Advertisment

ସାଟେଲାଇଟ୍ ଦେଖାଇଲା ଭୟଙ୍କର ଚିତ୍ର: ଧାନ ବିକ୍ରି ପାଇଁ ଜଙ୍ଗଲ, ଜଳାଶୟ, ଘରବାଡ଼ି ହୋଇଛି ପଞ୍ଜୀକୃତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଖରିଫ ଧାନ ବିକ୍ରି କରିବା ପାଇଁ ଜମି ପଞ୍ଜିକରଣରେ ଚଞ୍ଚକତା ଦେଖା ଦେଇଛି। ଅଣଚାଷ ଜମିକୁ ପଞ୍ଜିକରଣ ସମୟରେ ଧାନ ଚାଷ ହୋଇଥିବା ବୋଲି ଦର୍ଶାଇ ପଞ୍ଜିକରଣ ହୋଇଛି। ଏପରିକି ପଡ଼ିଆ, ଜଙ୍ଗଲ, ବୁଦା ଓ ଘରବାରି ଥିବା ଜମିକୁ ଚାଷ ଜମି ବୋଲି ପଞ୍ଜିକରଣ କରାଯାଇଥିବା ନେଇ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ଏସବୁ ଅନିୟମିତତା ସାଟେଲାଇଟ୍ ନଜରରେ ଧରା ପଡ଼ିଯାଇଛି। ଓଡ଼ିଶା ସ୍ପେଶ୍ ଆପ୍ଲିକେସନ ସେଣ୍ଟର ଦ୍ୱାରା ଉପଗ୍ରହ ଜରିଆରେ […]

ଅଦ୍ୟତନ ହୋଇଛି
ସାଟେଲାଇଟ୍ ଦେଖାଇଲା ଭୟଙ୍କର ଚିତ୍ର: ଧାନ ବିକ୍ରି ପାଇଁ ଜଙ୍ଗଲ, ଜଳାଶୟ, ଘରବାଡ଼ି ହୋଇଛି ପଞ୍ଜୀକୃତ

sattelite

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଖରିଫ ଧାନ ବିକ୍ରି କରିବା ପାଇଁ ଜମି ପଞ୍ଜିକରଣରେ ଚଞ୍ଚକତା ଦେଖା ଦେଇଛି। ଅଣଚାଷ ଜମିକୁ ପଞ୍ଜିକରଣ ସମୟରେ ଧାନ ଚାଷ ହୋଇଥିବା ବୋଲି ଦର୍ଶାଇ ପଞ୍ଜିକରଣ ହୋଇଛି। ଏପରିକି ପଡ଼ିଆ, ଜଙ୍ଗଲ, ବୁଦା ଓ ଘରବାରି ଥିବା ଜମିକୁ ଚାଷ ଜମି ବୋଲି ପଞ୍ଜିକରଣ କରାଯାଇଥିବା ନେଇ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ଏସବୁ ଅନିୟମିତତା ସାଟେଲାଇଟ୍ ନଜରରେ ଧରା ପଡ଼ିଯାଇଛି।

Advertisment

ଓଡ଼ିଶା ସ୍ପେଶ୍ ଆପ୍ଲିକେସନ ସେଣ୍ଟର ଦ୍ୱାରା ଉପଗ୍ରହ ଜରିଆରେ କରାଯାଇଥିବା ସର୍ଭେ ବେଳେ ସମ୍ବଲପୁର ଉପଖଣ୍ଡରେ ଚିହ୍ନଟ ହୋଇଛି ଏମିତି ୯ ହଜାର ଶହେ ପ୍ଲଟ। ରାଜ୍ୟ ସରକାରଙ୍କର odisha space application centre ଦ୍ୱାରା ଏହା ଚିହ୍ନଟ କରାଯାଇଛି। ଉପଗ୍ରହ ଚିତ୍ର ଠିକ୍ ଅଛି ନା ନାହିଁ ଜାଣିବାକୁ ଏବେ ଚାଲିଛି ଗ୍ରାଉଣ୍ଡ ଜିରୋରେ ତନାଘନା। ଓଡ଼ିଶା ପ୍ୟାଡ଼ି ଲ୍ୟାଣ୍ଡ ସର୍ଭେ ଆପ୍ଲିକେସନ ମାଧ୍ୟରେ ସଂପୃକ୍ତ ପ୍ଲଟକୁ ଯାଇ ଫଟୋ ଅପଲୋଡ କରାଯାଉଛି।

