anubhav
କଟକ(ଓଡ଼ିଶା ରିପୋର୍ଟର): ଦିଲ୍ଲୀ ପଟିଆଲା ହାଉସକୋର୍ଟରେ ସାଂସଦ ଅନୁଭବ ମହାନ୍ତି କରିଥିବା ଛାଡ଼ପତ୍ର ମାମଲାକୁ କଟକ ଟ୍ରାନ୍ସଫର କରିବା ନେଇ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ କରିଥିବା ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । କୋର୍ଟ ପଟିଆଲା ହାଉସକୋର୍ଟରେ ଥିବା ଛାଡ଼ପତ୍ର ମାମଲା ଉପରେ ସ୍ଥଗିତାଦେଶ ଦେଇଛନ୍ତି।
ଏଥିସହ ଉଭୟ ପକ୍ଷଙ୍କ ମଧ୍ୟରେ କୋର୍ଟ ମଡିଏଟରଙ୍କ ଦ୍ୱାରା ଅପୋଷ ବୁଝାମଣା କରିବା ପାଇଁ ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏଥିପାଇଁ ଦୁଇ ପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି । ବୁଝାମଣା ପରେ ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାଯାଇଛି। ସୁପ୍ରିମକୋର୍ଟର ବିଚାରପତି ହୃଷିକେଶ ରାୟଙ୍କ ଜଣିକିଆ ଖଣପୀଠରେ ମାମଲାର ଶୁଣାଣି ହୋଇଥିଲା ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/09/anubhav-1.jpg)