓଡ଼ିଆ ସଂସ୍କୃତିର ପ୍ରଚାର ଦିଗରେ ଆଗଭର। ନିକଟରେ ସେ ବିଦେଶ ଯାଇଥିବା ବେଳେ ସେଠାକାର ରାସ୍ତାରେ ହିଁ ପରିବେଷଣ କରିଥିଲେ ନୃତ୍ୟ ଓ ସଙ୍ଗୀତ। ଏହାକୁ ରେକର୍ଡ କରି ସେ ସୋସିଆଲ୍ ମିଡିଆରେ ଛାଡ଼ିଛନ୍ତି। ସେ ପର୍ତ୍ତୁଗାଲ ଯାଇଥିବା ବେଳେ ସେଠାରେ ଓଡ଼ିଶାର ପ୍ରସିଦ୍ଧ ସମ୍ବଲପୁରୀ ଗୀତ ରଙ୍ଗବତୀ ପରିବେଷଣ କରିଥିଲେ, ତାହା ପୁଣି ରାସ୍ତା କଡ଼ରେ ବସି, ସମସ୍ତେ ମିଳିତ ଭାବରେ।
ସେ ଓ ତାଙ୍କ ସାଥୀମାନେ ମିଳିତ ଭାବେ ରାସ୍ତା କଡ଼ରେ ବସି ସଙ୍ଗୀତ ପରିବେଷଣ କରୁଥିବା ବେଳେ ବେଶ୍ ଉତ୍କଣ୍ଠାର ସହ ଏହାକୁ ଶୁଣିଥିଲେ ପଥଚାରୀମାନେ। କେତେକ ସେଠି ଅଟକି ଯାଇ ଏହାକୁ ଶୁଣୁଥିବା ଦେଖିବାକୁ ମିଳିଥିଲା।
ସେହିପରି କୁଏତ୍ ଯାଇଥିବା ବେଳେ ସେଠି ମଧ୍ୟ ସେ ଓ ତାଙ୍କ ସାଥୀମାନେ କମାଲ୍ ଦେଖାଇଥିଲେ। ଏକ ପର୍ଯ୍ୟଟନ ସ୍ଥଳୀରେ ସେ ଓ ତାଙ୍କ ସାଥୀମାନେ ପ୍ରସିଦ୍ଧ ଡାଲ୍ଖାଇ ଗୀତରେ ନୃତ୍ୟ ପରିବେଷଣ କରିଥିଲେ। ଏଥିରେ ତାଙ୍କୁ ସାଥ୍ ଦେଇଥିଲେ, ଲାସ୍ୟକଳା ଅନୁଷ୍ଠାନର ସଦସ୍ୟ ଅସୀମା ପ୍ରିୟଦର୍ଶନୀ ଓ ବିଭୁଦତ୍ତ ଦାସ। ସେମାନେ ଡାଲଖାଇ ଗୀତରେ ନୃତ୍ୟ ପରିବେଷଣ କରିବା ସମୟରେ ସେଠାକାର ଲୋକ ଛିଡ଼ାହୋଇ ନୃତ୍ୟ ଦେଖିଥିଲେ। ଏହାର ଭିଡିଓ କରି ସେ ସୋସିଆଲ୍ ମିଡିଆରେ ଛାଡ଼ିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