ଯାଞ୍ଚ ବେଳେ ସାଟେଲାଇଟ୍ ତଥ୍ୟ ଓ ଗ୍ରାଉଣ୍ଡ ଜିରୋ ତଥ୍ୟ ମଧ୍ୟରେ ୯୯ ପ୍ରତିଶତ ମେଳ ଖାଉଛି। ଅର୍ଥାତ ବଣ, ବୁଦା, ପଡ଼ିଆ, ଘରବାରି, ପୋଖରୀ, ଅଣଧାନ ଜମିକୁ ଧାନ ଜମି ଭାବେ ପଞ୍ଜିକରଣ କରାଯାଇଛି। ଜମି ପଞ୍ଜିକରଣ ବେଳେ ରାଜସ୍ୱ, ସମବାୟ ଓ କୃଷି ବିଭାଗ କର୍ମଚାରୀ ମିଳିତ ଭାବେ କ୍ଷେତ୍ର ପରିଦର୍ଶନ କରି ଜମିର ବୈଧତା ଯାଞ୍ଚ କରନ୍ତି। ତିନି ବିଭାଗର ଯାଞ୍ଚ ପରେ ବି କେମିତି ହେଲା ଚଞ୍ଚକତା, ତାକୁ ନେଇ ଉଠିଛି ପ୍ରଶ୍ନ। ସମବାୟ ସମିତି ସମୂହର ଉପନିବନ୍ଧକ କହିଛନ୍ତି ଘଟଣାର ତଦନ୍ତ ସରିବା ପରେ ବିଭାଗକୁ ରିପୋର୍ଟ ଦିଆଯିବ।

Advertisment

ଦଲାଲ ଦ୍ୱାରା ଧାନ ବିକ୍ରି କରିବା ପାଇଁ ଏଭଳି ଅଣଧାନ ଓ ବଣ ବୁଦାକୁ ଧାନ ଜମି ଦର୍ଶାଇ ପଞ୍ଜିକରଣ କରୁଛନ୍ତି। ଏଥିରେ ବିଭାଗୀୟ କର୍ମଚାରୀ ସହାୟତା କରୁଥିବା ସାଂଘାତିକ ଅଭିଯୋଗ ଆଣିଛନ୍ତି ଚାଷୀ। ଅନ୍ୟପଟେ ଏହାଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ଘଟଣାର ଉପଯୁକ୍ତ ଯାଞ୍ଚ କରାଯାଉ ବୋଲି ଉଭୟ ବିଜେପି ଓ ବିଜେଡି ବିଧାୟକ କହିବା ସହ ପ୍ରକୃତ ଚାଷୀ ଯେମିତି ଧାନ ବିକ୍ରିରୁ ବଞ୍ଚିତ ନହୁଏ ସେଥିପ୍ରତି ଦୃଷ୍ଟି ଦିଆଯାଉ ବୋଲି କହିଛନ୍ତି।

ସମ୍ବଲପୁର ଉପଖଣ୍ଡ ଅଞ୍ଚଳରେ ୯ ହାଜାର ୧୦୦ରୁ ଊର୍ଦ୍ଧ୍ୱ ସଂଦିଗ୍ଧ ପ୍ଲଟ ମଧ୍ୟରୁ ୫୦୦୦ରୁ ଊର୍ଦ୍ଧ୍ୱ ପ୍ଲଟର ଫଟୋ ଯାଞ୍ଚ ସରିଛି। ସମ୍ବଲପୁର ସମେତ ରାଜ୍ୟର ୭ଟି ଜିଲ୍ଲାରେ ଚାଲିଛି ଏହି ସାଟେଲାଇଟ ଇମେଜ ଯାଞ୍ଚ ସର୍ଭେ। ତେବେ ଏଠାରେ ସବୁଠାରୁ ଗୁରୁତ୍ୱପୁର୍ଣ୍ଣ କଥା ହେଲା ଯେ ଏତେ ବଡ ଅନିୟମିତତା ହେଲା କିପରି? କାରଣ ଧାନ ବିକ୍ରି କରିବାର ପ୍ରକ୍ରିୟା ସ୍ୱରୁପ ପ୍ରତିବର୍ଷ ଧାନ ଚାଷ ସମୟରେ ଚାଷୀ ନିଜର ପରିଚୟପତ୍ର ଓ ଜମି ପଟ୍ଟା ସହ ସେବା ସମବାୟ ସମିତିରେ ଧାନ ବିକ୍ରି ପାଇଁ ନାମ ପଞ୍ଜିକରଣ କରେ।

ପରେ ରାଜସ୍ୱ ବିଭାଗ ପକ୍ଷରୁ ଆରଆଇ କୃଷି ବିଭାଗ ପକ୍ଷରୁ ଗ୍ରାମ ସେବକ ବା ଭିଏଲଡବ୍ଲ୍ୟୁ ଓ ସମବାୟ ବିଭାଗରର କର୍ମଚାରୀ ମିଳିତ ଭାବେ କ୍ଷେତ୍ର ପରିଦର୍ଶନ କରି ଚାଷ ଜମିର ବୈଧତା ଯାଞ୍ଚ କରିଥାନ୍ତି। ଏବେ ଯେଉଁ ସମବାୟ ବିଭାଗ ସାଟେଲାଇଟ ଜରିଆରେ ଫଟୋ ଯାଞ୍ଚ କରୁଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe